30.1 C
Bhubaneswar
Wednesday, April 24, 2024
Homeଓଡିଶାବାକିଆ ଦରମା ନ ମିଳିବା ପର୍ଯ୍ୟନ୍ତ ନୀଳାଚଳ କାରଖାନାରେ ଦିବା ରାତ୍ରି ଧାରଣା 

ବାକିଆ ଦରମା ନ ମିଳିବା ପର୍ଯ୍ୟନ୍ତ ନୀଳାଚଳ କାରଖାନାରେ ଦିବା ରାତ୍ରି ଧାରଣା 

ଯାଜପୁର : ଯାଜପୁର ଜିଲା ନୀଳାଚଳ କାରଖାନାରୁ ଏକ ବର୍ଷ ହେବ ପୁଞ୍ଜି ପତ୍ୟାହର କରିନେଇ ଚନ୍ତି କାରଖାନାକୁ ସମ୍ପୂର୍ଣ ବନ୍ଦ କରାଯାଇଛି l କେନ୍ଦ୍ର ସରକାରଙ୍କ ଘରୋଇ କରଣ ନିଷ୍ପତି କାଗଜ କଲମ ରହି ଯାଇଛି l  ନୀଳାଚଳ କର୍ମଚାରୀ ଶ୍ରମିକମାନେ 10ମାସ ହେଲା ଦରମା ପାଇ ନାହାଁନ୍ତି l  ସେମାନେ ପରିବାର ପୋଷଣ କରିବାକୁ କଷ୍ଟକର ବ୍ୟାପାର ହୋଇ ପଡିଲାଣି l  ନେତା ମନ୍ତ୍ରୀ କେହି ସେମାନଙ୍କ ଦୁଃଖ କେହି ଶୁଣୁ ନାହାନ୍ତି l  କେନ୍ଦ୍ରସରକାର କାରଖାନାକୁ ଚାଲୁ କରିବାର ସପକ୍ଷ ନାହାନ୍ତି l ଦରମା ମିଳିବ ବୋଲି ପ୍ରତିଶୃତି ମିଳୁଛି କିନ୍ତୁ ତାହା କାର୍ଯ୍ୟ କାରି କରାଯାଉ ନାହଁ l

ପ୍ରେତେକ ଓ ପରୋକ୍ଷ ଭାବରେ କାରଖାନାକୁ ଭାତ ହାଣ୍ଡି କରି ନିର୍ଭର କରୁଥିବା 10, 0000ହଜାର କର୍ମଚାରିମାନଙ୍କ ସହ କେନ୍ଦ୍ର ଓ ରାଜ୍ୟ ସରକାର ପେଟକୁ ନାତ ମାରିବା ସଦୁଷ୍ୟ l ସେମାନଙ୍କ ପରିବାର ପିଲା ଛୁଆଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଗତିକରୁଛି l ନିରାଶ ହୋଇ କରୋ ବା ମର ନୀତି କର୍ମଚାରୀ l ଶ୍ରମିକମାନେ ଆପଣେଇ ନେଇ ଅନ୍ଧୋଲନ ପନ୍ତା ଗ୍ରହଣ କରିଛନ୍ତି l ନୀଳାଚଳ କର୍ତ୍ତୃପକ୍ଷଙ୍କ ଚୁକ୍ତି ଖିଲାପ ,ବକେୟା ୧୦ମାସର ଦରମା ଦାବିରେ ନୀଳାଚଳ ସମୁହ କର୍ମଚାରୀଙ୍କ ନୀଳାଚଳ ପରିସର ମଧ୍ୟରେ ଥିବା ରେଲ ଲାଇନ ଉପରେ ଧାରଣା l

ଦରମା ନମିଳିବା ପର୍ଯ୍ୟନ୍ତ ଅହରାତ୍ର ଧାରଣା ଜାରି ରହିବ ବୋଲି କର୍ମଚାରୀ ସଂଘ ତରଫରୁ ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ଉପସ୍ଥିତରେ ଚୁକ୍ତି ହୋଇଥିଲା ଯେ, ଭିତରେ ଥିବା ଗଚ୍ଛିତ ଏକ ରେକ ଦ୍ରବ୍ୟ ବିକ୍ରରେ ୧୫ ଦିନର ଦରମା ଏବଂ ପିଏଫ ଜମା କରିବା କିନ୍ତୁ ୨ରେକ ଯାଇ ୩ରେକ ପାଇଁ ଲୋଡିଙ୍ଗ ଚାଲିଛି ଦରମା ନାହିଁ । ଏଥିପାଇଁ ଆସୋସିଏସନ ,ସମସ୍ତ ୟୁନିୟନ ,ଓ ମିଳିତ ମଞ୍ଚ କର୍ମଚାରୀମାନେ ଅହରାତ୍ର ଧାରଣାରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking