ବିଜେଡି ଗଡ ସୁଦୃଢ଼ ହେଉଛି ସୁକିନ୍ଦାରେ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୃର୍ଗ କ୍ରମଶଃ ଦିନକୁ ସୁଦୃଢ଼ ହେଉଛି l କଂଗ୍ରେସ ଦଳର ନେତୃତ୍ୱ ପ୍ରତି ଆସ୍ଥା ହରାଇ ବିଜେଡି ଓ ବିଜେପି ଦଳରେ ଯୋଗଦେଉ ଥିବାରୁ କଂଗ୍ରେସ ସ୍ଥିତି ଦୃର୍ବଳ ହେବାରେ ଲାଗିଛି ଓ ବିଜେଡି ଏହାର ଫାଇଦା ନେଉଛି l ବିଜେଡି ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ପ୍ରତି ସାଧାରଣ ଜନତା ଆକୃଷ୍ଟ ହୋଇ ବିଜେଡି ଦଳରେ ଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆଦର୍ଶରେ ଆସ୍ଥା ରଖି, ସୁକିନ୍ଦା ବ୍ଲକର ବିଜେପି ସମର୍ଥକମାନେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଖରଡି ପଞ୍ଚାୟତର ଶୋଳମାଣିଆ ଗାଁର 22ଜଣ ବିଜେଡିରେ ମିଶିଛନ୍ତି । ନାଏବ ସରପଞ୍ଚ ଚମ୍ପା ମୁଣ୍ଡାଙ୍କ ନେତୃତ୍ୱରେ ମିଶିଥିବା ଏହି ବ୍ୟକ୍ତିମାନଙ୍କ ଯୋଗଦାନ ଫଳରେ ବିଜେଡି ଅଧିକ ମଜଭୁତ ହେବ ବୋଲି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଆଶାବ୍ୟକ୍ତ କରିଛନ୍ତି । ସୁକିନ୍ଦାରେ ବିଜେଡି ଓ ବିଜେପି ଦଳ ମଧ୍ୟରେ ଚକା ପଞ୍ଜା ଚାଲିଛି l ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ବାବୁଙ୍କ କୌଶଳ ଓ ଜନ ପ୍ରିୟତା ଓ ବିଧାୟକ ପ୍ରୀତି ରଞ୍ଜନଙ୍କ ଦୁଢ ମନ ଲୋକସମ୍ପର୍କ ଓ ବିକାଶ ଧାରାକୁ ତ୍ୱରାନ୍ୱିତ କାର୍ଯ୍ୟ ସହିଲିକୁ ଲୋକମାନେ ଆକର୍ଶିତ ହେହୁଥିବାର ଲକ୍ଷ କରାଯାଉଛି l

LEAVE A REPLY

Please enter your comment!
Please enter your name here