30.1 C
Bhubaneswar
Wednesday, April 24, 2024
Homeଓଡିଶାଜଗତର ହିତ ସାଧନରେ ଆତ୍ମାର ମୋକ୍ଷଲାଭ ହୁଏ 

ଜଗତର ହିତ ସାଧନରେ ଆତ୍ମାର ମୋକ୍ଷଲାଭ ହୁଏ 

ଯାଜପୁର : ଜଗତର କଲ୍ୟାଣ ସାଧନ ନିମନ୍ତେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଜୀବନ୍ମୁକ୍ତ ହୋଇ ମୋକ୍ଷଲାଭ କରେ ବୋଲି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବଡ଼ଆଦମପୁରସ୍ଥିତ ଭାରତୀୟ ଜନତା ପାର୍ଟି ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ ଯୁବ ସଙ୍ଗଠକ ସ୍ୱର୍ଗତଃ ଅମିୟ କୁମାର ମହାନ୍ତିଙ୍କ ଦ୍ୱାଦଶାହ ସ୍ମୃତିଚାରଣ ସଭାରେ ବହୁ ବକ୍ତା ଯୋଗଦାନ କରି ସ୍ଵକୀୟ ବକ୍ତବ୍ୟ ମାଧ୍ୟମରେ ଦିବଙ୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ସ୍ମୃତିଚାରଣ ସଭାର ଆରମ୍ଭରୁ ଦକ୍ଷିଣ ବ୍ରହ୍ମବେଦୀ ଭାଗବତ ପ୍ରଚାର ସମିତିର ବ୍ୟାସ ସୁଧୀର କୁମାର ପଣ୍ଡା ଶ୍ରୀମଦ ଭାଗବତମ ପାରାୟଣ ମାଧ୍ୟମରେ ଦିବଙ୍ଗତ ଆତ୍ମାର ମୋକ୍ଷ ନିମନ୍ତେ ବିଭୁଦରବାରରେ ପ୍ରାର୍ଥନା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତିଚାରଣ ସଭାରେ ଅତିଥି ଭାବରେ କୋରାଇ ବିଧାନସଭାର ପୂର୍ବତନ ବିଧାୟିକା ଶ୍ରୀମତୀ ସଂଚିତା ମହାନ୍ତି, ଭାରତୀୟ ଜନତା ପାର୍ଟିର ଯାଜପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୌତମ ରାୟ, ଧିରୁଭାଇ , ଭାଜପାର ପ୍ରାନ୍ତିୟ କାର୍ଯ୍ୟକର୍ତା ସାରଦା ଶତପଥୀ, ସଙ୍ଗଠକ ଦେବେନ୍ଦ୍ର ପଣ୍ଡା, ସମାଜସେବୀ ଗୟାଧର ପଣ୍ଡା,ଦଶରଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ,ବିଶ୍ବହିନ୍ଦୁ ପରିଷଦର କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ଅରବିନ୍ଦ ଦାସ, ବିନୋଦ ଜେନା, ପ୍ରଦୀପ ବେହୁରିଆ, ନାରାୟଣ ନାୟକ, ଶରତ ରାଉତ, ପ୍ରମୋଦ କୁମାର ରାଉତ, ଉମାକାନ୍ତ ବିଶ୍ୱାଳ, ଅଜୟ କୁମାର ବିଶ୍ବାଳ, କୈଳାସ ଜେନା, ଶିକ୍ଷାବିତ ପ୍ରଭାତ ସାହୁ, ରାମକୃଷ୍ଣ ବେହୁରିଆ, ଦକ୍ଷିଣ ବ୍ରହ୍ମବେଦୀ ଭାଗବତ ପ୍ରଚାର ସମିତି ପକ୍ଷରୁ ପ୍ରଚାରକ ସୀତାରାମ ଦେବତା, ରିପୁନାଥ ସାମଲ, ଶରତ ରାଉତ, ବାଦଲ ଭାଇ, ରାଧାବଲ୍ଲବ ସାମଲ, ଭାଜପାର ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା, ସମ୍ପାଦକ ସୁରଜ ଲାଲ, ମନୋରଞ୍ଜନ ପଟ୍ଟନାୟକ, ସୁରେଶ ଜେନା, ଆଂଜନେୟ ରାୟ, ଅମିୟ ମହାନ୍ତି, ଭାଜପାର ପୂର୍ବତନ ସଂଗଠନ ମନ୍ତ୍ରୀ ପଞ୍ଚାନନ ରାଉତ, ପ୍ରଭାତ ମଲ୍ଲିକ, ବାଦଲ ଭାଇ, ସ୍ମୃତିଲିପିର ସମ୍ପାଦକ ଭୁବନ ମୋହନ ମହାନ୍ତି , ଶିକ୍ଷାବିତ ତପନ କୁମାର ଦାସ, ଲକ୍ଷ୍ମୀ ନାରାୟଣ ମହାନ୍ତି ଆଦି ଯୋଗଦାନକରି ଦିବଙ୍ଗତ ଆତ୍ମାର ମୋକ୍ଷ ନିମନ୍ତେ ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking