34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଜିଲ୍ଲାପାଳଙ୍କ ଜିଲ୍ଲାବାସୀଙ୍କୁ କୃତଜ୍ଞତା

ଜିଲ୍ଲାପାଳଙ୍କ ଜିଲ୍ଲାବାସୀଙ୍କୁ କୃତଜ୍ଞତା

ଯାଜପୁର : ଯାଜପୁର ଜିଲ୍ଲାପାଳ ଭାବେ ପ୍ରାୟ ୪ ବର୍ଷ ଜିଲ୍ଲା ପାଇଁ ସେବା କରିବାର ସୁଯୋଗ ପାଇଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ ମା’ ବିରଜାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ୪ ବ ର୍ଷ ମଧ୍ୟରୁ ମେଡ଼ିକାଲ କଲେଜ, କୁସୁମା ପୋଖରୀର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ, ନୂତନ ଏମ.ସି.ଏଚ ବିଲ୍ଡିଂର କାର୍ଯ୍ୟକ୍ଷମ, ଆଡ଼ମିନ୍‌ଷ୍ଟ୍ରେଟିଭ ଏନକ୍ଲେଭର ବ୍ୟବସ୍ଥା. ବରାହ ମନ୍ଦିର ନିକଟରେ ପର୍ଯ୍ୟଟନର ବିକାଶ ପାଇଁ ଏକାଧିକ ପ୍ରକଳ୍ପ ନିର୍ମାଣ, ସଂଗ୍ରହାଳୟ ପ୍ରତିଷ୍ଠା, ଦଶାଶ୍ୱମେଧ ଘାଟର ଉନ୍ନତିକରଣ ଓ ବୈତରଣୀ ନିକଟରେ ଆଳତୀ ବ୍ୟବସ୍ଥା, ବିରଜା ମନ୍ଦିରର ଉନ୍ନତୀକରଣ, ସୌନ୍ଦର୍ଯ୍ୟକରଣ ସହ ଆଲୋକକରଣ ବ୍ୟବସ୍ଥା, ଅତ୍ୟାଧୁନିକ ବସ ଟର୍ମିନାଲର ନିର୍ମାଣ, ପାନ୍ଥନିବାସର ଆଧୁନିକୀକରଣ, ଯାଜପୁର ରୋଡସ୍ଥିତ ହସ୍ପିଟାଲ ଆଧୁନିକୀକରଣ ଓ ୨୦୦ ଶଯ୍ୟା ବିଶିଷ୍ଠ ସେବା ପ୍ରଦାନ, ଏନ୍‌.ସି କଲେଜକୁ ବିଶ୍ୱସ୍ତରୀୟ କରିବାର ବ୍ୟବସ୍ଥା, ବ୍ୟାସସରୋବର , କଂଟିଗଡିଆ ପୋଖରୀର ଉନ୍ନତିକରଣ, ନେଉଳପୁର ପାହାଡ଼ ଉପରେ ବୁଦ୍ଧ ମୁର୍ତି ସ୍ଥାପନ, ଯାଜପୁର ରୋଡ଼ ଟାଉନହଲର ଉନ୍ନତୀକରଣ, ଯାଜପୁର ରୋଡ଼ ସଂସ୍କୃତି ଭବନର ନିର୍ମାଣ ଇତ୍ୟାଦି ପାଇଁ ପଦକ୍ଷେପ ନିଆଯାଇଛି । ପାଣିକୋଇଲି ଠାରେ ଏକ ଟ୍ରମା କେୟାର ୟୁନିଟ, ଏୟାରଷ୍ଟ୍ରିପ୍ ଓ ଆଇ.ଟି. ପାର୍କ ପ୍ରତିଷ୍ଠା ଇତ୍ୟାଦିର ପଦକ୍ଷେପ ନିଆଯାଇଛି । ପାଣିକୋଇଲି ଓ ବ୍ୟାସନଗର ସହରକୁ ଡ଼ି.ଏମ.ଏଫ ପର୍ଯ୍ୟାୟଭୁକ୍ତ କରି ଏଠାରେ ଅତ୍ୟାଧୁନିକ ଯଯାତି ନଗର ସହରର ପରିକଳ୍ପନା ମଧ୍ୟ କରାଯାଇଛି । ଜିଲ୍ଲାର ଚିତ୍ର ଦ୍ରୁତ ଗତିରେ ବଦଳୁଛି । ଯଦିଓ ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲାର ଚୀର ସହଚର ତଥାପି ଯାଜପୁରବାସୀ ସାହାସର ସହ ତାହାର ମୁକାବିଲା କରିଛନ୍ତି । ସେହିପରି କରୋନାରେ ମଧ୍ୟ ଜିଲ୍ଳାବାସୀଙ୍କର ସହଯୋଗ ଓ ସରକାରୀ ମାର୍ଗ ଦର୍ଶିକା ପ୍ରତି ଆନ୍ତରିକତା ଅତ୍ୟନ୍ତ ଉତ୍ସାହପ୍ରଦ । ତେଣୁ ଏହି ଦୀର୍ଘ ସମୟର କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ଲୋକ ପ୍ରତିନିଧି, ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ଲାଇନ ଡିପାର୍ଟମେଂଟର ଅଧିକାର. କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀ , ସମାଜସେବୀ ଓ ସାଧାରଣ ଲୋକଙ୍କର ସହଯୋଗ ଓ ସଦିଚ୍ଛା ପାଇ କାମ କରିବାରେ ପ୍ରେରଣା ପାଇଛି, ସେମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରୁଛି । ଅପରପକ୍ଷରେ କିଛି ଆତ୍ମଘୋଷିତ ବୁଦ୍ଧିଜୀବି, ସମାଲୋଚକ ଯେଉଁମାନେ ତାଙ୍କର ସୋସିଆଲ ମିଡିଆ ମାଧ୍ୟମରେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ସମାଲୋଚନା ଓ କଟାକ୍ଷ କରିଛନ୍ତି ସେମାନଙ୍କୁ ମଧ୍ୟ ଅନ୍ତରରୁ କୃତଜ୍ଞତା ଜଣାଉଛି । କାରଣ ସୋମାନଙ୍କର ସୁସ୍ଥ ସମାଲୋଚନା ଆମ କାର୍ଯ୍ୟକୁ ଅଧିକ କ୍ରୀୟାଶୀଳ ଓ ତ୍ୱରିତ କରିବାରେ ସାହାଯ୍ୟ କରିଛି । ଅବଶ୍ୟ ସେମାନଙ୍କର ବ୍ୟକ୍ତିଗତ ଅସୂୟାପୂର୍ଣ୍ଣ ବାର୍ତାକୁ ମୁଁ ଗ୍ରହଣ ନକରି ସେମାନଙ୍କୁ ଫେରସ୍ତ କରୁଛି ଯାହାକି ସେମାନଙ୍କ ପାଇଁ ଭବିଷ୍ୟତର ପୁଞ୍ଜି ବୋଲି ସେମାନେ ବିବେଚନା କରିପାରନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ମା ବିରଜା ସମସ୍ତଙ୍କୁ ଆର୍ଶୀବାଦ କରନ୍ତୁ ଓ ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ ନୂତନ ଜିଲ୍ଲାପାଳ ସଫଳ ହୁଅନ୍ତୁ ବୋଲି ନିଜ ଶୁଭେଚ୍ଛା ବାର୍ତାରେ ଜିଲ୍ଲାପାଳ ଶ୍ରୀ ଦାସ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking