34.1 C
Bhubaneswar
Friday, March 29, 2024
Homeଓଡିଶାମିଳିତ ଟ୍ରେଡ଼ ୟୁନିଅନ ଆହ୍ୱାନରେ ଦେଶ ବ୍ୟାପି ଧର୍ମଘଟ ଓ  ଦେଶ ବଞ୍ଚାଓ 

ମିଳିତ ଟ୍ରେଡ଼ ୟୁନିଅନ ଆହ୍ୱାନରେ ଦେଶ ବ୍ୟାପି ଧର୍ମଘଟ ଓ  ଦେଶ ବଞ୍ଚାଓ 

ଯାଜପୁର  :  ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଆହ୍ୱାନରେ ଅଗଷ୍ଟ 9  କ୍ରାନ୍ତି ଦିବସ ପରିପ୍ରେକ୍ଷୀରେ ଆଇ. ଏନ. ଟି. ୟୁ. ସି. ଏହାକୁ ଦେଶ ବଞ୍ଚାଓ ଦିବସ ଭାବେ ପାଳନ କରୁଅଛି । କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ଘରୋଇକରଣ କରିବା, ଶ୍ରମ ବିରୋଧୀ ଓ ଜନ ବିରୋଧୀ ନୀତି ବିରୁଦ୍ଧରେ ଦେଶବ୍ୟାପି ସାଧାରଣ ଧର୍ମଘଟ ବ୍ୟାସନଗର ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆଇ. ଏନ. ଟି. ୟୁ. ସି. ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଓ ଏ. ଆଇ. ଟି. ୟୁ. ସି. ର ନେତା ଚନ୍ଦ୍ରମଣି ପାତ୍ର ଙ୍କ ନେତୃତ୍ୱ ରେ ସାମାଜିକ ଦୂରତା ରକ୍ଷାକରି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦ ରେ ସହରର  ବିଭିନ୍ନ ସ୍ଥାନରେ ପ୍ଲାକାର୍ଡ଼ ପ୍ରଦର୍ଶନ କରି ବିଭିନ୍ନ ଧ୍ଵନି ମାନ ଦିଆଯାଇଥିଲା ।
ଓଡିଶା ରେ କରୋନା -19 ର ସଙ୍କଟ ସମୟରେ ପ୍ରାୟ 10 କୋଟିରୁ ଉର୍ଦ୍ଧ ଶ୍ରମିକ ବେରୋଜଗାର ହୋଇଥିବାବେଳେ ରାଜ୍ୟ ସରକାର ସେମାନଙ୍କୁ ଜୀବିକା ନଦେବା, କେନ୍ଦ୍ର ଓ ରାଜ୍ୟ ସରକାର ନିଯୁକ୍ତି ପକ୍ରିୟା କୁ ସଂକୋଚିତ କରିବା ସହିତ ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କର ବ୍ୟାପକ ଘରୋଇକରଣ, ନୂଆ ପଦବୀ ସୃଷ୍ଟି କରିବା, କାର୍ଯ୍ୟରତ ବିଦ୍ୟୁତ ଠିକା ଶ୍ରମିକ ମାନଙ୍କର ଚୁକ୍ତି ବାତିଲ କରିବା, ଠିକା ନିଯୁକ୍ତି ବନ୍ଦ କରିବା, ଖାଲିଥିବା ପଦକୁ ରଦ୍ଦ କରିବା ଲାଗି ଅଧି ସୂଚନାକୁ ଦୃଢ ନିନ୍ଦା କରିଥିଲେ !ଏହି ଆନ୍ଦୋଳନ ରେ ଆଇ. ଏନ. ଟି. ୟୁ. ସି. ର ଜିଲ୍ଲା ଉପ ସଭାପତି ରଘୁନାଥ ମାଝୀ, ନିରଞ୍ଜନ ପରିଡା, ସହ ସମ୍ପାଦକ ପରମାନନ୍ଦ ସେଠୀ, ବିଜୟ କୁମାର ବୋଇତାଇ, ଅଜୟ କୁମାର ଦାସ, ଚନ୍ଦ୍ରକାନ୍ତ ଖଣ୍ଡାଇ, ମନୋଜ ଦାସ, ଭରତ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ବଳ, ନିରଞ୍ଜନ ନାୟକ , ଅଭିନ୍ନ ମଳିକ, ସୁଶାନ୍ତ ନାଥଶର୍ମା ଓ ଶତ୍ରୁଘନ ମଳିକ ପ୍ରମୁଖ ବିଭିନ୍ନ ସ୍ଥାନରେ ନେତୃତ୍ୱ ନେଇଥିଲେ ।
କେନ୍ଦ୍ର ସରକାର ରେଳ ଓ ସେନା ବିଭାଗ ଭଳି ଗୁରୁତ୍ୱପୁର୍ଣ ବିଭାଗ ସମେତ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇକରଣ କରିବା ଏବଂ ପ୍ରବାସୀ ଶ୍ରମିକ ମାନଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଦେବା ସହିତ ମାସିକ 6ହଜାର ଟଙ୍କା ଭତ୍ତା ଦେବା, କାର୍ଯ୍ୟ ସମୟ 12ଘଣ୍ଟା ନିଷ୍ପତି ପ୍ରତ୍ୟାହାର କରିବା, ଆୟକର ଦେଉନଥିବା ଶ୍ରମିକ ଓ ମଧ୍ୟ୍ୟବିତ୍ତ ପରିବାର କୁ ମାସିକ 7500ଟଙ୍କା 6ମାସର ଅର୍ଥ ପ୍ରଦାନ କରିବା କୁ ଦାବି କରାଯାଇଥିଲା ! କେନ୍ଦ୍ର ସରକାରଙ୍କ ଏକ ତରଫା ନିଷ୍ପତି ବିରୁଦ୍ଧରେ ଆଜି କ୍ରାନ୍ତି ଦିବସରୁ “ମୋଦି ହଟାଓ ଦେଶ ବଞ୍ଚାଓ “ଲକ୍ଷ୍ୟରେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking