34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସରକାରୀ ସୁବିଧା ଯୋଗାଇ ଦେବାକୁ ଯାଜପୁର ଜିଲ୍ଲା ପ୍ରଶାସନକୁ ଠାକୁରପାଟଣା ଯୁବ ପରିଷଦର ଅନୁରୋଧ

ସରକାରୀ ସୁବିଧା ଯୋଗାଇ ଦେବାକୁ ଯାଜପୁର ଜିଲ୍ଲା ପ୍ରଶାସନକୁ ଠାକୁରପାଟଣା ଯୁବ ପରିଷଦର ଅନୁରୋଧ

ଯାଜପୁର: ୨ ବର୍ଷତଳେ କିଡନୀ ରୋଗରେ ସ୍ବାମୀ ରବିନ୍ଦ୍ର ପୋଇ (୩୫) ଙ୍କର ମୃତ୍ୟୁ ହୋଇଗଲା । ସ୍ବାମୀ ମରିଯିବା ପରେ ସ୍ତ୍ରୀ ସାରଥି ପୋଇ (୩୦)ଙ୍କ ମୁଣ୍ଡରେ ଅକାଳ ଚଡକ ପଡିଲା । ଝିଅ ରାଧାରାଣି ପୋଇ (୭), ପୁଅ ରାଜେନ୍ଦ୍ର ପୋଇ (୪) କୁ ନେଇ କିପରି ପରିବାର ପ୍ରତିପୋଷଣ କରିବା ଚିନ୍ତାରେ ନିଜେ ରୋଗାଗ୍ରସ୍ତ ହୋଇଗଲେ । ସ୍ବାମି ମ୍ରୁତ୍ୟୁପରେ ଦୁଇ କୁନିଛୁଆଙ୍କ ପାଟିରେ ଦାନା ମୁଠିଏ ଦେବା ତାଙ୍କ ପାଇଁ ସାତସପନ ପାଲଟିଗଲା । ସରକାରି ବିଧବା ଭର୍ତ୍ତା ୫୦୦ ଟଙ୍କାରେ କିପରି ୩ ପ୍ରାଣୀ କୁଟୁମ୍ବ ଚଳିବେ ଭାବିଭାବି ତାଙ୍କ ଆଖିରୁ ଲୁହ ଶୁଖୁନାହିଁ । ପିଲା ଦୁଇଟିକୁ ଖାଇବାକୁ ଦେବାକୁ ଅସୁବିଧା ହେବାରୁ ଝିଅ ରାଧାରାଣୀ ପୋଇକୁ କିଛି ଦିନହେଲା ସାରଥି ତାଙ୍କ ଭଉଣି ଘରେ ଛାଡିଦେଇଛନ୍ତି । ପୁଅ ରାଜେନ୍ଦ୍ରକୁ ଧରି ସାରଥି ଖମଣ ପଞ୍ଚାୟତର ଠାକୁରପାଟଣା ଗ୍ରାମରେ ନିଜ ଶାଶୁଘରେ ରହୁଛନ୍ତି । ଭାଈ ଭାଗରେ ପଡିଥିବା ସାରଥିଙ୍କ ଚାଳଛପର ଘରଟି ଭାଙ୍ଗିରୁଜି ଗଲାଣି । ବଞ୍ଚିବା ପାଇଁ ଅନ୍ତଦୋୟ କାର୍ଡ ଏବଂ ମୁଣ୍ଡ ଗୁଞ୍ଜିବାକୁ ଇନ୍ଦିରାଆଭାସ ଘର ଖଣ୍ଡେ ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ପାଖକୁ ଦୈାଡିଦୈାଡି ନୟାନ୍ତ ହେଲେଣି । ଏଯାଏଁ କୈାଣସି ସୁଫଳ ମିଳିପାରିଲା ନାହିଁ । କେବଳ ପ୍ରତିଶ୍ରୁତି ମିଳିଛି ।

ଏ ବାବଦେ ଠାକୁରପାଟଣା ଯୁବପରିଷଦର ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ଦ୍ରୁଷ୍ଟିଗୋଚର ହେବାରୁ ଆଜି ଅନୁଷ୍ଠାନର ଉପଦେଷ୍ଟା ଅନନ୍ତ ଚରଣ ମଲିକଙ୍କ ନେତ୍ରୁତ୍ବରେ ଉପଦେଷ୍ଟା କମିଟି ସଭ୍ୟ ଶିଖ୍ୟାବିତ୍ ରମାକାନ୍ତ ସାହୁ, ହେମନ୍ତ ପ୍ରୁଷ୍ଟି, ଗୋବିନ୍ଦ ଦାସ, ପରିଖିତ ରାଉତ, ଅଶୋକ ବେହେରା, ପ୍ରଫୁଲ ଦାସ ଏବଂ କ୍ଲବ ସଭ୍ୟ ଗୋପାଳ ଦାସ, ନୟନଦିପ୍ତ ବେହେରା, ଉମାକାନ୍ତ ସାହୁ, ମାୟାଧର ସାହୁ, ଦେବାଶିଷ ସାହୁ, ପରମେଶ୍ବର ମଲିକ, ସନ୍ତୋଷ ସାହୁ, ବିକାଶ ସାହୁ, ଅବିନାଶ ସାହୁ ତାଙ୍କ ଘର ପାଖରେ ପହଁଚି ସାରଥିଙ୍କୁ କିଛିଦିନ ପାଇଁ ଖାଦ୍ୟ ପୁଡିଆ, ବସ୍ତ୍ର ଏବଂ ଆର୍ଥିକ ସହଯୋଗ କରି ସହାୟତାର ହାତ ବଢାଇଥିଲେ । ତେଣୁ ଏଠାରେ ସାରଥି ନିଜର ଜିବନ ଏବଂ ଦୁଇଛୁଆଙ୍କ ଭବିଷ୍ୟତ ଗଠନ ଉପରେ ପ୍ରଶ୍ନଉଠୁଛି । ଏହିଭଳି କୋରେଇ ବ୍ଲକ ଖମଣ ପଞ୍ଚାୟତସ୍ଥ ବହୁତ ଉପଯୁକ୍ତ ହିତାଧିକାରି ସାରଥିଙ୍କ ପରି ସରକାରି ସୁବିଧା ପାଇବାରୁ ବଞ୍ଚିତଅଛନ୍ତି । ଜଣେ ବିଧବା ମହିଳା ଏବଂ ଦୁଇ କୁନିଛୁଆଙ୍କ ବଞ୍ଚିବାପାଇଁ ସାରଥିକୁ ଏକ ଅନ୍ତଦୋୟ କାର୍ଡ ଏବଂ ଇନ୍ଦିରା ଆଭାସ ଘରଖଣ୍ଡେ ଯୋଗାଇଦେବାକୁ ଠାକୁରପାଟଣା ଯୁବପରିଷଦ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking