ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିକାଶ ପାଇଁ ବିଧାୟକ ଜିଲ୍ଲାପାଳଙ୍କ ସହ ଆଲୋଚନା

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଓ ଦାନଗଦି ବ୍ଲକର ବିକାଶ ପାଇଁ ମନରେଗା ଏବଂ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ କରାଯିବ । ଏଥିପାଇଁ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡ଼ାଇ ବିଭିନ୍ନ ଯୋଜନାର ଖସଡ଼ା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି l ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ l ବିକାଶ ସାଙ୍ଗକୁ ଯୁବକ ଯୁବତୀ ମାନଂକୁ ସ୍ୱlବଲମ୍ବି ପାଇଁ ମାଛ ଚାଷ, ପୋଖରୀ ଖନନ ସୁକିନ୍ଦା ପଞ୍ଚାୟତର ଆୟ ବୃଦ୍ଧି ପାଇଁ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଛଚାଷ କରି ଆୟ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ସୁକିନ୍ଦା ବ୍ଲକ ଏବଂ ଦାନଗଦୀ ବ୍ଲକର ପ୍ରତି ପଞ୍ଚାୟତରେ ୪ଟି ଲେଖାଏଁ ପୋଖରୀକୁ ପୁନରୁଦ୍ଧାର କରାଯିବା ସହ ନରେଗାର ଅର୍ଥ ଏବଂ ଜିଲ୍ଲା ଖଣିଜ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପ୍ରତି ପୋଖରୀ ପାଇଁ ବିନିଯୋଗ ହେବ। ସେହି ପୋଖରୀକୁ ନିଲାମ କରାଯାଇ ଆୟ ବୃଦ୍ଧି କରାଯାଇ ପାରିବବୋଲି ବିଧାୟକ କହିଛନ୍ତି। ପୋଖରୀ ଚାରିପାଖରେ ନଡି଼ଆଗଛ ଓ ଅନ୍ୟ ଗଛ ଲଗାଯାଇ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଖଣି ପ୍ରଭାବିତ ସୁକିନ୍ଦା-ଦାନଗଦିରେ DMF-OMBADC ଅର୍ଥକୁ ସୁବିନିଯୋଗ କରି ସ୍ୱାସ୍ଥ୍ୟ ସେବା, ରାସ୍ତା ନିର୍ମାଣ, ଉନ୍ନତ ବିଦ୍ୟୁତ ସେବା ପ୍ରଦାନ, ଅନାଥ ଆଶ୍ରମ ପ୍ରତିଷ୍ଠା, ଦକ୍ଷତା ଓ କୌଶଳ ବିକାଶ, ଷ୍ଟାଡିୟମ ନିର୍ମାଣ ଏବଂ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତରାନ୍ୱିତ କରାଯିବ। ଏହାସହ ଲୋକଙ୍କ ଜୀବୀକାର୍ଜନ ସହ ଗୋଷ୍ଠୀର ସାମୂହିକ ବିକାଶ ଲାଗି ବିଭିନ୍ନ ପ୍ରକଳ୍ପ ସଂପର୍କରେ ଯାଜପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ।

LEAVE A REPLY

Please enter your comment!
Please enter your name here