ଯାଜପୁର ଜିଲ୍ଲାରେ ବନ୍ୟା ପ୍ରଭାବ ; ଚାଷୀଙ୍କୁ ମିଳିବ କ୍ଷତିପୂରଣ

jajpur crop loss due to flood

ଯାଜପୁର : ଚଳିତ ବର୍ଷ ମହାବନ୍ୟା ଯୋଗୁ ଯାଜପୁର ଜିଲ୍ଲାରେ ବିଭିନ୍ନ ନଦୀରେ ୩୦ଟି ଘାଇ ସୃଷ୍ଟି ହେବା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ବନ୍ୟାରେ ଯାଜପୁର ବ୍ଲକରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବେରୁ୍ଦା ପଂଚାୟତର ଚାଷ ଜମି । ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା ବିଓଳି ଧାନ ମାତ୍ର ବନ୍ୟା ସବୁକିଛି ଛାରକାର କରିଦେଇଛି । ନିଜର ଋଣ କୁ କିପରି ଶୁଝିବ ତାକୁ ନେଇ ଚିନ୍ତାରେ ଚାଷୀ । ସେପଟେ ପଂଚାୟତର ଚାଷୀ ମାନଙ୍କର ବ୍ୟକ୍ତିଗତ କ୍ଷୟକ୍ଷତିର ଆକଳନ କରିବାକୁ ପହଚିଂଛନ୍ତି ବ୍ଳକ କୃଷିଅଧିକାରୀ ଏବଂ ବିମା କତୃପକ୍ଷ । ଚଳିତ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର କୃଷିଅଧିକାରୀ ସ୍ୱୀକାର କରିବା ସହିତ ଏହି କ୍ଷୟକ୍ଷତିର ଆକଳନ ରିପୋର୍ଟ ସରକାରୀ ଉଚ୍ଚକତୃପକ୍ଷଙ୍କୁ ଅବଗତ କରାଯାଇଛି । ଏହାକୁ ଭିତ୍ତିକରି ସରକାରୀ କ୍ଷତିପୁରଣ ମିଳିବ ବୋଲି ପ୍ରତିଶୃତି ମିଳିଛି ।

LEAVE A REPLY

Please enter your comment!
Please enter your name here