ଚୂନଭାଟି ପ୍ଲଟରେ ଛୁରା ମାଡ

ଯାଜପୁର (ଓଏନଏ) : ଯାଜପୁର ଜିଲ୍ଲାର ଯାଜପୁର ରୋଡ ଥାନା ଅନ୍ତର୍ଗତ ଚୂନଭାଟି ପ୍ଲଟ ନିକଟରେ ବୁଧବାର ବଚସାକୁ ନେଇ ଛୁରା ମାଡ ହୋଇଛି l ରାତି ୮:୪୫ ମିନିଟରେ ପଦ୍ମପୁରର ବିକ୍ରମ ମୁର୍ମୁ ସାଇ ମନ୍ଦିର ପାଖ ଚୂନଭାଟି ପ୍ଲଟରେ ଥିବା ହାଣ୍ଡିଆ ପଡାରେ ଦୁଇଜଣଙ୍କ ବଚସା ହେବା ପରେ ମେଟୁଆଣି ଗାଡିଆରେ ରହୁ ଥିବା ଜୈନିକ ରାଜ ମିସ୍ତ୍ରୀ ବିକ୍ରମକୁ ଛୁରା ମାଡ଼ କରି ଫେରାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ସହୋଜୋଗରେ ବିକ୍ରମକୁ ଯାଜପୁର ରୋଡ ମେଡ଼ିକାଲକୁ ଅଣାଯାଇ ଚିକିତ୍ସା କରାଯାଇଛି। ବିକ୍ରମର ପେଟରୁ କିଛି ଅନ୍ତ୍ ବୁଜୁଳା ବାହାରି ଥିଲା ଓ ବାମ ହାତ କହୁଣିରେ ମଧ୍ୟ ଛୁରା ମାଡ଼ ହୋଇଥିଲା । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here