29.1 C
Bhubaneswar
Wednesday, April 24, 2024
Homeଓଡିଶା୧୧ ଦିନରେ ପହଁଚିଲା ଡି କ୍ୱାରୀ ଖଣି କର୍ମଚାରୀଙ୍କ ଗଣଧାରଣା

୧୧ ଦିନରେ ପହଁଚିଲା ଡି କ୍ୱାରୀ ଖଣି କର୍ମଚାରୀଙ୍କ ଗଣଧାରଣା

ଯାଜପୁର  : ଓ.ଏମ. ସି ଦ୍ୱାରା ପରିଚାଳିତ ଡି. କ୍ୱାରୀ (D Quary )ଖଣିରେ ୧୨୬ ଜଣ କର୍ମଚାରିମାନଙ୍କ ଛଟେଇ ପ୍ରତିବାଦରେ ଚାଲିଥିବା ଗଣଧାରଣା ଆଜିକୁ ୧୨ ଦିନରେ ଆସି ପହଂଚିଛି ହେଲେ ଖଣିର ବରିଷ୍ଠ କର୍ମକର୍ତ୍ତା ନୀରବl ଖଣିରୁ ଛଟେଇଙ୍କ ଦୁଃଖ ୨ଗୁଣୁ ବଡିଯାଇଛି l ଖଣି ନିଗମ ଛଟେଇ ଶ୍ରମିକମାନଂକୁ ପୁନଃ ନିଯୁକ୍ତି ନ ଦେବା ପଯ୍ୟନ୍ତ ଧାରଣା ଚାଲୁ ରହିବ ଦରକାର ପଡିଲେ ସମଗ୍ର ଖଣି ଅଞ୍ଚଳର ଅଶାନ୍ତ ବାତାବରଣ ସୃଷ୍ଟି ହେବାର ଆଶଙ୍କା ଦେଖାଦେବ l ଛଟେଇ ଖଣି କର୍ମଚାରିମାନଙ୍କ ସମସ୍ୟା ବୁଝିବା ବାକୁ ପୂର୍ବତନ ମନ୍ତ୍ରୀ ତଥା srckms ର ପ୍ରାଣ ପ୍ରତିଷ୍ଠା ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଆଜି ଧାରଣା ରେ ବସିରହିଥିବା କର୍ମଚାରୀଙ୍କ ସହ ଆଲୋଚନା କରିବା ପାଇଁ ଆସି ପହଁଚିଛନ୍ତି l ତୁରନ୍ତ ଛଟେଇ କର୍ମଚାରୀମାନଂକୁ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି l ସୂଚନାଯୋଗ୍ୟ, ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେ଼ଇ ଏହି ଧାରଣାକୁ ସମର୍ଥନ କରିଛନ୍ତି l ତଥାପି ଓଏମସିର ନିଦ ଭାଙ୍ଗୁନି ଏହି ସମସ୍ୟାର ସମାଧାନ କରାନଯାଏ ଆଗାମୀ ଦିନରେ ଶାନ୍ତ ଖଣି ଅଂଚଳ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ ଏଥିପାଇଁ ଓଏମସି କର୍ତ୍ତୃପକ୍ଷ ସମ୍ପୂର୍ଣ ଦାଇ ରହିବେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking