34.1 C
Bhubaneswar
Thursday, March 28, 2024
Homeଅପରାଧସାବିନା ବିବି ମାମଲାରେ ଭିନ୍ନ ମୋଡ : ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲେ ଇମ୍ରାନର...

ସାବିନା ବିବି ମାମଲାରେ ଭିନ୍ନ ମୋଡ : ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲେ ଇମ୍ରାନର ପରିବାର

ଯାଜପୁର : ଯାଜପୁର ଜିଲ୍ଲାର କୋରେଇର ବହୁ ଚର୍ଚ୍ଚିତ ସାବିନା ବିବି ମାମଲାରେ ଏବେ ଭିନ୍ନ ମୋଡ ନେଇଛି । ପୋଲିସ ପ୍ରଶାସନ ନିରପେକ୍ଷ ତଦନ୍ତ ନକରି ଏକ ପାଖିଆ ଭାବେ ମୋ ପୁଅକୁ ଗିରଫ କରିଛି ବୋଲି ୭୫ ବର୍ଷିୟ ଲାଲ ଖାନ ଅଭିଯୋଗ କରିଛନ୍ତି ।
ଆଜି ପୂର୍ବାହ୍ନରେ ଯାଜପୁର ସହର ସ୍ଥିତ ଅଫିସରର୍ସ କ୍ଲବରେ ଏକ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ସାବିନା ବିବି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିôତଲେ ଲାଲ୍ ଖାନ । ସୂଚନା ଅନୁଯାଇ ପାଣିକୋଇଲି ବଜାରରେ ରହୁଥିବା ଲାଲଖାନ୍ ଙ୍କ ସାଉଦି ଆରବରେ ରହୁଥିବା ପୁଅ ଇମ୍ରାନ ଖାନ ଗତ ୨୦୧୭ ମସିହା ଫେବୃଆରୀ ପହିଲାରେ ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିଆ ଗ୍ରାମର ଶେଖ୍‌ ଅଜିମୁଦ୍ଦ୍‌ିନଙ୍କ ଝିଅ ସାବିନାଙ୍କୁ ଇସଲାମ ବିଧି ମୁତାବକ ବିବାହ କରିଥିଲେ । ବିବାହ ସମୟରେ ସାବିନାଙ୍କ
ପରିବାରରୁ ଟଙ୍କାଟିଏ ମଧ୍ୟ ଯୈାତୁକ ଆଣିଥିଲେ ଇମ୍ରାନ । ତେବେ ବିବାହର ଏକମାସ ପରେ ଇମ୍ରାନ ନିଜ କର୍ମକ୍ଷେତ୍ର ସାଉଦି ଆରବ ଫେରିଯିବା ପରେ ସାବିନା ହଠାତ୍ ବିଳମ୍ବିତ ରାତ୍ରିରେ ଏକ ଅଜଣା ବ୍ୟକ୍ତି ସହ କୁଆଡେ ଫେରାର୍ ହୋଇ ଯାଇଥିଲା ବୋଲି ଲାଲ୍ ଖାନ ଅଭିଯୋଗ କରିଛନ୍ତି । ସାବିନାଙ୍କୁ ରାତି ତମାମ ଖୋଜିବା ପରେ ତାଙ୍କୁ ଯାଜପୁର ସହରରୁ ତା ପର ଦିନ ଉଦ୍ଧାର କରି ତାଙ୍କ ପରିବାରକୁ ଜିମା ଦେଇଥିଲେ ।  