ବିର୍ସା ମୁଣ୍ଡା ଜୟନ୍ତୀ ପାଳନ

ଯାଜପୁର : ରବିବାର ବିଶିଷ୍ଟ ସ୍ୱାଧିନତାସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ l ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଏହି ସଂଗ୍ରାମୀ ନେତାଙ୍କ ଜୟନ୍ତୀକୁ ସୁକିନ୍ଦା ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ତତ୍ୱାବଧାନରେ ପାଳନ କରା ଯାଇଛି l ଆଦିବାସୀ ତଥା ସମାଜର ଶୋଷିତବର୍ଗଙ୍କ ଅଧିକାରର ସୁରକ୍ଷା ଉପରେ ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୀବନୀ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଛି। ଆଜି ତାଙ୍କ ଜୟନ୍ତୀରେ ସେହି ମହାନ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ । ବିଧାୟକଙ୍କ ନିର୍ଦେଶକ୍ରମେ ସାରା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ମହାନ ସ୍ବାଧିନତା ସଂଗ୍ରାମୀ ଶହୀଦ ବୀର ବିର୍ସାମୁଣ୍ଡା ଙ୍କର 145ତମ ଜନ୍ମ ଜୟନ୍ତୀ covid- 19 ନିୟମକୁ ଅନୁପାଳନ କରି ମହାସମାରୋହରେ ପାଳିତ ହୋଇଯାଇଛି । ବନ୍ଧଗାଁ ଗ୍ରାପ ର ଗୋହାଳଡିହ ଠାରେ ପାଳିତ ହୋଇଯାଇଥିବା ଜନ୍ମ ଜୟନ୍ତି ଉସ୍ଚବରେ ମୁଖ୍ୟ ଅତିଥି ଭାବେ ବିଜୁଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ତଥା ସମିତି ସଭ୍ୟ ଶ୍ରୀଯୁକ୍ତ ବିବେକାନନ୍ଦ ବୋଷ ଯୋଗ ଦେଇ ଶହୀଦ ବିର୍ସା ମୁଣ୍ଡାଙ୍କର ସଂଘର୍ଷମୟ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ସରପଞ୍ଚ ରାଧାଶ୍ୟାମ ମହାନ୍ତ,ସଭାପତି ଲମ୍ବୋଦର ମୁଣ୍ଡା,ପୂର୍ବତନ ସରପଞ୍ଚ ପବିତ୍ର କୁମାର ମହାନ୍ତ ,ଆଦିବାସୀ ନେତା ବିନୋଦ ହେମ୍ର୍ବମ,ସିଙ୍ଗରାଇ ହେମ୍ବ୍ରମ ଆଦି ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here