37.2 C
Bhubaneswar
Friday, April 19, 2024
Homeଓଡିଶାବ୍ୟାସନଗର ପୌରପରିଷଦକୁ ସ୍ୱଚ୍ଛ ରଖିବା ସମ୍ପର୍କରେ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର

ବ୍ୟାସନଗର ପୌରପରିଷଦକୁ ସ୍ୱଚ୍ଛ ରଖିବା ସମ୍ପର୍କରେ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର

ଯାଜପୁର : ବ୍ୟାସନଗର ପୌର ପରିଷଦ ଆନୁକୂଲ୍ୟରେ ସ୍ଵଛ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର ଓ ବଡା ଖାନାର ଆୟୋଜନ କରାଯାଇଥିଲା। ଏଥିରେ ପୌର ପରିଷଦରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ, ସ୍ୱଚ୍ଛସାଥୀ, ସୁପରଭାଇଜର ମହିଳା ଚାଳକ ଯୋଗ ଦେଇଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରଶାସକ ବ୍ୟାସନଗର ପୌର ପରିଷଦ ସନ୍ତୋଷ କୁମାର ମିଶ୍ର ସହରର ସ୍ୱଚ୍ଛତାକୁ କିପରି ଆହୁରି କ୍ଷିପ୍ର କରାଯାଇ ପାରିବ ତାହା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ସହରର ସୌନ୍ଦର୍ଯ୍ୟ କରଣ ଉପରେ ପ୍ରଶାସକ ଶ୍ରୀ ମିଶ୍ର ଗୁରୁତ୍ୱ ଦେଇ କହିଲେ ସହର ରୂପ ରେଖ ଆହୁରି ବଦଳିବ ସେଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ସାରିଲାଣି ନାହାକା ଗୋଳେଇ ଛକ କାର୍ଯ୍ୟ ଆରମ୍ଭ ହେଲାଣି ସମଗ୍ର ସହରରେ ଉଜ୍ଜଳ ଆଲୋକ ଡ୍ରେନ ଅତ୍ୟାଧୁନିକ ଟାଉନ ହଲ ନିର୍ମାଣ ସ୍ଥାୟୀ ଡେଲି ମାର୍କେଟ ବ୍ୟାସ ସରୋବର ବିକାଶ ପାଇଁ ଅନୁଦାନ ମଂଜୁର କରା ଯାଇଛି l

ଜିଲ୍ଲା ପାଲ ସହର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି l ସମସ୍ତ ସଫେଇ କର୍ମଚାରୀମାନଙ୍କୁ ସେଫଟି କୀଟ ବଣ୍ଟନ କରାଯାଇଥିଲା। ସମ୍ମାନିତ ଅତିଥି ଭାବରେ ଯାଜପୁରରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଏବଂ ଇଲେକ୍ଟ୍ରିକାଲ ନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରା ଯୋଗ ଦେଇ ଥିଲେ। ଶେଷରେ ଅତିଥିମାନେ ସଫେଇ କର୍ମଚାରୀମାନଙ୍କୁ ଖାଦ୍ୟ ପରସି ଥିଲେ । ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ସଭା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଫିସର କର୍ମଚାରୀ ମାଣିକ ରଞ୍ଜନ ନାୟକ, ସୌମ୍ୟରଞ୍ଜନ ଗୁରୁ, ରୁଦ୍ରମନି ମୁଖି, ଅମିତ୍ ପୁରୋହିତ, ରଞ୍ଜିତ ମିଶ୍ର, କିଶୋର ରାଉତ, ଶ୍ରଦ୍ଧାନନ୍ଦ ମିଶ୍ର, କାହୁଁ ଚରଣ ବାରିକ୍, ରତ୍ନାକର ରାଉତ, ଶୋଭାଶ୍ରୀ ସାମଲ ଓ ପ୍ରଜ୍ଞା ପାରମିତା ଚକ୍ରବର୍ତ୍ତୀ, ଶଶିକାନ୍ତ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking