34.1 C
Bhubaneswar
Friday, March 29, 2024
Homeଓଡିଶାପୋଖରୀ ଭିତରେ ଡ୍ରେନ ଯାଉଥିବାରୁ ଗ୍ରାମବାସୀଙ୍କ ବିରୋଧ

ପୋଖରୀ ଭିତରେ ଡ୍ରେନ ଯାଉଥିବାରୁ ଗ୍ରାମବାସୀଙ୍କ ବିରୋଧ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡି ଗ୍ରାମ ପଞ୍ଚାୟତର ବରଡି ସୋଳମାଣିଆଁ ଗ୍ରାମରେ ପୋଖରୀ ଭିତରେ ଦେଇ ଯାଇଥିବା ଡ୍ରେନକୁ ଗ୍ରାମବାସୀମାନେ ବିରୋଧ କରିଥିଲେ। ଯେହେତୁ ଡ୍ରେନ ପାଣିରେ ଅଳିହା ଆବର୍ଜନା, ପଛା ମଇଳା, ମଲା ସାପ, ମଲାକୁକୁର, ବେଙ୍ଗ, ବିଭିନ୍ନ ପ୍ରକାରର ଜୀବଜନ୍ତୁ ମରିକି ଡ୍ରେନ ପାଣିରେ ପଡିଥାନ୍ତି ସେସବୁ ପାଣି ପୋଖରିରେ ପଶିବ।ତାହାଦ୍ୱରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାକୁ ପଡେ । ସେଥିପାଇଁ ଗ୍ରାମବାସୀମାନେ ପୋଖରୀ ଭିତରେ ଦେଇ ଡ୍ରେନ ଯାଉଥିବାରୁ ବିରୋଧୀ କରି ସୁକିନ୍ଦା ବ୍ଲକ ବିଡିଓ ବିଶ୍ୱଜିତି ଦାସଙ୍କ ପାଖରେ ଅଭିଯୋଗ କରିଥିଲେ। ଗତ ତା୧୬.୦୭.୨୦୨୦ରେ ଖରଡି ପଞ୍ଚାୟତର ଟୋଲଙ୍ଗ ପାଟିଆର କାଳନ୍ତି ମୁଣ୍ଡା।ତୁରାମ ହେସା (ବାବୁଲି)ଧନୁ ମୁଣ୍ଡା, ବୁଦୁ ମୁଣ୍ଡା, ଗୋବିନ୍ଦ ତିରିଆ କାମ କରୁ ଥିବାରୁ ତାଙ୍କ ନାମରେ ଅଭିଯୋଗ ଲେଖିକି ଦିଆଯାଇଛି । ହେଲେ ଦୀର୍ଘ୧୫ଦିନ ବିତିଗଲାଣି ସୁକିନ୍ଦା ବିଡ଼ିଓ ବିଶ୍ୱଜିତି ଦାସ କୌଣସି କାର୍ଯ୍ୟନୁଷ୍ଠାନ ନେଉ ନାହାଁନ୍ତି । ଆଗମି ଦିନରେ ଯଦି ଡ୍ରେନ ପୋଖରୀ ଭିତରେ ପସିକି ଯାଏ ତେବେ ସ୍ଥିତି ଭୟାନକ ପରିସ୍ଥିତି ହେବ ବୋଲି ଗ୍ରାମବାସୀ କହିଛନ୍ତି ଏବଂ ସୁକିନ୍ଦା ବ୍ଲକ ଘେରାଉ ହେବ ବୋଲି ସୋଳମାଣିଆଁ ଗ୍ରାମ ବାସୀ କହିଥିଲେ। ସୁକିନ୍ଦା ବିଡ଼ିଓଙ୍କ ପାଖକୁ ଯାଇଥିଲୁ ଏବିଷୟରେ ସେ ବୁଝିବାକୁ। ପ୍ରତିକ୍ରିୟା ରଖିନଥିଲେ ରାଜନୈତିକ ଛତ୍ର ଛାୟାତଳେ ରହି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking