37.2 C
Bhubaneswar
Friday, April 19, 2024
Homeଓଡିଶାନୀଳାଚଳ ଇସ୍ପାତ ନିଗମ କର୍ମଚାରୀମାନଙ୍କ ଦିବା ରାତ୍ର ଧାରଣା ପ୍ରତ୍ୟାହୁତ

ନୀଳାଚଳ ଇସ୍ପାତ ନିଗମ କର୍ମଚାରୀମାନଙ୍କ ଦିବା ରାତ୍ର ଧାରଣା ପ୍ରତ୍ୟାହୁତ

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗ ନାଗର ଶିଳ୍ପା ଞ୍ଚଳରେ ଥିବା ନୀଳାଚଳ ଇସ୍ପାତ କାରଖାନା 11ମାସ ହେବ ବନ୍ଦ କରାଯାଇଛି l ଏହି କାରଖାନା ରୁ ପୁଞ୍ଜି ପତ୍ୟାହର କରାଯଇଛି ଘରୋଇ କରଣ ପାଇଁ ମସୁଧା ଚାଲିଛି 11ମାସ ଧରି କାରଖାନା ର କର୍ମଚାରୀ ମନେ ଦରମା ପାଇ ନଥିବାରୁ ନୀଳାଚଳ ମିଳିତ ମଞ୍ଚ ,ୟୁନିୟନ ଓ ଆସୋସିଏସନ ସହଯୋଗରେ କର୍ମଚାରୀମନେ 11ମାସ ର ଦରମା ଦାବୀ ରେ ୧୬ଦିନଧରି ଦିବାରାତ୍ର ଧାରଣା ଦେଇଥିଲେ l ଲୋଡିଙ୍ଗ ରେକ କୁ ବନ୍ଦ କରିଥିଲେ l ନୀଳାଚଳ ମ୍ୟାନେଜମେଣ୍ଟ ବକେୟା ୧୧ମାସରୁ ୧ମାସର ଦେଇ ଧାରଣାରୁ ଉଠିବାକୁ କହିଥିଲେ କିନ୍ତୁ କର୍ମଚାରୀମାନେ ସର୍ତ୍ତ ରଖିଥିଲେ ମ୍ୟାନେଜମେଣ୍ଟ ତରଫରୁ ସମସ୍ତ ୟୁନିୟନ ,ଆସୋସିଏସନ ,ମିଳିତ ମଞ୍ଚକୁ ଡାକି କୋଭିଡ ନିୟମ ଅନୁଯାୟୀ ଜଏଣ୍ଟ ମିଟିଂ ଦ୍ୱାରା ସର୍ବ ସହମତିରେ ଧାରଣା ପତ୍ୟାହୁତ ହେବ ଏବଂ ଅବଶିଷ୍ଟ ୧୦ମାସର ବକେୟା ଦରମା ପାଇଁ ଲିଖିତ ଚୁକ୍ତି କରାଯାଉ ।

ମ୍ୟାନେଜମେଣ୍ଟ ସହିତ ପ୍ରସ୍ତାବ ଅନୁସାରେ 8ତାରିଖ ରେ ନୀଳାଚଳ ରେଲୱେ ୟାର୍ଡ଼ରେ ୟୁନିୟନ ,ଆସୋସିଏସନ ଏବଂ ମିଳିତ ମଞ୍ଚ କର୍ମକର୍ତ୍ତାଙ୍କ ସହମତିରେ ମ୍ୟାନେଜମେଣ୍ଟ ସହିତ ଆଲୋଚନା ଏବଂ ଅବଶିଷ୍ଟ ୧୦ମାସର ବକେୟା ଦରମା ପାଇଁ ଲିଖିତ ପ୍ରତିଶ୍ରୁତି ଉଦେଶ୍ୟରେ ମିଳିତ ମଞ୍ଚ ପ୍ରତିନିଧି ,ବିସ୍ଥାପିତ ପ୍ରତିନିଧି ଓ କିଛି କର୍ମଚାରୀ ଉପସ୍ଥିତ ଥିବା ବେଳେ ୧୨ଟା ସୁଦ୍ଧା କୋୖଣସି ୟୁନିୟନ ପ୍ରତିନିଧି ବା ଆସୋସିଏସନ ପ୍ରତିନିଧିମାନେ ଘଟଣା ସ୍ଥଳକୁ ଆସିନଥିଲେ । ୟୁନିୟନ ପ୍ରତିନିଧିମନେ ନସିବାରୁ ଶେଷରେ ମ୍ୟାନେଜମେଣ୍ଟ ପ୍ରତିନିଧିଙ୍କ ଉପସ୍ଥିତିରେ ମିଳିତ ମଞ୍ଚ ପ୍ରତିନିଧି ଘୋଷଣା କଲେ ଯ ,ଜିଲ୍ଲା ପ୍ରଶାସନ ଓ ସମସ୍ତଙ୍କ ସହମତିରେ ତାଙ୍କର ସହମତି । ଏକ

ମାସ ଦରମା ପାଇବା ପରେ ରେକ ଅଟକାଇବାରେ ମିଳିତ ମଞ୍ଚର କୌଣସି ପ୍ରତିବନ୍ଧଜ କିମ୍ୱା ଭୂମିକା ନାହିଁ ବୋଲି ଘୋଷଣା କରିଥିଲେ। ବକେୟା ଦରମା ପାଇବାକୁ ଉଦ୍ୟମ ଜାରିରହିବ ଏବଂ ଖୁବ ଶୀଘ୍ର ମ୍ୟାନେଜମେଣ୍ଟ ଦ୍ୱାରା ସମସ୍ତ ପ୍ରତିନିଧିଙ୍କ ଉପସ୍ଥିତରେ ମିଟିଂ କରାଯାଇ ସ୍ଥାଇ ସମାଧାନ ବାଟ ବାହାରିବ ବୋଲି ପ୍ରକାଶ କରି ଧନ୍ୟବାଦ ଅର୍ପଣ କରି ଘଟଣା ସ୍ଥଳ ପରିତ୍ୟାଗ କରିଥିଲେ । ଶୃଙ୍ଖଳା ଓ ବୁଝାମଣାରେ ସବୁ ଚାଲିଥିବାବେଳେ, କୌଣସି ଉତେଜନା ପୂର୍ଣ ବିଶୃଙ୍ଖଳା କିମ୍ବା ତ୍ରୁଟି ନଥାଇ ମ୍ୟାନେଜମେଣ୍ଟ ତରଫରୁ ମିଥ୍ୟା ଏଫେ ଆଇ ଅର (FIR) ଦିଆଯାଇ ପୋଲିସ ମୁତୟନ କରି ଲୋଡିଙ୍ଗ କରିବା ଏବଂ ଘଟଣା ସ୍ଥଳରୁ ବିସ୍ଥାପିତ ନେତା ବିଜୟ କୁମାର ମହାନ୍ତଙ୍କୁ ଥାନାରେ ଅଟକ ରଖି ପରେ ଛାଡିବା ସମସ୍ତ କର୍ମଚାରୀଙ୍କୁ ବ୍ୟଥିତ କରିଛି ।. ଚୁକ୍ତି କେତେ ଦୂରୁ କାର୍ଯ୍ୟ କରି ହେବ ତାହା କର୍ମଚାରୀ ମାନଙ୍କ ମନ ରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking