28.1 C
Bhubaneswar
Thursday, March 28, 2024
Homeଓଡିଶାଆଇ.ପି.ଏଫ୍ ସୁକିନ୍ଦା ଆଇ ଟି ଆଇରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମୁଖ ଇଞ୍ଜିନିୟରିଂ କମ୍ପାନୀରେ ନିଯୁକ୍ତି 

ଆଇ.ପି.ଏଫ୍ ସୁକିନ୍ଦା ଆଇ ଟି ଆଇରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମୁଖ ଇଞ୍ଜିନିୟରିଂ କମ୍ପାନୀରେ ନିଯୁକ୍ତି 

ଯାଜପୁର : ଯାଜପୁର ଜିଲ୍ଲା ରେ ବି. ଆଇ. ପି. ଏଫ୍. ସୁକିନ୍ଦା ଆଇ ଟି ଆଇ ରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ କ୍ୟାମ୍ପସ୍ ପ୍ଲେସମେଣ୍ଟରେ ବହୁରଷ୍ଟ୍ରୀୟ ଇଞ୍ଜିନିୟରିଙ୍ଗ କମ୍ପାନୀ ଏଲ୍ ଆଣ୍ଡ୍ ଟି ଲିମିଟେଡ ୨୦୧୮-୨୦ ବର୍ଷ ର ୫୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷକ ଭାବେ ଚୟନ କରିଛି l ସେମାନଙ୍କ ମଧ୍ୟରୁ ୩୨ ଜଣ ଫିଟର ୨୧ ଜଣ ଇଲେକ୍ଟ୍ରିକାଲ୍ ରେ ସ୍ଥାନ ପାଇଛନ୍ତି l
ମନୋନୀତ ୫୩ ଜଣ ଛାତ୍ରଛାତ୍ରୀଙ୍କୁ କଟକ ଗୋପାଳପୁର ଠାରେ ଥିବା ଏଲ୍ ଏଣ୍ଡ୍ ଟି କମ୍ପାନୀର ସିଏସ୍ ଟି ଆର୍ ତାଲିମ୍ କେନ୍ଦ୍ରରେ ମାସିକ ଷ୍ଟାଇପେଣ୍ଡ ଓ ମାଗଣା ରହିବା ସୁବିଧା ସହିତ ତିନି ମାସର ନିଯୁକ୍ତି କାଳୀନ ତାଲିମ୍ ଚାଲୁ ରଖିଛନ୍ତି l ଏହି ତିନି ମାସ ତାଲିମ୍ କର୍ଯ୍ୟ ପରେ ସେମାନଙ୍କୁ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡରେ ମାସିକ ପ୍ୟାକେଜ ସହିତ କମ୍ପାନୀ ବିଭିନ୍ନ ସ୍ଥାନରେ ଥିବା ପ୍ରୋଜେକ୍ଟ ରେ ନିଯୁକ୍ତ କରିବ l
ପୂର୍ବରୁ ଏଲ୍ ଏଣ୍ଡ ଟି କମ୍ପାନୀ ୨୦୧୭-୧୯ ବ୍ୟାଚ୍ ବି. ଆଇ. ପି. ଏଫ୍ର. ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଇଥିଲେ, ଯେଉଁମାନେ କି ଆଜି ମାସିକ ୨୦୦୦୦ ରୁ ଅଧିକ ବେତନରେ କାର୍ଯ୍ୟରତ ଅଛନ୍ତି l

୨୦୧୬ ମସିହା ରେ ଯାଜପୁର ଜିଲ୍ଲା ର ସୁକିନ୍ଦା ଠାରେ ପ୍ରତିଷ୍ଠିତ ବି. ଆଇ. ପି. ଏଫ୍. ଆଇ ଟି ଆଇ ଅତ୍ୟାଧୁନିକ ଗୁଣାତ୍ମକ ଆବସିକ ଶିଳ୍ପ ତାଲିମ କେନ୍ଦ୍ର ଯାହାକି ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲୋୟେଜ ଲିମିଟେଡ୍ ଏବଂ ଓଡ଼ିଶା ସରକାର ଙ୍କ ଦ୍ଵାରା” ବିକାଶ ରେ ଭାଗୀଦାରୀ କର୍ଯ୍ୟକ୍ରମ ” ର ଏକ ଅଂଶ l ଏହି ଆଇ ଟି ଆଇ କେନ୍ଦ୍ର ଟି କ୍ଵାଲିଟି କଣ୍ଟ୍ରୋଲ ଅପ୍ ଇଣ୍ଡିଆ, ଭାରତ ସରକାରଙ୍କ ଅଧିନରେ ଥିବା ଡି ଜି ଇ ଏଣ୍ଡ୍ ଟି ର ଏନ୍ ସି ଭି ଟି ସହିତ ଅନୁବନ୍ଧିତ l ଏହି ଶିଳ୍ପ ତାଲିମ କେନ୍ଦ୍ର ଟି ଯୁବକ ଯୁବତୀ ମାନଙ୍କୁ ଉତମ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ୱଲଡ଼ର, ଫିଟର ଓ ଇଲେକ୍ଟ୍ରିକାଲ୍ କ୍ଷେତ୍ରରେ ଗୁଣାତ୍ମକ ମାନ ର ଶିକ୍ଷା ଯୋଗାଇ ଦେବା ରେ ଏକ ଫଳପ୍ରଦ ପଦ୍ଧତି ଉପରେ ଧ୍ୟାନ ଦେଇଥାଏ l ୨୦୨୦ – ୨୧ ବର୍ଷ ପାଇଁ ମୋଟ ୧୧୯ ଛାତ୍ରଛାତ୍ରୀ ୩ଟି ଟ୍ରେଡ୍ ରେ ନାମ ଲେଖାଇଛନ୍ତି l ଯାଜପୁର ଜିଲ୍ଲା ରୁ ୨୮ %, ରାଜ୍ୟରେ ୪୪% ତୁଳନାରେ ବି. ଆଇ. ପି. ଏଫ୍ ସୁକିନ୍ଦା ଆଇ ଟି ଆଇ ର ନାମଲେଖା ୫୪ ପ୍ରତିଶତ ଅଟେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking