27.1 C
Bhubaneswar
Thursday, April 25, 2024
Homeଓଡିଶାଚିନ୍ମୟ ଫାଉଣ୍ଡେସନକୁ ମିଳିଲା ବିଶ୍ୱବନ୍ଧୁ ସେବା ସମ୍ମାନ

ଚିନ୍ମୟ ଫାଉଣ୍ଡେସନକୁ ମିଳିଲା ବିଶ୍ୱବନ୍ଧୁ ସେବା ସମ୍ମାନ

ଯାଜପୁର: ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନକୁ ଆଜି ଯାଜପୁର ଜିଲ୍ଲାର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ହେଲପିଙ୍ଗ ହ୍ୟାଣ୍ଡସ ପକ୍ଷରୁ ବିଶ୍ୱବନ୍ଧୁ ସମ୍ମାନ-୨୦୨୧ରେ ସମ୍ବର୍ଦ୍ଧିତ କରାଯାଇଅଛି । ଏହି ଅବସରରେ ସ୍ଥାନୀୟ ମୁଗୁପାଳ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜିତ ଏକ ବର୍ଣାଢ୍ୟ ମହୋତ୍ସବରେ ମୁଖ୍ୟଅତିଥି ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟି,ମୁଖ୍ୟବକ୍ତା ଚିନ୍ମୟୀ ଦାସ,ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ଷଡଙ୍ଗୀ ଓ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟ ମାନେ ମଞ୍ଚରେ ଉପସ୍ଥିତ ରହି ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ସଂଯୋଜକ ମାଷ୍ଟର ମିହିର କୁମାରଙ୍କୁ ମାଲ୍ୟପୁଷ୍ପ,ଉପଢୌକନ ଓ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ।ପ୍ରକାଶ ଥାଉକି ଆଜକୁ ଦୀର୍ଘ ୩୭୫ଦିନ ଧରି ଚିନ୍ମୟ ଫାଉଣ୍ଡେସନ ନିରଵଛିନ୍ନ ଭାବରେ ସମଗ୍ର ଦେଶର କୋଣାନୁକୋଣରେ ମହାମାରୀ କରୋନାର ସଚେତନତା ସୃଷ୍ଟି ସହ ଗରିବ ଅସହାୟ ମାନଙ୍କୁ ସହାୟତାର ହାତ ବଢ଼ାଇ ସମଗ୍ର ବିଶ୍ୱର ଗଣମାଧ୍ୟମ ମାନଙ୍କରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking