35.1 C
Bhubaneswar
Tuesday, April 23, 2024
Homeଓଡିଶାବ୍ରାଉନସୁଗାର ନିଶାରେ କବଳିତ ହୋଇ ଗଲେଣି ବହୁ ନବ ଯୁବକ 

ବ୍ରାଉନସୁଗାର ନିଶାରେ କବଳିତ ହୋଇ ଗଲେଣି ବହୁ ନବ ଯୁବକ 

ଯାଜପୁର : ଯାଜପୁର ଜିଲାରେ ବ୍ରାଉନ ସୁଗାର ମାଫିଆଙ୍କ ଭୁସ୍ୱର୍ଗ ପାଲିଟିଛି ଅବକାରୀ ବିଭାଗ ଥାଇ ମଧ୍ୟ ମଦ ମାଫିଆ ଓ ବ୍ରାଉନ ସୁଗାର ବେପାରୀଙ୍କ ଠାରୁ ମାସିକ ବଟି ନେଇ ଚୁପ ହୋଇ ବସୁଛି l ପୋଲିସ ପକ୍ଷରୁ ଛଡାଉ କରାଯାଇ ଚୋର ମଦ ଓ ବ୍ରାଉନ ସୁଗାର ଧରା ଯାଉଛି ଅବକାରୀ ବିଭାଗ ଚୋର ବେପାରୀଙ୍କ ଟେର ପାଉ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏବେ ଜିଲାପାଳଙ୍କ କଡା ନିର୍ଦେଶ କ୍ରମେ ଅବକାରୀ ବିଭାଗ ଚେହିଁ ଉଠିଛି l କଥାଟା କାନକୁ ଶୁଣିବାକୁ ଟିକେ ଆଖାଡୁଆ ଲାଗୁଥିଲେ ବି ଏହା ଏକବାର ସତ ! ଯାଜପୁର ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଚଣ୍ଡିଖୋଲ ଗାନ୍ଧୀଛକ ନିକଟରୁ ଜଣେ ଯୁବକଙ୍କ ପାଖରୁ ବହୁ ପରିମାଣର ବ୍ରାଉନ ସୁଗାର ପ୍ୟାକେଟ ଜବତ କରାଯିବା ସହ ତାକୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି । ବଡ଼ଚଣା ଥାନା ଅନ୍ତର୍ଗତ ବେଣାପୁର ଅଞ୍ଚଳର ଏହି ଯୁବକ ଜଣକ ବ୍ରାଉନସୁଗାର କାରବାର କରୁଥିବା ନେଇ ଅବକାରୀ ବିଭାଗ ଅଧିକାରୀମାନେ ଜାଣିବା ଆଜି ତାକୁ ପିଛା କରି ଗାନ୍ଧୀ ଛକ ନିକଟରେ କାବୁ କରିବା ସହ ତା ନିକଟରୁ ଏକ ପଲିଥିନ ବ୍ୟାଗରେ ଥିବା କିଛି ବ୍ରାଉନ ସୁଗାର ପ୍ୟାକେଟକୁ ଜବତ କରିଥିଲେ । ସେ ବ୍ରାଉନ ସୁଗାର ଆଣି ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ବିକ୍ରି କରୁଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।

ମିଳିଥିବା ଖବର ଅନୁସାରେ, କେବଳ ଏହି ଜଣେ ଯୁବକ ନୁହଁ ଜିଲ୍ଲାରେ ୧୦/୧୨ ଜଣ ଯୁବକ ବାଇକ୍ ଯୋଗେ ବୁଲିବୁଲି ବ୍ରାଉନ ସୁଗାର ନିଶାରେ କବଳିତ ହୋଇ ପଡ଼ିଥିବା କିଛି ନବ ଯୁବକଙ୍କ ନିକଟରେ ନିୟମିତ ପହଞ୍ଚାଇବା ସହିତ ପ୍ରତ୍ୟହ କିଛି ନୂଆ ନୂଆ ଗ୍ରାହକଙ୍କୁ ଏହି ଜୀବନ ନାସୀ ନିଶାରେ କବଳିତ କରିବାକୁ ଯୋଜନାବଦ୍ଧ ଭାବେ ଉଦ୍ୟମ କରି ଫାଶରେ ପକାଇବାରେ ସଫଳ ହୋଇ ଆସୁଛନ୍ତି ! ସବୁବେଳେ କଲେଜ୍ ପଢୁଆ ନବ ଯୁବକଙ୍କୁ ସେମାନଙ୍କର ଟାର୍ଗେଟ ରହୁଛି । ସେମାନେ ବ୍ୟାସନଗର, ନରସିଂହ ଚୌଧୁରୀ, ତାରିଣୀ, ବାବା ଭୈରବାନନ୍ଦ, ଧର୍ମଶାଳା ଓ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ସାମ୍ନାରେ ଅପେକ୍ଷା କରି ଗ୍ରାହକ ସାଜିଥିବା ଛାତ୍ରଙ୍କୁ ଚତୁରତାର ସହ ବ୍ରାଉନ ସୁଗାର ପୁଡ଼ିଆ ଯୋଗାଣ ସହିତ ନୂତନ ଗ୍ରାହକମାନଙ୍କ ସନ୍ଧାନ କରୁଛନ୍ତି । ଏମିତିକି କେବେ କେବେ ସେମାନଙ୍କ ମଧ୍ୟରୁ କିଛି ବେପାରୀ କଲେଜ୍ କ୍ୟାମ୍ପସ ଭିତରକୁ ଯାଇ ମାଲ୍ ପହଞ୍ଚାଇ ଦେଇ ଆସିବାକୁ ପଛାଉ ନାହାନ୍ତି ! ଆଉ ଥରେ ଏହି ନିଶାରେ କବଳିତ ହୋଇ ପଡୁଥିବା ନବ ଯୁବକମାନେ ପରଦିନ ନିର୍ଦ୍ଦିଷ୍ଟ ସମୟରେ ସେବନ କରିବାକୁ କୁଆଡ଼େ ପାଗଳ ପ୍ରାୟ ହୋଇ ଯାଉଛନ୍ତି !

ଗୋଟିଏ କଲେଜର ଜନୈକ ଅଧ୍ୟାପକ କହିଛନ୍ତି ଯେ, ଆମେ ବି ଏ ସମ୍ପର୍କରେ ଆଭାସ ପାଇଛୁ । କଲେଜ୍ କ୍ୟାମ୍ପସ ଭିତରକୁ ତ ଅନେକ ସମୟରେ କୌଣସି ନା କୌଣସି ଛାତ୍ରଛାତ୍ରୀଙ୍କ ଅବିଭାବକ ମଧ୍ୟ ଆସିଥାନ୍ତି, ହେଲେ ଆମେ ଯେତେବେଳେ ଆଖିରେ କେବେ ତାହା ଦେଖିନୁ ତ କେମିତି କାହାକୁ ସନ୍ଦେହ କରି ଆକଟ କରି ପାରିବୁ ବୋଲି ପ୍ରଶ୍ନ କରିଛନ୍ତି ! ତାହା ହୁଏତ ଠିକ୍ ହୋଇପାରେ, ଆଉ ସେମାନଙ୍କୁ ବି କାହାକୁ ଆକଟ କରିବାକୁ ବା ଧରିବାକୁ ମଧ୍ୟ କହିବେ ନାହିଁ ! ମାତ୍ର ଯଦି ଆଭାସ ପାଇଛନ୍ତି ତ ସଂପୃକ୍ତ କଲେଜ କର୍ତ୍ତୃପକ୍ଷ ମାନଙ୍କର ସେ ସମ୍ପର୍କରେ କଣ ପୋଲିସ୍ କିମ୍ୱା ଅବକାରୀ ବିଭାଗ ଅଧିକାରୀଙ୍କୁ ଅବଗତ କରାଇ ଦେବାର ନୈତିକ ଓ ସାମାଜିକ ଦାୟିତ୍ଵ ନୁହେଁ ? ଆଉ ଗୋଟିଏ କଲେଜର ଅଧ୍ୟକ୍ଷ କହିଛନ୍ତି ଯେ କିଛି ଦିନ ତଳେ ଆମେ ଏମିତି ଖବର ପାଇବା ପରେ ସେତେବେଳେ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇ ଦେଇଥିଲୁ ! ସେ ମଧ୍ୟ ଏଠାକୁ ଆସି କିଛି ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରିବା ସହ କଲେଜ୍ ନିକଟକୁ ଆଉ ନ ଆସିବା ପାଇଁ ତାଗିଦ୍ କରି ଛାଡିଥିଲେ । କଲେଜ୍ ସମୟରେ ନିୟମିତ ପୋଲିସ୍ ପେଟ୍ରୋଲିଂ କରାଯିବା ଯୋଗୁଁ କିଛି ଦିନ ଧରି ଆଉ ସେହି ଯୁବକମାନଙ୍କୁ କଲେଜ୍ ଆଖପାଖରେ ଦେଖିବାକୁ ମିଳି ନଥିଲା । କିନ୍ତୁ ସେହି ଅଧିକାରୀ ଜଣକ ଏଠାରୁ ବଦଳି ହୋଇ ଅନ୍ୟତ୍ର ଚାଲିଯିବା ପରେ ପୁନର୍ବାର ସେହି ଯୁବକମାନେ କଲେଜ୍ ନିକଟରେ ଆସି ପଇଁତରା ମାରିବା ପରିଲକ୍ଷିତ ହୋଇ ଆସୁଛି ।

ହୁଏତ ସେମାନେ ସେହି ବେପାର କରୁଥାଇ ପାରନ୍ତି, ସେମାନେ ଅତି ଅସାମାଜିକ ପିଲା ହୋଇ ଥିବାରୁ ଆମେ ସେମାନଙ୍କୁ ବାରଣ କରି ପାରୁନୁ ! ସ୍ଥାନୀୟ ପୋଲିସ ପକ୍ଷରୁ କଲେଜ୍ ନିକଟରେ ମଝିରେ ମଝିରେ ପେଟ୍ରୋଲିଂ କରାଗଲେ ହୁଏତ ସେମାନେ ଟିକେ ଭୟ ପାଇ ଏଠାକୁ ଆସନ୍ତେ ନାହିଁ ବୋଲି ସେ ମତ ଦେଇଛନ୍ତି । କେବଳ କଲେଜ୍ କ୍ୟାମ୍ପସ ନୁହେଁ ଜିଲ୍ଲାର ବିଭିନ୍ନ ବଜାରରେ ମଧ୍ୟ ଏହି ନିଶାରେ କବଳିତ କିଛି ଯୁବକଙ୍କୁ ନିୟମିତ ଯୋଗାଣ ହୋଇ ଆସୁଥିବା କୁହା ଯାଉଛି ! କିଛି ବର୍ଷ ପୂର୍ବେ ଛତିଆ ଅଞ୍ଚଳ ବ୍ରାଉନ ସୁଗାର ବେପାରର ଗୋଟିଏ ହବ୍ ପାଲଟି ଯାଇଥିଲା ! ଏବେ କିନ୍ତୁ ବାଲେଶ୍ଵର ଜିଲ୍ଲାରୁ ଆଣି କିଛି ଲୋକ ଛତିଆ ସମେତ ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ଜାରକା, କୁଆଖିଆ, ଡୁବୁରୀ, ପାଣିକୋଇଲି, ଯାଜପୁର ରୋଡ଼ ଓ ଯାଜପୁର ଟାଉନ୍ ଅଞ୍ଚଳର କିଛି ଖୁଚୁରା ବେପାରୀଙ୍କୁ ଯୋଗାଇ ଦେଉଛନ୍ତି !

ଏମାନେ ତାହାକୁ ଛୋଟ ଛୋଟ ପୁଡ଼ିଆ କରି ଫେରିବାଲା ପରି ବାଇକରେ ବୁଲିବୁଲି ଗ୍ରାହକଙ୍କ ନିକଟରେ ପହଞ୍ଚାଇ ଦେଇ ଆସୁଛନ୍ତି । ଏକଥା ଯଦି ସତ ହୋଇଥାଏ, ତେବେ ଅବକାରୀ ବିଭାଗ ଆଜି ଅଟକ ରଖିଥିବା ଯୁବକ ଠାରୁ କଥା ଆଦାୟ କରି ଏହି ଜହର କାରବାରର ଚେର ଓ ନେଟୱାର୍କର ସନ୍ଧାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ! ତେବେ ଅବକାରୀ ଗୁଇନ୍ଦା ବିଭାଗ ଏଥିନେଇ ସେତେ ସତର୍କ ନଥିବା ଯୋଗୁଁ ହିଁ ଜିଲ୍ଲାରେ ଏବେ ଏହି ଜହର ବେପାର କାୟା ବିସ୍ତାର କରି ଯୁବପିଢିଙ୍କୁ କବଳିତ କରି ଚାଲିଥିବା ଏଥିରୁ ସ୍ପଷ୍ଟ ବୁଝା ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking