28.1 C
Bhubaneswar
Thursday, March 28, 2024
Homeଓଡିଶାକ୍ଲବ୍ ଦି ୟୁଥ୍ ମାସ" ତରଫରୁ କୁଷ୍ଠ ଆଶ୍ରମ,ଅନାଥ ଆଶ୍ରମ ଓ ବିଭିନ୍ନ ବସ୍ତି ଅଞ୍ଚଳ...

କ୍ଲବ୍ ଦି ୟୁଥ୍ ମାସ” ତରଫରୁ କୁଷ୍ଠ ଆଶ୍ରମ,ଅନାଥ ଆଶ୍ରମ ଓ ବିଭିନ୍ନ ବସ୍ତି ଅଞ୍ଚଳ ରେ ଶିଶୁ ଦିବସ ଓ ଦୀପାବଳି ଉତ୍ସବ ପାଳନ

ଯାଜପୁର : ଶନିବାର ଗୋଟିଏ ଦିନରେ ଶିଶୁ ଦିବସ ଓ ପବିତ୍ର ଦୀପାବଳି ଉତ୍ସବକୁ “କ୍ଲବ ଦି ୟୁଥ୍ ମାସ” ତରଫରୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ସାମ୍ପ୍ରତିକ ସମୟରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମକୁ ପାଳନ କରି ବିନା ଆତସବାଜିରେ ପାରମ୍ପରିକ ଶୈଳୀରେ ବ୍ୟାସନଗର ସ୍ଥିତ ଗାନ୍ଧୀ ନଗର କୁଷ୍ଠ ଆଶ୍ରମ , ସ୍ଥାନୀୟ ଅଞ୍ଚଳ ର ଏକ ଅନାଥ ଆଶ୍ରମ ଓ ବିଭିନ୍ନ ବସ୍ତି ଅଞ୍ଚଳରେ ପୁରା ଦିନ ଓ ସାନ୍ଧ୍ୟରେ ଛୋଟ ଛୋଟ ପିଲାମାନଙ୍କ ଗହଣରେ ଦୀପ ଜାଳି ମିଷ୍ଠାନ, ଚକୋଲେଟ ବାଣ୍ଟିବା ଓ ଡ୍ରେସ୍ ବାଣ୍ଟି ଅନ୍ତଵାସୀଙ୍କ ଶହ ଦିନ କାଟି ଖୁସି ବାଣ୍ଟି ଥିଲେ। ସାମାଜିକ ଦୂରତ୍ବ ଅବଲମ୍ବନ ସହ ଶିଶୁ ଦିବସ ଓ ଦୀପାବଳି ଉତ୍ସବ ପାଳିତ ହୋଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ “କ୍ଲବ ଦି ୟୁଥ୍ ମାସ” ର ସମ୍ପାଦକ ତଥା ଯୁବ ସମାଜ ସେବୀ ରାଜେଶ୍ କୁମାର ରାଉତ, ତାବିନ ସାମଲ, ଧନଞ୍ଜୟ ବେହେରା, ଜଗବନ୍ଧୁ ଦାସ,କଟିଆ ରଣା,ପ୍ରଶାନ୍ତ ରଥ, ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚଳନା ସହ ସଫଳତାର ସମାପନ କରିଥିଲେ କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇ ସଚେତନତାର ବାର୍ତ୍ତା ଦେଇ ଶିଶୁ ଦିବସ ଓ ଆଲୋକର ପର୍ବ ଦୀପାବଳୀକୁ ଏକ ନିଆରା ଢଙ୍ଗରେ ପାଳନ କରିଥିବାରୁ ଏହି ମହାନ ଚିନ୍ତାଧାରା ପାଇଁ ସ୍ଥାନୀୟ ଅଞଚଳର ବୁଦ୍ଧିଜୀବି ମାନେ ରାଜେଶ୍ ଓ କ୍ଲବର ଅନ୍ୟ ସଦସ୍ୟଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଇବା ସହ ସାଧୁବାଦ ମଧ୍ୟ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking