34.1 C
Bhubaneswar
Friday, March 29, 2024
Homeଓଡିଶାସମାଜରେ ଜନ୍ନ ହୋଇ ପରୋପକାରେ ନ ଲାଗିଲେ ମନୁଷ୍ୟ ଜୀବନ ନିରର୍ଥକ : ଡ. ପ୍ରଫୁଲ୍ଲ...

ସମାଜରେ ଜନ୍ନ ହୋଇ ପରୋପକାରେ ନ ଲାଗିଲେ ମନୁଷ୍ୟ ଜୀବନ ନିରର୍ଥକ : ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ

ଯାଜପୁର (ଓଏନଏ) : ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦରେ ଥିବା ଅଗ୍ରଣୀ ସହିଦ ଭଗତ ସିଂ ଯୁବକ ସଂଘ ଆନୁକୂଲ୍ୟରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ମହାସମାରୋହରେ ଭଗତ ସିଂ, ରାଜଗୁରୁ, ସୁକଦେବଙ୍କ୯୦ ତମ ଫାଶି ଦିବସ ପାଳନ ହୋଇଯାଇଛି । ଏହି ପରିପେକ୍ଷିରେ ସକାଳ ୯ଘଟିକାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ୫୩ ଇୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ଏହିରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ ଯୁବଶିଳ୍ପ ଉଦ୍ୟୋଗୀ ରକେଶ ରାଉତ । ରକ୍ତଦାତାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ , ପୂର୍ବତନ ପୋୖରାଧକ୍ଷ ରସାନନ୍ଦ ମହାନ୍ତି, ବସନ୍ତ କୁମାର ପାତ୍ର, ନାରାୟଣ ଚନ୍ଦ୍ର ନାୟକ, ଚନ୍ଦ୍ରମଣି ସାମଲ ,ଉପେନ୍ଦ୍ରନାଥ ମହାନ୍ତି, ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ଉଦୟନାଥ ଖଣ୍ଡାଇ ଉମାକାନ୍ତ ରାଉତ, ବିନୋଦ ବିହାରୀ ସାମଲ, ନରେଶ ମସ୍କରା ଇଂ ବିଶ୍ୱଜିତ ମହାନ୍ତି, ପ୍ରଶନ ସାମଲ ,ନିତ୍ୟାନନ୍ଦ ମହାଳିକ ,ବାଇଧର ମାଝୀ, ଏହି ଅବସରରେ ସନ୍ଧ୍ୟାରେ ଗୁଗୁଲ ମଣ୍ଡପଠାରେ ପୂଜ୍ୟ ପୂଜାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ସଂଧ୍ୟା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ତାଙ୍କ ବକ୍ତବ୍ୟରେ କହିଥିଲେ ସମାଜରେ ଜନ୍ମହୋଇ ଯଦି ପରୋପକାରେ ନଲାଗିପାରିଲେ ମଣିଷ ଜନ୍ମର ସାର୍ଥକ ନୁହେଁ । ସୁଲେଖକ ପ୍ରଫେସର ନେତାଜୀ ଅଭିନନ୍ଦନ ମୁଖ୍ୟବକ୍ତା ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଆଜିର ଯୁବସମାଜ ଭଗତ ସିଂଙ୍କ ପରି ଦୃଢ ମନୋବଳ ରହିବ ଦରକାର । ସଂମ୍ମାନୀତ ଅତିଥି ଭାବେ ବରିଷ୍ଠ ସମାଜସେବୀ ଅଭିମନ୍ୟୁ ଦାସ, ପ୍ରଶାସନିକ ଅଧିକାରୀ ପିୟୁସ ପାଣି ,ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ଯୋଗଦେଇଥିବା ବେଳେ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ସଂଘର ସ୍ଥାଇ ସଭାପତି ରାଜେନ୍ଦ୍ର ବିଶ୍ୱାଳ,ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ହେମନ୍ତ କୁମାର ଧୀର ।

ଅଭିମନ୍ୟୁ ଦାସଙ୍କୁ ସମାଜସେବୀ ଭାବେ ସଂମ୍ମାନୀତ କରାଯାଇଥିବାବେଳେ କଟକ ସ୍ୱପ୍ନ ଫାଉଣ୍ଡେସନ,ସହାୟ ଦ ହେଲପିଙ୍ଗ ହ୍ୟାଣ୍ଡ, ବଜରଙ୍ଗୀ ଅର୍ଗାନାଇଜେସନ,ହେଲ୍ପ ଦ ହିୟୁମାନିଟ ଚାରିଟେବୁଲ ଟ୍ରଷ୍ଟ କଟକ,ଭଗତ ସେନା ,ଭଦ୍ରକ ଅଶୋକ ଦାସ ଫାଉଣ୍ଡେସନ, ଯାଜପୁର ଟାଉନ, ବିଜୟ ଆଦର୍ଶ ଫାଉଣ୍ଡେସନ, କୋରେଇ,ବିଶ୍ୱଜୟ ଫାଉଣ୍ଡେସନ, ବ୍ୟାସନଗର, ବ୍ୟାସସେନା , ଇନର ହୁଇଲ କ୍ଲବ,ଫ୍ରିଡମ ଫିଡେଲିଟି, ସ୍ମାଇଲ ଫାଉଣ୍ଡେସନ, ସଂଖଚିଲା, ସଂଘଟନ ସଂମ୍ମାନୀତ ହୋଇଥିବାବେଳେ କରୋନା ଯୋଦ୍ଧା ଭାବେ ନରେଶ ମସ୍କରା ,ସବିନାଶ ଜାଲ୍ଲୀ,ହେମଲତା ମହନ୍ତ, ଯାଜପୁର ରୋଡ଼ ପୋଲିସ,ଡ଼. ସୌଭାଗ୍ୟ ରଞ୍ଜନ ସୁବୁଦ୍ଧି, ଡ଼. ପ୍ରଶନ କୁମାର ସାହୁ,ଡ଼. ନିହାର ରଞ୍ଜନ କର,ଡ଼. ଚିନ୍ମୟ ସାମଲ,ଡ଼. ପୁଲକ ରଞ୍ଜନ ମଲ୍ଲିକ, ଡ଼. ବିରେନ୍ଦ୍ର କୁମାର ଦାଶ, ଡ଼. ସନ୍ତୋଷ ପୃଷ୍ଟି, ଏଲ୍ଟି ପାର୍ଥ ସାରଥୀ ପୁହାନ, ଏଲ୍ଟି ସମ୍ବିତ ମଲ୍ଲିକଙ୍କୁ ସଂମାନିତ କରାଯାଇଥିଲା ଅନୁଷ୍ଠାନର ମୁଖପତ୍ର ସହିଦ ଉନ୍ମୋଚନ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ପରେଶ ଦାସ, ଅକ୍ଷୟ ନାୟକ,ମନୋଜ ଦାସ, ସମୀର ରାୟ, ଦୀପକ ଦାସ,ଖଗେଶ୍ୱର ମଲ୍ଲିକ, ନିରଞ୍ଜନ ବଳ, ଆଶିଷ ବଳ, ଆଶିଷ ମଲ୍ଲିକ, ସଂଗ୍ରାମ ଜେନା ,ଚିନ୍ତାମଣି ମଲ୍ଲିକ, ମହେଶ୍ୱର ନାୟକ, ହେମନ୍ତ ନାୟକ, ବିଜୟ ନନ୍ଦି, ବାସୁଦେବ ଖଟେଇ, ପ୍ରଶାନ୍ତ ବିଶ୍ୱାଳ,ପରୀକ୍ଷିତ ମଲ୍ଲିକ, ସଞ୍ଜୟ ମହାନ୍ତି, ରମେଶ ବିଶ୍ୱାଳ, ମଧୁସୂଦନ ବାରିକ,ଗୋବିନ୍ଦ ଖଣ୍ଡେଇ, ସତ୍ୟନାରାୟଣ ଦାସ, ମନୋଜ ଦାସ,ସନ୍ତୋଷ ସ୍ୱାଇଁ ଶେଷରେ ସଂଘର ଉପସଭାପତି କଳିଙ୍ଗ ପହି ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking