31.1 C
Bhubaneswar
Friday, March 29, 2024
Homeଓଡିଶାଶିବଦାସ ଘୋଷଙ୍କ ସ୍ମରଣ ସଭା

ଶିବଦାସ ଘୋଷଙ୍କ ସ୍ମରଣ ସଭା

ଯାଜପୁର : ଆଜି ସର୍ବହରାର ମହାନ ନେତା ଏସୟୁସିଆଇ (କମ୍ୟୁନିଷ୍ଟ )ର ପ୍ରାଣପ୍ରତିଷ୍ଠାତା କମ୍ରେଡ ଶିବଦାସ ଘୋଷଙ୍କର ୪୫ତମ ସ୍ମରଣ ସଭାଦେଶର କୋଣ ଅନୁକୋଣରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଯାଜପୁରରୋଡ, ଦାନଗଦି, କୋରେଇ, ସୁକିନ୍ଦା ଲୋକାଲ କମିଟି ପକ୍ଷରୁ ଦଳର କର୍ମୀମାନେ ମୁହଁରେ ମାସ୍କ ଓ ଶାରୀରିକ ଦୂରତ୍ୱ ରକ୍ଷା କରି ଯାଜପୁରରୋଡ ପାର୍ଟି ଅଫିସଠାରେ ମହାନ ନେତାଙ୍କ ସ୍ମରଣ ସଭା ଏସୟୁସିଆଇ (କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟି ସଭ୍ୟ କମ୍ରେଡ ସୁରେଶ ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ କାର୍ଯ୍ୟକ୍ରମ ହିସାବରେ ପାର୍ଟିର ରକ୍ତପତାକା ଉତ୍ତୋଳନ କରିଥିଲେ ଯାଜପୁର ରୋଡ ଇନଚାର୍ଜ କମ୍ରେଡ ସୁଧାଂଶୁ ଦାସ। ପରେ ସର୍ବହରାର ମହାନ ନେତା କମ୍ରେଡ ଶିବଦାସ ଘୋଷଙ୍କ ଫଟୋଚିତ୍ରରେ ମାଲ୍ୟ ଦାନ କରିଥିଲେ। ରାଜ୍ୟ କମିଟି ସଭ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକ, କେଦାରନାଥ ସାହୁ, ସୁରେଶ ପ୍ରଧାନ, ଜିଲ୍ଲା କମିଟି ସଭ୍ୟ ସୁଧାଂଶୁ ଦାସ,ନିରୁପମା ବେହେରା, କୋରେଇ ଲୋକାଲ କମିଟି ସମ୍ପାଦକ ମେଘନାଦ ମଲ୍ଲିକ, ଦାନଗଦି ଲୋକାଲ କମିଟି ସମ୍ପାଦକ ବିଜୟ ଜେନା, , ସଂଗଠକ ଶରତ ଜେନା, ରାଧାକାନ୍ତ ଜେନା, ସନ୍ତୋଷ ସାହୁ,ମିନତୀ ବାରିକ, କାର୍ତିକ ହାଲଦର, ଅନୁସୟା ହାଲଦର,କାରୁବାକୀ ପଣ୍ଡା,ଧୁର୍ବ ପଣ୍ଡା, ନୂତନ ମଲ୍ଲିକ। ଶିବଦାସ ଘୋଷଙ୍କ ଉପରେ ରଚିତ ସଂଗୀତ ଓ ଆନ୍ତର୍ଜାତିକ ସଂଗୀତ ଗାନ ପରେ ଏସୟୁସିଆଇ (କମ୍ୟୁନିଷ୍ଟ )କେନ୍ଦ୍ରୀୟ କମିଟି ସଭ୍ୟ କମ୍ରେଡ ତପନ ରାୟ ଚୌଧୁରୀଙ୍କ ମୃତ୍ୟୁରେ ଦୁଇମିନିଟ ନିରବତା ପାଳନପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking