37.1 C
Bhubaneswar
Thursday, March 28, 2024
Homeଓଡିଶାସୁପର ହସ୍ପିଟାଲ ନିର୍ମାଣ ପାଇଁ ମେଡିକାଲ ସମ୍ମୁଖରେ ବିକ୍ଷୋଭ

ସୁପର ହସ୍ପିଟାଲ ନିର୍ମାଣ ପାଇଁ ମେଡିକାଲ ସମ୍ମୁଖରେ ବିକ୍ଷୋଭ

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଦାନଗଦି ଠାରେ ସୁପର ହସ୍ପିଟାଲ ନିର୍ମାଣ ପାଇଁ ଦାନଗଦି ମେଡିକାଲ ସମ୍ମୁଖରେ ବିକ୍ଷୋଭ କଲେ କଳିଙ୍ଗନଗର ବିକାଶ ମଞ୍ଚର
ସଭାପତି ଚନ୍ଦ୍ରକାନ୍ତ ନାୟକ। ଏହି ସୁପର ହସ୍ପିଟାଲକୁ ନେଇ ଅନେକ ବାର ଦାନଗଦି ମେଡିକାଲ ସମ୍ମୁଖରେ ଧାରଣାରେ ବସି ରାଜ୍ୟ ସରକାରଙ୍କୁ ଦାବି କରିଥିଲେ । ସ୍ଵାସ୍ଥ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଯାଜପୁର Cdomଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି କଳିଙ୍ଗନଗର ଦାନଗଦି ଠାରେ ସୁପର ହସ୍ପିଟାଲ ହେବାପାଇଁ କର୍ନପାତ ଦେଲେ ନାହିଁ। ସେଥିପାଇଁ ମଙ୍ଗଳବାର କଳିଙ୍ଗନଗର ବିକାଶ ମଞ୍ଚ ଦାନଗଦି ମେଡିକାଲ ସମ୍ମୁଖରେ ବିକ୍ଷୋଭ କରି କହିଛନ୍ତି l ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକ ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି l ଫଳରେ କଳିଙ୍ଗନଗର ବାସି ଶିଳ୍ପାଅଞ୍ଚଳ ଧୁଳି ଧୂଆଁରେ ଅତିଷ୍ଟ ହୋଇ ପଡ଼ିଲାଣି l କଳିଙ୍ଗନଗର ଧୁଳି ଧୁଆଁରେ ଲୋକେ ଟିଭି କିଡନୀ ଜକ୍ଷ୍ମା ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବହୁ ଜନ ଜୀବନ ହାନି ଘଟୁଛି l ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନି l ଶିଳ୍ପପ୍ରତିଷ୍ଠା ହେଲା କିନ୍ତୁ ଲୋକମାନେ ବିସ୍ଥାପିତ ହୋଇ ଜମିବାଡ଼ି ହରାଇଲେ l କାରଖାନାର ଧୂଳି ଧୂଆଁରେ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଲା l ପ୍ରଦୂଷଣର ଶିକାର ହୋଇ ଲୋକମାନେ ରୋଗାକ୍ରାନ୍ତ ହେଉଛନ୍ତି l ସେମାନଙ୍କୁ ଚିକିତ୍ସା ପାଇଁ ବଡ଼ ଡାକ୍ତର ଖାନାର ଆବଶ୍ୟକ l କମ୍ପାନୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳୁନି l ତେଣୁ ସୁପର ହସ୍ପିଟାଲର ଆବଶ୍ୟକ l ସରକାର ଓ ସ୍ଥାନୀୟ ବିଧାୟକ ଏଥି ପ୍ରତି ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ବିକାଶ ମଞ୍ଚର ଚନ୍ଦ୍ରକାନ୍ତ ନାୟକ ଓ ଶୁବାଷ ବଳ ସାମନ୍ତ । ଯଦି କଳିଙ୍ଗନଗର ଠାରେ ସୁପର ହସ୍ପିଟାଲ ଯଥା ଶୀଘ୍ର ପ୍ରତିଷ୍ଠା କରାନଯାଏ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking