34.1 C
Bhubaneswar
Friday, March 29, 2024
Homeଓଡିଶାସଫେଇ କର୍ମଚାରୀଙ୍କୁ ହ୍ୟାଣ୍ଡୱାସ ଓ ମାସ୍କ ବାଣ୍ଟିଲେ ଜିଲ୍ଲାପାଳ

ସଫେଇ କର୍ମଚାରୀଙ୍କୁ ହ୍ୟାଣ୍ଡୱାସ ଓ ମାସ୍କ ବାଣ୍ଟିଲେ ଜିଲ୍ଲାପାଳ

ଯାଜପୁର: କୋରୋନା ସମୟରେ ପୌରପାଳିକା ସପେଂଇ କର୍ମଚାରୀ ସେମାନଙ୍କ ସପେଂଇ କାମ ଜାରି ରଖିଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲାପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଯାଜପୁର ପୌରପାଳିକାର ସମସ୍ତ ସପେଂଇ କର୍ମଚାରୀଙ୍କୁ ଭେଟି ହ୍ୟାଣ୍ଡୱାସ, ମାସ୍କ ଓ ଖାଦ୍ୟ ପୁଡିଆ ବଂଟନ କରିଛନ୍ତି । ଏଭଳି ସମୟରେ ନିଜ କାମ ଜାରି ରଖିଥିବାରୁ ଜିଲାପାଳ ସପେଂଇ କର୍ମଚାରୀ ମାନଙ୍କୁ ବେଶ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିଆଡିଏ ପ୍ରକଳ୍ପ ନର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ,ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି,ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତିଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking