ମଦ ଦୋକାନ ଭଙ୍ଗା ରୁଜା ଘଟଣାରେ ୬ଅଭିଯୁକ୍ତ ଗିରଫ

ଯାଜପୁର : ଯାଜପୁର କୁଆଖିଆ ଥାନା କୋରକରା ଅଞ୍ଚଳରେ ମଦ ଦୋକାନ ଭଙ୍ଗାରୁଜା ଘଟଣା। ଏଥିରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୁଆଖିଆ ପୋଲିସ। ଏହି ଘଟଣାରେ ଗତକାଲି ୪ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ସ୍ଥାନୀୟ ଆଦମପୁର ଗ୍ରାମର ଦିବାକର ନାୟକ,ଧୃବାନନ୍ଦ ନାୟକ, ଗିରିଧାରୀ ଖୀଲାର, ସଚିଦାନନ୍ଦ ସତପଥୀ, ଶୁଶାନ୍ତ ନାୟକ ଏବଂ ନଠୁଆବର ଗ୍ରାମର ମାନସ ମଲ୍ଲିକ। ଗତ ୫ ତାରିଖ ଦିନ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ମଦ ଦୋକାନ ଭଙ୍ଗାରୁଜା କରିବା ସହ ଲକ୍ଷାଧିକ ଟଙ୍କାର ମଦ ନଷ୍ଟ କରିଦେଇଥିଲେ। ଏନେଇ ମଦ ଦୋକାନ ମାଲିକଙ୍କ ପକ୍ଷରୁ କୁଆଖିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ପୋଲିସ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ଆହୁରି ଅନେକଙ୍କ ସଂମ୍ପୃକ୍ତି ଥିବାରୁ ଆଗାମୀ ଦିନରେ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here