ଯାଜପୁର : ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଆବଶ୍ୟକ କ୍ଲାସ ରୁମ୍ ସହ ବିଦ୍ୟୁତ ସଂଯୋଗୀ କରଣର ଗୁରୁତ୍ୱ ରହିଛି। ସେଥିପାଇଁ ଶନିବାର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ଦାନଗଦି ବ୍ଲକର ୮ଟି ସ୍କୁଲର ଭିତ୍ତିଭୂମିର ଉନ୍ନତି ଆଣିବା ନିମନ୍ତେ ଭିତ୍ତିପ୍ରସ୍ତର ଦେଇଛନ୍ତି। ଫଳରେ ରାଛିପୁର ଜୁଝୁପଦା ଅପର ପ୍ରାଇମେରୀ ସ୍କୁଲ,ଖପୁରିଆପଦା ନୋଡାଲ ଉପ୍ରା ସ୍କୁଲ,ମାର୍ଥାପୁର ନୋଡାଲ ଉପ୍ରା ସ୍କୁଲ,କୁମ୍ଭିରିଗାଡ଼ିଆ ନୋଡାଲ ଉପ୍ରା ସ୍କୁଲ,ମାନିତିରା କେନ୍ଦୁଢ଼ିପ କେ.ଏନ୍. ବ୍ରହ୍ମଚାରୀ ଉପ୍ରା ସ୍କୁଲ,ଗୋଲାଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ,ଅଙ୍କୁରାପାଳ ଉପ୍ରା ସ୍କୁଲ ଏବଂ ପଙ୍କପାଳର ବୀଣାପାଣି ବିଦ୍ୟାପୀଠର ଭିତ୍ତିଭୂମି ବିକାଶ ହେବ।ଓ ଏମ ବି ଏ ଡି ସି (OMBADC )ପାଣ୍ଠିରୁ ଆବଣ୍ଟିତ ଟଙ୍କାରେ ଅତିରିକ୍ତ ଶ୍ରେଣୀ ଗୃହ, ଟଏଲେଟ୍,ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ ସଂଯୋଗୀ କରଣ କାମ ଆସନ୍ତା ଫେବ୍ରୁଆରୀ ସୁଦ୍ଧା ସାରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି ।