37.2 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟର ବିଭିନ୍ନ ଥାନାରେ ଖତ ଖାଉଛି ହଜାର ହଜାର ଜବତ ଗାଡ଼ି

ରାଜ୍ୟର ବିଭିନ୍ନ ଥାନାରେ ଖତ ଖାଉଛି ହଜାର ହଜାର ଜବତ ଗାଡ଼ି

ଯାଜପୁର : ରାଜ୍ୟର ବିଭିନ୍ନ ଥାନାରେ ଜବତ୍ ସାଇକେଲ, ମୋଟର ସାଇକେଲ, ଅଟୋ, କାର, ଟ୍ରକ୍ ଓ ବସ୍ ଭଳି ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଗାଡ଼ି ବର୍ଷ ବର୍ଷ ଧରି ଏଭଳି ଖୋଲା ଆକାଶ ତଳେ ପଡ଼ି ରହି ଖରାବର୍ଷା ଖାଇ କଳଙ୍କି ଲାଗି ନଷ୍ଟ ହେଉଥିବା ଦେଖାଯାଉଛି ।  ଆଉ କିଛି ତ ମାଟିରେ ବି ପୋତି ହୋଇ ଗଲାଣି । କୌଣସି ବି ଥାନାରେ ଚୋରା ଗାଡି ହେଉ ବା ଆପତ୍ତିଜନକ ସାମଗ୍ରୀ ପରିବହନ କାର୍ଯ୍ୟରେ ନିୟୋଜିତ ଗାଡ଼ି, ବେଆଇନ୍ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ଏବଂ ଦୁର୍ଘଟଣାରେ ସଂପୃକ୍ତ ଓ ଦୁର୍ଘଟଣାଗ୍ରସ୍ତ ଗାଡି କିମ୍ବା ଅନ୍ୟ କୌଣସି କାରଣରୁ ଜବତ ଗାଡ଼ି ଗୁଡ଼ିକର ଆଦୋୖ ଯତ୍ନ ନେବା ବି ସମ୍ଭବପର ନୁହେଁ । ତେଣୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ଗାଡିଗୁଡିକ ସେଠାରେ ପଡ଼ି ରହି କେବଳ ନଷ୍ଟ ହେଉନାହିଁ ବରଂ ପ୍ରତ୍ୟେକ ଥାନା ପରିସରର ବହୁ ଅଂଶକୁ ବି ମାଡିବସିଛି ।

ଏହାକୁ ଦୃଷ୍ଟିରେ ରଖି ଉପଯୁକ୍ତ ଗ୍ୟାରେଣ୍ଟି ବଣ୍ଡ୍‌ ରଖି ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ମାଧ୍ୟମରେ ଫୋୖଜଦାରୀ କାର୍ଯ୍ୟବିଧି ଆଇନର ୪୫୧ ଧାରାରେ ଜବତ ଗାଡିଗୁଡିକୁ ତାହାର ମାଲିକଙ୍କୁ ୧୫ରୁ ୩୦ ଦିନ ମଧ୍ୟରେ ଫେରସ୍ତ ଦେବା କିମ୍ଵା ଯେଉଁ ଗାଡିଗୁଡିକୁ ନେବା ପାଇଁ କୌଣସି ଦାବିଦାର ନାହାଁନ୍ତି ସେଭଳି ସ୍ଥିତିରେ ନିର୍ଦ୍ଦିଷ୍ଟ ବୀମା କମ୍ପାନୀକୁ ସେହି ଗାଡି ଗୁଡ଼ିକର ଜିମା ଦେବା ଅବା ଯେଉଁ ଗାଡିଗୁଡିକର କେହି ଦାବିଦାର ନ ଥିବେ କିମ୍ଵା ବୀମା କମ୍ପାନୀ ଦାବି କରିବେ ନାହିଁ ସେଭଳି ସ୍ଥିତିରେ ଗାଡିଗୁଡିକ କୋର୍ଟଙ୍କ ଦ୍ୱାରା ନିଲାମ କରିବାକୁ ମାଜିଷ୍ଟ୍ରେଟ ଅନୁମତି ଦେଇପାରିବେ ବୋଲି ୨୦୦୨ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଥିଲେ । ସେହି ରାୟ ପ୍ରକାଶ ପାଇବାର ୧୦ବର୍ଷ ପରେ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ଏକ ସର୍କୁଲାର (ନଂ. ୦୮/୨୦୧୨) ଜାରି କରାଯାଇଥିଲା ।

ସେହି ସର୍କୁଲାର ପ୍ରତ୍ୟେକ ଥାନାର ଇନ୍ସପେକ୍ଟରଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ଏସପି, ଡିଆଇଜି/ଆଇଜି, ରେଳବାଇ ପୋଲିସ୍ ଆଜି, କ୍ରାଇମବ୍ରାଞ୍ଚ ଆଇଜି ଏବଂ ପୋଲିସ୍ କମିଶନର ମାନଙ୍କୁ ଜାରି କରି ଜବତ୍ ଗାଡ଼ି ଗୁଡ଼ିକର ଫେରସ୍ତ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମେମୋ(ନଂ. ୧୭୫୨୫/୧୦.୦୫.୨୦୧୨) ରେ ନିର୍ଦ୍ଦେଶ ଦିଆ ଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ସେହି ରାୟ ଓ ଓଡ଼ିଶା ପୋଲିସ ପକ୍ଷରୁ ଜାରି ସର୍କୁଲାରକୁ କାର୍ଯ୍ୟକାରୀ କରିବାକୁ କିଭଳି ଆନ୍ତରିକତା ପ୍ରକାଶ ପାଇଛି ତାହା ଏହି ଚିତ୍ର ସବୁକୁ ଦେଖିଲେ ତ ସ୍ପଷ୍ଟ ବୁଝି ହେଉଛି । ଆମ ଯାଜପୁର ଜିଲ୍ଲାରେ ପ୍ରାୟ ସବୁ ଥାନା ପରିସରରେ ଜବତ୍ ହୋଇଥିବା ଗାଡ଼ି ଗୁଡ଼ିକର ଏଭଳି ସମ୍ଭାର ଦେଖିବାକୁ ମିଳେ । ତନ୍ମଧ୍ୟରୁ କେତୋଟି ଥାନା ପରିସରରୁ ମିଳିଥିବା କିଛି ଚିତ୍ର ଏଠାରେ ଆପଣ ମାନଙ୍କ ଦୃଷ୍ଟିକୁ ଆଣିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking