27.1 C
Bhubaneswar
Thursday, April 25, 2024
Homeଓଡିଶାଭୂମିହୀନ ଲୋକଙ୍କୁ ଘରବାଡ଼ି ପଟା ପ୍ରଦାନ ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ

ଭୂମିହୀନ ଲୋକଙ୍କୁ ଘରବାଡ଼ି ପଟା ପ୍ରଦାନ ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ

ଯାଜପୁର : ସୁକିନ୍ଦା ତହସିଲରେ ଗରିବ ଆଦିବାସୀ ହରିଜନ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ସୁକିନ୍ଦା ବିଜେପି ପକ୍ଷରୁ ସୁକିନ୍ଦା ବ୍ଲକ ପାଖରୁ ଏକ ପଦଯାତ୍ରା ବାହାରି ବିଭିନ୍ନ ଧ୍ୱନି ଦେଇ ତହସିଲ ଅଫିସକୁ ଆସି ବିକ୍ଷୋଭ ପଦର୍ଶନ କରିଥିଲେ l ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯଇଥିଲା l ଯାଜପୁର ଜିଲ୍ଲାରେ ସହ ସହ ଭୂମିହୀନ ରହିଛନ୍ତି l ସେମାନଙ୍କ ନାମରେ ଜମି ବାଡ଼ିର ପଟା ନ ଥିବାରୁ ସରକାରଙ୍କ ଯୋଜନାରୁ ବଂଚିତ ହେଉଛନ୍ତି l ପୁରୁଷାନୁକ୍ରମେ ଜଙ୍ଗଲ କିସମ, ଗୋଚର ଏବଂ ଅନାବାଦୀ ଜମିରେ ବସ ଵାସ କରି ରହି ଆସୁଛନ୍ତି l ଵାସସ୍ଥଳୀକୁ ରେକର୍ଡ ଭୁକ୍ତ କରିବା ପାଇଁ ତହସିଲଦାରଙ୍କ ନିକଟରେ ଦରଖାସ୍ତ କଲେ ମଧ୍ୟ ସୁଫଳ ମିଳୁନି l ପ୍ରଭାବଶାଳୀ ଓ ରାଜନେତାଙ୍କ ପାଇଁ ସବୁ ମାପ l ଆଇନକୁ ଉଲଂଘନ କରି ଧଳାକୁ କଳା କରି ଦିଆଯାଉଛି l ଭୂମିହୀନମାନଙ୍କ ପାଇଁ ଅଇନି ଦ୍ୱାହି ଦିଆଯାଇ ପଟା ଦେବାର ପ୍ରତିବନ୍ଧକ ସୃଷ୍ଟି କରାଯାଉଛି ଜିଲ୍ଲାରେ ବସୁନ୍ଧରା ଯୋଜନା ଫଳବତୀ ହେଉନାହିଁ l ରାଜନେତାଙ୍କ ଚାପରେ ପଟା ପ୍ରଦାନକରାଯାଉଛି । ଏହାର ଦୃଷ୍ଟାନ୍ତ ଦେଖିବାବାକୁ ମିଳିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ତହସିଲ ଅଞ୍ଚଳରେ l ମୁଖ୍ୟତଃ ଦରିଦ୍ର ସୀମାରେଖା ତଳେ ଥିବା ଅଧିବାସୀ ହରିଜନ ଲୋକମାନେ ବସବାସ କରନ୍ତି । ଯେହେତୁ ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ତେଣୁ ସେମାନଙ୍କର କୌଣସି ନିଜସ୍ୱ ଘରଡିହ ବା ଜମିବାଡ଼ି ନାହିଁ l ସେଥିପାଇଁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହିସବୁ ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗରିବ ଭୂମିହୀନ ଅଧିବାସୀ ହରିଜନଙ୍କ ହିତ ସାଧନ ପାଇଁ ଯିଏ ଯେଉଁ ଜାଗାରେ ବାସ କରୁଛନ୍ତି ସେମାନଙ୍କୁ ସେହି ଜାଗାର ପଟ୍ଟା ପ୍ରଦାନ କରାଯିବାର ଯୋଜନା ରହିଛି । ଯାହା ଅନେକ ଅଞ୍ଚଳରେ କାର୍ଯ୍ୟକାରୀ ମଧ୍ୟ ହେଉଛି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ସୁକିନ୍ଦା ବଜେପି ତରଫରୁ ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଛି l ସୁକିନ୍ଦା ବିଜେପି କ୍ରମୀ ଓ ଭୂମିହୀନମାନେ କହିଛନ୍ତି ସୁକିନ୍ଦା ତହସିଲଦାର ଦଳିୟଭିତି କରି ପଟା ପ୍ରଦାନ କରୁଥିବାରୁ ତାହାର ପ୍ରତିବାଦ କରି ସୁକିନ୍ଦା ବିଜେପି ପକ୍ଷରୁ ରଣହୁଙ୍କାର ଦିଆ ଯାଇଛି l ଯଦି ଯଥାଶୀଘ୍ର ଭୂମିହୀନଙ୍କୁ ପଟା ନମିଲେ ବିଜେପି ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବ, ସୁକିନ୍ଦା ତହସିଲ ଅଫିସକୁ ଅଚଳ କରି ଦିଆଯିବ l ଏଥିପାଇଁ ସୁକିନ୍ଦା ତହସିଲଦାର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦାଇ ରହିବେ ବୋଲି ବିଜେପି ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ଆଗରେ ପ୍ରକାଶ କରାଯାଇଛି l ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେପିର ଆନ୍ଦୋଳନ ବିଜେଡି ବିରୁଦ୍ଧରେ ଆରମ୍ଭ ହେଲା ଗାଁ ଗାଁ’ରେ ଲଢେଇ ହେବ ରାସ୍ତା ଘାଟରେ ଲଢେଇ ହେବ ରାଜପଥ ଅବରୋଧ ହେବ ସୁକିନ୍ଦା ତହସିଲି ଅଫିସର ତାଲା ପଡ଼ିବ । ଏହି ଆନ୍ଦୋଳନ ଭାରତୀୟ ଜନତାପାର୍ଟିର ଡାକାରା ସୁକିନ୍ଦା ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦିପି ବଳ ସାମନ୍ତଙ୍କ ନେତୃତ୍ୱ ଆନ୍ଦୋଳନ ଏ ଲଢେଇ ଆଜିଠାରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଗରିବି ଖଟିଖିଆ ଭୂମିହୀନ ପାଇଁ ଲଢେଇ ଜାରି ରହିବ ବୋଲି ଭାରତୀୟ ଜନତା ପାର୍ଟିର ଉପସଭାପତି ପୁଷ୍ପକ ମହାପାତ୍ର ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯୁବକ ନେତା ବିଶ୍ଵଜିତ ରାଜ କହିଥିଲେ। ଅପରପକ୍ଷେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା କହିଛନ୍ତି କି ନିଶ୍ଚିତ ଏ ଦିଗରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking