27.8 C
Bhubaneswar
Friday, April 19, 2024
Homeଓଡିଶାଅସହାୟମାନଙ୍କୁ ବସ୍ତ୍ର,କମ୍ବଳ ଓ ମଶାରୀ ବଣ୍ଟନ

ଅସହାୟମାନଙ୍କୁ ବସ୍ତ୍ର,କମ୍ବଳ ଓ ମଶାରୀ ବଣ୍ଟନ

ଯାଜପୁର : କାର୍ତିକ ମାସ ସରିବାକୁ ବସିଲାଣି ଧୀରେ ଧୀରେ ଶୀତର ପ୍ରକୋପ ମଧ୍ୟ ବଢ଼ି ବଢ଼ି ଚାଲିଛି । ଅନେକ ଗରିବ ଓ ଅସହାୟ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ଓ ଶୀତ ବସ୍ତ୍ର ନାହିଁ। ସେହିମାନଙ୍କ ପାଖରେ ପହଁଚିଛି ଦଶରଥପୁର ବ୍ଲକର ବାବଲପୁରସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନ ଦ୍ୱରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧକ୍ଷ ଚିନ୍ମୟ ଦାଶ ଓ ଡ଼ଲଫିନ ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାରଙ୍କ ନେତୃତ୍ୱରେ ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଗରିବ ହିତାଧିକାରୀ ,ଅସହାୟ ବ୍ୟକ୍ତି,ପାଗଳା ପାଗିଳିମାନଙ୍କୁ ବସ୍ତ୍ର,କମ୍ବଳ ଓ ମଶାରୀ ଆଦି ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି।ଏହାଛଡା ଅନୁଷ୍ଠାନର ୨୪୪ତମ ଦିବସରେ ପହଁଚିଛି କରୋନା ସଚେତନତା କାର୍ଯ୍ୟକ୍ରମ । ଏଥିପାଇଁ ସ୍ଥାନୀୟଲୋକେ ଏହି ଫାଉଣ୍ଡେସନକୁ ଖୁବ ପ୍ରସଂଶା କରିଛନ୍ତି । ସମସ୍ତଙ୍କର ଭଲ ପାଇବା ଓ ଈଶ୍ୱରଙ୍କ ଆଶୀର୍ବାଦ ଥିଲେ ଏହି କାର୍ଯ୍ୟକ୍ରମ ଆଗକୁ ଆଗେଇବା ସହ ଅଧିକରୁ ଅଧିକ ଲୋକଙ୍କ କରୋନା ସଚେତନତା କରାଇପାରିବା ସହ ଅସହାୟ ଲୋକମାନଙ୍କ ପାଖରେ ପହଁଚି ହେବ ବୋଲି ଚିନ୍ମୟ ଦାଶ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking