34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସମାଜସେବା ବ୍ୟକ୍ତିକୁ ଆତ୍ମସନ୍ତୋଷ ପ୍ରଦାନ କରିଥାଏ: କରୋନା ସଚେତନତାର ୧୭୫ତମ ଦିବସର ସମୀକ୍ଷା ବୈଠକରେ ବହୁ...

ସମାଜସେବା ବ୍ୟକ୍ତିକୁ ଆତ୍ମସନ୍ତୋଷ ପ୍ରଦାନ କରିଥାଏ: କରୋନା ସଚେତନତାର ୧୭୫ତମ ଦିବସର ସମୀକ୍ଷା ବୈଠକରେ ବହୁ ବକ୍ତାଙ୍କ ମତ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ବାବଲପୁରସ୍ଥିତ ଜାତୀୟ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନର ଓ ଫାଉଣ୍ଡେସନଦ୍ୱାରା ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ୧୭୫ତମ କରୋନା ସଚେତନତା ଓ ରିଲିଫ ବଣ୍ଟନ ଓ ୨୦ଦିବସ ସ୍ୱତନ୍ତ୍ର ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଲୋକମାନଙ୍କ ଉଦ୍ଧାର ସହ ରିଲିଫ ବଣ୍ଟନର ସମୀକ୍ଷା ବୈଠକ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଦଶରଥପୁର ବ୍ଳକର ମଙ୍ଗଳପୁରସ୍ଥିତ ଜେ. ଏନ. ଇନଷ୍ଟିଚ୍ୟୁଟ ଅଫ ପାରାମେଡିକାଲ ସାଇନ୍ସ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ଅତିଥି ପରିଚୟ ସ୍ୱାଗତ ଭାଷଣ ସହ ୧୭୫ଦିନର ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ବିଶଦ ବିବରଣୀ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବେ ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼ଃ ହରିଶ୍ଚନ୍ଦ୍ର ପଣ୍ଡା,ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡା ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପଦ୍ମାଳୟା ଧଳ,ସମ୍ମାନିତ ଅତିଥି ଭାବେ ଆଉଁରୀ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସମରେନ୍ଦ୍ର ସାହୁ,ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଉମାକାନ୍ତ ମଲ୍ଲିକ, ଜେ.ଏନ.ଇନଷ୍ଟିଚ୍ୟୁଟ ଅଫ ପାରାମେଡିକାଲ ସାଇନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଇଂ.ଚନ୍ଦନ କୁମାର ତ୍ରିପାଠୀ, ଯୁବ ସମାଜସେବୀ ଶ୍ରୀଯୁକ୍ତ ଦୀପକ ବାରିକ,ମଙ୍ଗଳପୁର ସଂଜୀ ମଟର୍ସର ପ୍ରପାଇଟର ସଞ୍ଜୟ ପରିଡା,ଓଡ଼ିଶା କଣ୍ଟାକ୍ଟ ଟିଚର୍ସ ଆସୋସିଏସନର ରାଜ୍ୟ ସଭାପତି ଶ୍ରୀଯୁକ୍ତ ସୁବ୍ରଜିତ ପତିହାରୀ ଆଦି ଯୋଗଦାନକରି ସମାଜସେବା ବ୍ୟକ୍ତିକୁ ଆତ୍ମସନ୍ତୋଷ ପ୍ରଦାନ କରିବା ସହ ଭଗବତ ପ୍ରାପ୍ତିର ମାର୍ଗ ଦେଖାଇଥାଏ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ମହାମାରୀ କରୋନାର ମୁକାବିଲା ପାଇଁ ନିରସ୍ତ୍ର ସୈନିକଭାବେ ବିଭିନ୍ନ କ୍ଷେତ୍ରରେରହି ଲଢ଼ୁଥିବା ସେବାପରାୟଣ ବ୍ୟକ୍ତିମାନଙ୍କୁ ଉପଢୌକନସହ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ବର୍ଷାରାଣୀ ମାଝୀ,ସୁଶ୍ରୀ ଶ୍ରାବଣୀ ମାଝୀ,ସୁଶ୍ରୀ ରୋଜାଲିନ ମଲ୍ଲିକ,ମାମିନା ମଲ୍ଲିକ, ସାଧୁ ନିଲୁ ବାବା,ଅଧ୍ୟାପକ ଭରତ ଚନ୍ଦ୍ର ବେହେରା, ସାମ୍ବାଦିକ ଜ୍ୟୋତିଶଙ୍କର ରାୟ ଆଦି ପରିଚାଳନା କରିଥିବାବେଳେ ସୁଶ୍ରୀ ସମୀକ୍ଷା ରାୟ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking