31.1 C
Bhubaneswar
Friday, March 29, 2024
HomeUncategorizedବ୍ୟାସସରୋବର ଆସିଲେ ବିକାଶ କଥା ମନେପଡେ, ପରେ ପ୍ରଶାସନ, ରାଜନେତା ଭୁଲିଯାଆନ୍ତି

ବ୍ୟାସସରୋବର ଆସିଲେ ବିକାଶ କଥା ମନେପଡେ, ପରେ ପ୍ରଶାସନ, ରାଜନେତା ଭୁଲିଯାଆନ୍ତି

 
ଯାଜପୁର  : ପୁରାଣ ପ୍ରସିଦ୍ଧ ବ୍ୟାସସରୋବର ମେଳା ଆବାହନ କାଳରୁ ହୋଇଆସୁଛି । ବ୍ୟାସସରୋବର ଏକ ରମଣୀୟ ସ୍ଥାନ । ୬୦ ବର୍ଷ ତଳେ ବ୍ୟାସସରୋବର ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ଏବେ ଆମ୍ବତୋଟା ମଧ୍ୟରେ ସୀମିତ ରହିଛି । ବନବିଭାଗ ପକ୍ଷରୁ ସରୋବରକୁ ବନାନୀକରଣ କରାଯାଉଛି । ଏହି ପୀଠରେ ଗପ୍ତଗଙ୍ଗା, ବ୍ୟାସଦେବଙ୍କ କୀର୍ତିରାଜୀ ଓ ରାଘୁଜୀ ଗୋସାଇଁଙ୍କ ସମାଧୀ ରହିଛି । ବଣଭୋଜି କରିବା ପାଇଁ ଏଠାକୁ ଲୋକ ଆସିଥାନ୍ତି । ଏବେ ଆଉ ଘଂଚ ଜଙ୍ଗଲ ନାହିଁ । ଏହି ପୀଠରେ ଝରଣା ରହିଛି । ଏହି ସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ ରୂପେ ସରକାର ଘୋଷଣା କରିଥିଲେ ମଧ୍ୟ ତାହା ସେପରି ବିକଶିତ ହୋଇପାରିନାହିଁ । ବ୍ୟାସସରୋବର ମହୋତ୍ସବର ଉଦଘାଟନ ଓ ଉଦଯାପନ ଦିବସରେ ଜିଲ୍ଲାପାଳ, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ରାଜନେତା ଆସି ଏହି ପୀଠର ବିକାଶ କରାଯିବବୋଲି ଭାଷଣ ମଧ୍ୟରେ କହିଥାନ୍ତି । କିନ୍ତୁ ତାହା ହୁଏନାହିଁ । ଏହି ପୀଠରେ ପୋଖରୀ ଖନନ କରାଯାଇ ନୌବିହାର କରାଯିବ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମହାଭାରତର ବିଭିନ୍ନ ଦୃଶ୍ୟମାନ ନିର୍ମାଣ ହେବ, ପାର୍କ ଓ ବନାନୀକରଣ କରାଯିବବୋଲି ୧୦ ବର୍ଷ ହେଲା ଜିଲ୍ଲା ପ୍ରଶାସନ, ମନ୍ତ୍ରୀ, ବରିଷ୍ଠ ରାଜନେତାମାନେ ଭାଷଣବାଜୀ କରିଥାନ୍ତି ।

ଗତ ବୁଧବାର ଭୌମ୍ୟ ଏକାଦଶୀ ହୋଇଥିବାରୁ ବ୍ୟାସସରୋବର ମେଳା ଆରମ୍ଭ ହୋଇଛି । ଏହି ୧୦ ଦିନ ଧରି ଅନୁଷ୍ଠିତ ହେବ । ଉଦ୍‌ଘାଟନୀ ଦିବସରେ ଜିଲ୍ଲାପାଳ ପୁଣି ପୁର୍ବବର୍ଷର କଥାକୁ ଦୋହରାଇଥିଲେ ଓ ହରୀଣ ପାର୍କ, ନୌବିହାର କଥା ଉଠାଇଥିଲେ । ପ୍ରତିବର୍ଷ ଏହି ପୀଠର ବିକାଶ ପାଇଁ ପ୍ରଶାସନ ଡୁଙ୍ଗୁରା ବଜାଉଥିଲାବେଳେ ତାହା କାର୍ଯ୍ୟରେ ହେଉନାହିଁ । ଜିଲ୍ଲାପାଳଙ୍କର ବ୍ୟାସନଗର ପ୍ରତି ପରୋକ୍ଷରେ କଟୁ ମନ୍ତବ୍ୟ ଓ ଏହି ମେଳାକୁ ବନ୍ଦ କରିବା ପାଇଁ ପରାମର୍ଶ ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବ୍ୟାସନଗର ନଗର କମିଟି ପକ୍ଷରୁ ଜିଲ୍ଳାପାଳଙ୍କ ଏତାଦୃଶ ଭାଷଣକୁ ନିନ୍ଦା କରାଯାଉଛି । କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଯାଜପୁର ଜିଲ୍ଲାପାଳ ବ୍ୟାସନଗର ସହର ପ୍ରତି ଅନୁକମ୍ପା ଦେଖାଉନାହାଁନ୍ତି । ବ୍ୟାସନଗରର ବିକାଶ ଚାହୁଁନଥିବା କୁହାଯାଉଛି । ୩ ବର୍ଷ ରହଣି କାଳରେ ଜିଲ୍ଲାପାଳ ଏହି ସହରର ବିକାଶ କରିବାରେ ପଛଘୁଂଚା ଦେଉଛନ୍ତି । ସହରର ବହୁ ସମସ୍ୟା ରହିଛି । ଫ୍ଲାଏ ଓଭରବ୍ରିଜ୍‌, ଏଲ୍‌.ଇ.ଡି. ଲାଇଟ୍ ସଂଯୋଗ, ସଂସ୍କୃତି ଭବନ ନିର୍ମାଣ, କଲ୍ୟାଣ ମଣ୍ଡପ ପ୍ରଭୃତି ଅଧପନ୍ତରିଆ ଅବସ୍ଥାରେ ପଡିରହିଛି । ବ୍ୟାସଦେବ ଟାଉନହଲକୁ ଭାଙ୍ଗି ନୂତନ ଟାଉନ୍ ହଲ କରିିବାପାଇଁ ଶିଳାନ୍ୟାସ ମଧ୍ୟ ଦେଇଛନ୍ତି ।

ଟାଉନ୍ ହଲ ନିର୍ମାଣ ପାଇଁ କୌଣସି ଅର୍ଥ ମଞ୍ଜୁର କରାଯାଇନାହିଁ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ସରିଥିଲେ ମଧ୍ୟ ସେଠାରେ କାର୍ଯ୍ୟାଳୟ ନଖୋଲିବା ପ୍ରଭୃତି ତାଙ୍କର ଆନ୍ତରିକତା ନଥିବା ବୋଳି ଅଭିଯୋଗ କରାଯାଉଛି । ଅନ୍ୟପକ୍ଷରେ ବ୍ୟାସନଗର ସହର ଷ୍ଟିଲ ସିଟିର ପ୍ରବେଶ ଦ୍ୱାର ହୋଇଥିଲେ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠି ଶିଳ୍ପପତି ମାନଙ୍କର ଉନ୍ନୟନ ପାଣ୍ଠି ଏହି ସହରରେ ଖର୍ଚ୍ଚ କରାନଯାଇ ଅନ୍ୟଆଡେ କୋଟି କୋଟି ଟଙ୍କାରେ ଖର୍ଚ୍ଚ କରାଯାଉଛି । ବ୍ୟାସନଗରବାସୀଙ୍କୁ ଜିଲ୍ଲାପାଳ ଏପରି କଟୁ ମନ୍ତବ୍ୟ ଦେବା କେତେ ବିଧେୟ ତାହା ପ୍ରଶ୍ନ କରାଯାଇଛି । ବ୍ୟାସନଗର କଂଗ୍ରେସ କମିଟିର ପ୍ରେସିଡେଂଟ୍ ତପନ କୁମାର ନାୟକ, ପୂର୍ବତନ ପୌର ଅଧ୍ୟକ୍ଷା ବନ୍ଦିତା ପରିଡା, ପୂର୍ବତନ ଉପନଗରପାଳ ନିର୍ମଳା ମଲ୍ଲିକ୍‌, ହୃଦାନନ୍ଦ ସାମଲ, ପୂର୍ବତନ କାଉନସିଲର ଅଜୟ କୁମା ସାହୁ, ଦିଲ୍ଲୀପ କୁମାର ମହାନ୍ତି, ନିରୁପମା ସାହୁ, ଦିଲ୍ଲୀପ ଜେନା, ଭୀମସେନ ମଲ୍ଲକ ପ୍ରମୂଖ ଜିଲ୍ଲାପାଳଙ୍କର ସହର ପ୍ରତି ଦେଇଥିବା ମନ୍ତବ୍ୟକୁ ନିନ୍ଦା କରୁଛନ୍ତି ଓ ସହରର ବିକାଶ ପାଇଁ ଜିଲ୍ଲାପାଳ କାର୍ଯ୍ୟ କରିବା ପାଇଁ ମଧ୍ୟ ଦାବୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking