27.1 C
Bhubaneswar
Thursday, April 25, 2024
Homeଓଡିଶାସମଲିଙ୍ଗ ବିଭାହବନ୍ଧନରେ ଆବଦ୍ଧ ହେଲେ

ସମଲିଙ୍ଗ ବିଭାହବନ୍ଧନରେ ଆବଦ୍ଧ ହେଲେ

ଯାଜପୁର : ସତରେ ପ୍ରେମ ହେଉଛି ଅନ୍ଧ l ପରିବାର ଲୋକଙ୍କ ବିରୋଧ ଓ ବାହାର ଲୋକଙ୍କ ସମାଲୋଚନାକୁ ଖାତିରି ନକରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ସମଲିଙ୍ଗୀ l ଯାଜପୁର ଜିଲ୍ଲା କଳିଙ୍ଗନଗରେ ଏହି ସମାଲିଙ୍ଗୀ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତେଜନା ଦେଖା ଦେଇଥିବା ଯାହା ଦମ୍ପତି ଦ୍ବୟଙ୍କଠୁ ସୁଣିବାକୁ ମିଳିଛି। ଏହି ଦମ୍ପତି ଦୀର୍ଘ ଚାରି ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ସେ ଦୁଇଜଣ ଦୁଇଜଣକୁ ପାଇ ସୁଖରେ ଅଛନ୍ତି ତାହେଲେ ପରିବାର ଲୋକ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦମ୍ପତି ଦ୍ୱୟ । ଆଇନ ଯେତେବେଳେ ଏହାକୁ ସିସ୍କୃତି ଦେଇସାରିଛି ତାପରେ ଉଭୟ ପରିବାର ଲୋକଙ୍କ ବିରୋଧ ଓ ଧମକ ଏମାନଙ୍କୁ ବିଚଳିତ କରିଛି।

ଦମ୍ଫତ୍ତି ଦ୍ୱୟ ହେଉଛନ୍ତି ଯାଜପୁର ରୋଡ ଥାନା ଥାନା ଅନ୍ତର୍ଗତ ଦାନଗଦି ବ୍ଲକ ଅଧିନସ୍ତ ଖଣ୍ଡାହତା ଗ୍ରାମର ଚୈତନ୍ୟ କାଣ୍ଡି ଙ୍କ ସୁକନ୍ୟା ଦମୟନ୍ତୀ କାଣ୍ଡି ବୟସ (33) ।ଅନ୍ୟ ଜଣେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଳତି ଗ୍ରାମର ମହେଶ୍ୱର ଦାସଙ୍କ ସୁକନ୍ୟା ସୀମନ୍ତିନୀ ଦାସ ବୟସ (23) । ଏହି ସମଲିଙ୍ଗି ବିବାହକୁ ନେଇ ଦୁଇ ପରିବାର ଭିତରେ ଅସନ୍ତୋଷ ଦେଖା ଦେଇଛି ।ନାନା ବାଧା ବିଘ୍ନ ଭିତରେ ମଧ୍ୟ ଏହି ଦୁଇ ଜଣଙ୍କୁ କେହି ଅଲଗା କରି ପାରିନାହାନ୍ତି ଆଜି ଦୁଇ ସମଲିଙ୍ଗି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି l ଏହି ସମିଲିଙ୍ଗି ବିବାହ କଳିଙ୍ଗନଗର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦୁଇ ସମଲିଙ୍ଗ୍ ଦମ୍ପତି କହିଛନ୍ତି ଗଣମାଧ୍ୟମରେ ଯଦି କୈଣସି ଅସୁବିଧା ହୁଏ ଦୁହେଁ ଙ୍କର ସେଥିପାଇଁ ପ୍ରଥମେ ଦାୟୀ ମହେଶ୍ବର ଦାସ ହେବେ ତାପରେ ଚୈତନ୍ୟ କାଣ୍ଡେ ଦାୟୀ ହେବେ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking