21.1 C
Bhubaneswar
Thursday, January 27, 2022
Homeଓଡିଶାପଦ୍ମଶ୍ରୀ ନନ୍ଦସାରଙ୍କୁ ଷ୍ଟେଟବ୍ୟାଙ୍କ ତରଫରୁ ସମ୍ବର୍ଦ୍ଧନା

ପଦ୍ମଶ୍ରୀ ନନ୍ଦସାରଙ୍କୁ ଷ୍ଟେଟବ୍ୟାଙ୍କ ତରଫରୁ ସମ୍ବର୍ଦ୍ଧନା

ଯାଜପୁର(ଓଏନଏ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନ ପାଇଲା ପରେ ନନ୍ଦସାରଙ୍କୁ ସମ୍ବର୍ଦ୍ଧନାର ସୁଅ। ଆଜି ଅପରାହ୍ନରେ ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ଯାଜପୁର ରୋଡ଼ ଆଂଚଳିକ କାର୍ଯ୍ୟାଳୟ ମୂଖ୍ୟ ଶ୍ରୀ ପ୍ରବୀର ଚନ୍ଦ୍ର ସାହୁ, ସହଯୋଗୀ ବିଘ୍ନରାଜ ରାଉତ, ସତ୍ୟବ୍ରତ ଦାଶ, ହାତିବାରୀ ଶାଖା ପରିଚାଳକ ଦୟାଲ ପ୍ରସାଦ ନାୟକ ନନ୍ଦସାରଙ୍କ ବାସଭବନରେ ଉପସ୍ଥିତ ହୋଇ ସମ୍ବର୍ଦ୍ଧିତ କରିଥିଲେ। ସାରଙ୍କ ଶିକ୍ଷା କ୍ଷେତ୍ରକୁ ନିରନ୍ତର ଅଵଦାନର ଭୁୟସୀ ପ୍ରଶଂସା କରିବା ସହ ଏହା ଆମ ଅଂଚଳ ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ବୋଲି ବିବେଚନା କରିଥିଲେ। ପରିଶେଷରେ ସାରଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିବା ସହ ଏହି ବିରଳ ପ୍ରତିଭାକୁ ଚିନ୍ହିବା ସହ ଲୋକଲୋଚନକୁ ଆଣିଥିବାରୁ ଭାରତ ସରକାରଙ୍କ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking