28.1 C
Bhubaneswar
Friday, March 29, 2024
Homeଓଡିଶାଅମିତ୍ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେପି ପକ୍ଷରୁ ଦୀପ ଦାନ

ଅମିତ୍ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେପି ପକ୍ଷରୁ ଦୀପ ଦାନ

ଯାଜପୁର : ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଭାରତ ସରକାରଙ୍କ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେପି ନେତା ବିଶ୍ୱଜିତ୍ ନାୟକଙ୍କ ପରାମର୍ଶରେ କୋରେଇ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦୀପ ପ୍ରଜ୍ବଳନ କରାଯାଇଛି । ଅମିତ୍ ସାହା କରୋନା ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି ଏଥିପାଇଁ ତାଙ୍କର ଶୁଭେଚ୍ଛୁ, ସମର୍ଥକ, କର୍ମୀମାନେ ତାଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି । ଆଜି ଏଥିପାଇଁ ଜହ୍ନା ଜଗନ୍ନାଥ ମନ୍ଦିରରେ ଦୀପ ଦାନ ବରୁଣ୍ଡାଇ ମହାଦେବ ମନ୍ଦିରରେ ରୁଦ୍ରାଭିଷେକ, ବ୍ୟାସନଗର ଲକ୍ଷ୍ମୀନାରାୟଣ ମନ୍ଦିରରେ ଦୀପଦାନ, ଓଚିନ୍ଦା ହନୁମାନଙ୍କ ନିକଟରେ ଦୀପ ପ୍ରଜ୍ବଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବନେତା ବିକ୍ରମ କେଶରୀ ବିଶ୍ଵାଳ, ପ୍ରମୋଦ ନାୟକ, ଜୟନ୍ତୀ ସାହୁ, ଇତିଶ୍ରୀ ଜେନା, ଅଚ୍ୟୁତାନନ୍ଦ ଦାସ, ଶଶୀଭୂଷଣ ସେନାପତି, ନିରଂଜନ ଘଡ଼େଇ, ବିଦ୍ୟାଧର ସାହୁ, କ୍ଷୀରୋଦ ଦାସ, ଶର୍ମିଲା ଦେଓ, ଅଭିଷେକ ପହି, ସନ୍ଦୀପ ପରିଡ଼ା, ଅମୂଲ୍ୟ ସାହୁ, ପ୍ରଶାନ୍ତ ବୋଇତାଇ, ସୁରେନ୍ଦ୍ର କୁଅଁର, ମାୟାଧର ପଲେଇ, ଚକ୍ରଧର ସାହୁ,ଆଶିଷ ଦାସ, ସୁମନ୍ ସାହୁ, ସୁବାସିଶ ସାହୁ, ବାପୁ ସାହୁ, ଅଜିତ୍ ମଲ୍ଲିକ, କୈବଲ୍ୟ ରାଉତ , ସ୍ଵର୍ଣ୍ଣପ୍ରଭା ନାୟକ, ଜୟପ୍ରକାଶ ସାହୁ, ବଣ୍ଟି ବିଶ୍ଵାଳ, ଟୁକୁନା ରଣା ପ୍ରମୁଖ ଉପସ୍ଥିତ ରହି ଅମିତ୍ ସାହା ଓ ସମଗ୍ର ମାନବଜାତିର ଉନ୍ନତି ପାଇଁ ଦୀପ ପ୍ରଜ୍ବଳନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking