26.1 C
Bhubaneswar
Friday, March 29, 2024
Homeଓଡିଶାଜାତୀୟ ରାଜପଥ ସମସ୍ୟା ଦୂର କରିବା ପାଇଁ ଯାଜପୁର ସାଂସଦଙ୍କ ଉଦ୍ୟମକୁ ପ୍ରଶଂସା

ଜାତୀୟ ରାଜପଥ ସମସ୍ୟା ଦୂର କରିବା ପାଇଁ ଯାଜପୁର ସାଂସଦଙ୍କ ଉଦ୍ୟମକୁ ପ୍ରଶଂସା

ଯାଜପୁର : ଯାଜପୁର ଜିଲ୍ଲା ମଧ୍ୟଦେଇ ଯାଇଥିବା ମଧ୍ୟଦେଇ ୧୬ ଓ ୨୦ନଂ ଜାତୀୟ ରାଜପଥରେ ବହୁ ସମସ୍ୟା ଲାଗି ରହିଛି l ଅନେକ ସ୍ଥାନରେ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡିଛି l ଉକ୍ତ ସମସ୍ୟା ପ୍ରତି ବିଗତ ଦିନର ସାଂସଦମାନେ ଧ୍ୟାନ ଦେଉ ନଥିଲେ l ଏହି ଦୁଇଟି ରାଜପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟି ଜନ ଜୀବନ ହାନି ଘଟୁଛି l ଏହାକୁ ଉପଲବଧି କରି ଯାଜପୁର ଏମପି ଶର୍ମିଷ୍ଠା ସେଠି ଏହାର ସମାଧାନ ପାଇଁ ଜାତୀୟ ରାଜପଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଥିଲେ l ଜାତୀୟ ରାଜପଥ ଉଚ୍ଚ କର୍ତ୍ତୃପକ୍ଷ ସହ ଦୁର୍ଘଟଣାସ୍ଥଳୀ ଗୁଡିକ ଗସ୍ତ କରିଥିଲେ l ତ୍ରୁଟିପୂର୍ଣ୍ଣ ନିର୍ମାଣ ଛକ ଗୁଡିକ ପୁନଃ ନିର୍ମାଣ କରିବା ପାଇଁ ଜାତୀୟ କର୍ତ୍ତୃପକ୍ଷଙ୍କୁ ଏମପି ପରାମର୍ଶ ଦେଇଥିଲେ l ଏମପିଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି l ପାଣିକୋଇଲି -ରଜାମୁଣ୍ଡା 20ନଂ ଜାତୀୟ ରାଜପଥର ବେଣାପୁର ଛକ ଯାଜପୁର ରୋଡ ସହର ଅନତି ଦୂରରେ ଅବସ୍ଥିତ l ଏହି ଛକର ନିର୍ମାଣ କାର୍ଯ୍ୟ ତ୍ରୁଟିପୂର୍ଣ୍ଣ ଯୋଗୁ ମରଣଯନ୍ତା ପାଲିଟିଛି l

ଏହି ଛକ ଦେଇ କେନ୍ଦୁଝର ଓ କଳିଙ୍ଗନଗରରୁ ସହ ସହ ସଂଖ୍ୟାରେ ବଡ ବଡ଼ ପରିବହନ ଯାନବାହାନା ଓ ଅନ୍ୟାନ୍ୟ ଛୋଟ ବଡ଼ ଗାଡି ଜାତ ଆତ କରୁଥିବାରୁ ଟିକିଏ ବେହେହୁସିଆର ହେଲେ ଦୁର୍ଘଟଣା ଘଟୁଥିବାରୁ ପଥଚାରୀ ମାନଂକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି l ଏହି ଛକରେ ଦୈନିକ ଦୁର୍ଘଟଣା ଘଟୁଛି l ଦୁର୍ଘଟଣା ଯୋଗୁ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି l ଓଭର ବ୍ରିଜ ପାଇଁ ଦାବୀ ହେଉଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ କର୍ଣପାତ କରୁ ନଥିଲେ l ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଵାରମ୍ବାର ଚିଠି ଲେଖୁଥିଲେ ମଧ୍ୟ ଜାତୀୟ କର୍ତ୍ତୃପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା l ଅନ୍ୟ ପକ୍ଷରେ ଯାଜପୁର ରୋଡ ଥାନ ନିକଟରେ ଥିବା ଫାୟାର ଷ୍ଟେସନ ଛକ ମଧ୍ୟ ଏହି ଅବସ୍ଥା ଦୁଇଟି ସ୍ଥାନରେ ଓଭର ବ୍ରିଜ ନିର୍ମାଣ ପାଇଁ ଧାରଣା ଆନ୍ଦୋଳନ ବହୁଵାର ହୋଇଛି l

ଏମପିଙ୍କ ହସ୍ତକ୍ଷେପ ଫଳରେ ଜାତୀୟ ଜାତୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି l ଶୁକ୍ରବାର ଏମପିଙ୍କ ସହ ଜାତୀୟ ରାଜପଥର ଆଞ୍ଚଳିକ ଅଧିକାରୀ ରାମ ନାଥ ପଣ୍ଡା ଓ ବରିଷ୍ଠ ଅଧିକାରୀକୁ ସାଙ୍ଗରେ ବେଣାପୁର ଛକ ପରିଦର୍ଶନରେ ଆସିଥିଲେ l ଓଭର ବ୍ରିଜ ନକ୍ସା ଏସ୍ଟିମେଣ୍ଟ ପ୍ରସ୍ତୁତ କରାଯିବା ସଂଗେ 3ମାସ ମଧ୍ୟରେ ଟେଣ୍ଡର କରା ଯିବ 6ମାସରେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଏମପିଙ୍କ ଉପସ୍ଥିତ ଆଞ୍ଚଳିକ ଅଧିକାରୀ ଶ୍ରୀ ପଣ୍ଡା ଘୋଷଣା କରିଥିଲେ l ଏହି ଛକ ସଂଯୋଗ ହୋଇଥିବା ଉଜ୍ଜଳ ଲାଇଟିକୁ ମରାମତି କରାଯାଇ 7ଦିନ ମଧ୍ୟ୍ୟରେ ଜଳିବ ବୋଲି ଶ୍ରୀ ପଣ୍ଡା ପ୍ରତିଶୃତି ଦେଇଥିଲେ l

ଏହା ଛଡା ମୂଳାପାଳ ଓ ଜାରକାରେ ଡ୍ରେନ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ବିଭିନ୍ନ ଗଣମାଧ୍ୟମକୁ ସୂଚନା ଦେଇଥିଲେ l ସୂଚନା ଯୋଗ୍ୟ ଯେ,  ଯୁବ ନେତା ପ୍ରୀତି ରଞ୍ଜନ ସାହୁ(ଲିପା ) ବେଣାପୁର ଛକ ସମ୍ପର୍କରେ ଏମପିଙ୍କୁ ଅବଗତ କରିଥିଲେ ଶ୍ରୀ ସାହୁଙ୍କ ନେତୃତ୍ୱରେ ବେଣାପୁର ଛକରେ ଓଭର ବ୍ରିଜ ପାଇଁ ଦଶଖସ୍ତ ଅଭିଯାନ କରାଯାଇଥିଲା l ଶ୍ରୀ ସାହୁ ଏମପିକୁ ଏହି ଛକରେ ଓଭର ବ୍ରିଜ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ l କୋରାଇ ବିଧାୟକ ଉପସ୍ଥିତ ନ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking