37.2 C
Bhubaneswar
Friday, April 19, 2024
Homeଓଡିଶାନଦୀରେ ଗାଧୋଇବାକୁ ଯାଇ ବୁଡିଗଲେ ଦୁଇ ଭାଈ 

ନଦୀରେ ଗାଧୋଇବାକୁ ଯାଇ ବୁଡିଗଲେ ଦୁଇ ଭାଈ 

ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ବୁଡିଗଲେ ଦୁଇ ଭାଈ । ଯାଜପୁର ସଦର ଥାନା ତଥା ଯାଜପୁର ବ୍ଲକ ଅନ୍ତର୍ଗତ ବେରୁଦା ପଂଚାୟତ ଚିନ୍ତାପଲ୍ଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର କାହ୍ନୁ ଚରଣ ଚନ୍ଦଙ୍କ ଦୁଇ ପୁଅ ଦୀନବନ୍ଧୁ ଏବଂ ଦିବାକର ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ । ପ୍ରଥମେ ବଡଭାଈ ଦିନବନ୍ଧୁର ଗୋଡ ଖସିଯାଇଥିଲା । ତାକୁ ଉଦ୍ଧାର କରିବାକୁ ସାନ ଭାଈ ଦିବାକର ଉଦ୍ୟମ କରିଥିଲା । ଉଭୟଙ୍କର ଗୋଡ ଖସିଯିବାରୁ ଗଭୀର ନଦୀରେ ବୁଡିଯାଇଥିଲେ । ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ପରେ ଘଟଣାସ୍ଥଳରେ ଦମକଳ ବାହିନି ପହଂଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ଚିକିତ୍ସା ପାଇଁ ପ୍ରଥମେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ବଡଭାଈ ଦିନବନ୍ଧୁ(୧୮) ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦିବାକରଙ୍କୁ ଅଧିକ ଚିିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲେ । ସେଠାରେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking