୬୦୦ଲିଟର କିରୋସିନ ଜବତ କଲା ବଡ଼ଚଣା ପୋଲିସ

ଯାଜପୁର : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକର ସିହା ପଂଚାୟତର ମଙ୍ଗରାଜପୁର ଗ୍ରାମରୁ ୬୦୦ଲିଟର କିରୋସିନ ଜବତ କରିଛି ଓ ଜଣକୁ ଗିରଫ କରିଛି l ଖାଉଟିମାନଙ୍କ ପାଇଁ ସରକାର କିରୋସିନ ଯୋଗାଇ ଦେଉଛନ୍ତି l ବିପିଏଲ ହିତାଧିକାରୀ ମାନଂକୁ କିରୋସିନ ଦିଆ ନଯାଇ ବାଟମାରଣା କରାଯାଉଥିଲା l ବଡ଼ଚଣା ବ୍ଲକରେ ଏ ସମ୍ପର୍କରେ ଅଭିଯୋଗ ହେଉଥିଲ ମଧ୍ୟ କୌଣସି କାର୍ଯ୍ୟନୁଷ୍ଟାନ ନିଆ ଯାଉନଥିଲା l କିରୋସିନ ଚୋରାଚାଲା ନ ହେଉଥିବା ଖବର ପାଇ ବଡ଼ଚଣା ଥାନ ଅଧିକାରୀ ପ୍ରିୟବ୍ରତ ରାଉତ ଓ ଟିମ ସହ ଘଟଣା ସ୍ଥଳ ଯାଇ ଚଢ଼ଉ କରି କିରୋସିନଜବତ କରିବା ସହ ଏଥି ରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିଲେ l ଅନ୍ୟ ଜଣେ ଅସାମୀ ଫେରାର ହୋଇଯାଇଥିଲା ବଡ଼ଚଣା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନ ଚଢ଼ଉ କରାଯାଉଛି ଚଣ୍ଡିଖୋଲ ବଜାରରୁ 2ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି ଦେଶୀମଦ ଓ ମାଙ୍କଡା ପଥର ବେନିୟମ ଭାବରେ ଚାଲାଣକୁ ପୋଲିସ ପକ୍ଷରୁ ଘନ ଘନ ଚଢ଼ଉ କରାଯାଉଛି l ଚୋରା କରାଵାର କାରିମାନଙ୍କ ପ୍ରମାଦ ଗଣି ଲେଣି ପୋଲିସ ଆକ୍ସନ ମୁଡ଼ରେ ଥିବାରୁ ଆଇନ ଶୁଙ୍ଖଲା ପରିସ୍ଥିତି ସୁଧୀରବାରେ ଲାଗିଛି l

LEAVE A REPLY

Please enter your comment!
Please enter your name here