ତେବେ ଆପୋଷ ସମାଧାନ ପାଇଁ ମଙ୍ଗଳପୁର ଥାନାରେ ତିନି ତିନି ଥର ଆପୋଷ ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ସାବିନାଙ୍କ ପରିବାର ପକ୍ଷରୁ ୫ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ତେବେ ଏହି ଅର୍ଥ ଦେବାକୁ ଇମ୍ରାନଙ୍କ ପରିବାର ଅମଙ୍ଗ ହୋଇଥିଲେ । ତେବେ ଏହାର କିଛି ଦିନ ପରେ ସାବିନାଙ୍କ ପରିବାର ପକ୍ଷରୁ କେତେକ ଗୁଣ୍ଡା ଶ୍ରେଣୀର ଲୋକଙ୍କ ସହ ଆସି ଗଣ୍ଡଗୋଳ କରିଥିଲେ । ଏସମ୍ପର୍କରେ ଇମ୍ରାନଙ୍କ ପରିବାର ପକ୍ଷରୁ ଗତ ୨୦୧୮ ମସିହା ମେ ମାସ
୧୯ତାରିଖରେ ପାଣିକୋଲି ଥାନାରେ ଏକ ଅଭିଯୋଗ ହୋଇଥିଲା । ଯାହାର ଷ୍ଟେସନ ଡାଇରୀ ନଂ ହେଉଛି ୧୪/୧୮ତେବେ ସାବିନାଙ୍କ ସହ କୈାଣସି ସମାଧାନ ନହେବାରୁ ଇମ୍ରାନ ଇସଲାମିକ ଆଇନ ଅନୁଯାଇ ୨୦୧୮ ମସିହା ଅକ୍ଟୋବର ୧୮ ତାରିଖରେ ଡାକ ଦ୍ୱାରା ତଲାକ୍ ଦେଇଥିଲେ । ତଲାକ୍ ସମ୍ପର୍କରେ ଇମ୍ରାନର ପରିବାର ସ୍ଥାନୀୟ ପଞ୍ଚାୟତ କମିଟି , ସରପଞ୍ଚ ଓ ମସଜିଦ୍ କମିଟିକୁ ଜଣାଇ ଥିଲେ । ପରେ ଇମ୍ରାନ ଗତ ୨୦୧୯ ମସିହା ନଭେମ୍ବର ୧୦ ତାରିଖରେ ଇସଲାମ୍ ବିଧି ମୁତାବକ କୋରେଇର ମଲଦା ରେ ବିବାହ କରୁଥିବା ବେଳେ ସାବିନାର ପରିବାର ଆସି ଗଣ୍ଡଗୋଳ କରିଥିଲେ । ଆମେ ଏହି ଘଟଣାରେ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ ଥିବାବେଳେ ପୋଲିସ କୈାଣସି କଥାକୁ ନବୁଝି ନସୁଝି ମୋ ପୁଅକୁ ଗିରଫ କରିଛି । କେବଳ ସେତିକି ନୁହଁ ମୋ ପୁଅ ଜେଲରେ ଥିବା ବେଳେ ମଧ୍ୟ ତା’ବିରୋଧରେ ମଙ୍ଗଳପୁର ଥାନାରେ ମିଥ୍ୟା ମକଦ୍ଦମା ମଧ୍ୟ ରୁଜୁ କରାଯାଇଛି । ସେହି ମାମଲାରେ ମୋ ପୁଅ ଏବେ ଜେଲରେ ରହିଛି ଏହି ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ଆମେ ରାଜ୍ୟ ମାନବିକ କମିଶନ, ଗୃହ ସଚିବ ଓ
ଏସପିଙ୍କୁ ଅନୁରୋଧ କରୁଛି ଯେ, ଆମକୁ ନ୍ୟାୟ ମିଳୁ ବୋଲି ୭୫ବର୍ଷିୟ ବୃଦ୍ଧ ଲାଲ୍ କାନ୍ଦି କାନ୍ଦି ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି । ପୋଲିସ ଯଦି ଆମକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ନକରରେ ତେବେ ଆମେ ନବୀନ ନିବାସର ଦ୍ୱାରସ୍ଥ ହେବୁ ବୋଲି ଲାଲ୍ ଖାନ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ |
ସୂଚନା ଯୋଗ୍ୟ ଯେ, ଇମ୍ରାନ ଖାନ୍ କୋରେଇ ଠାରେ ବିବାହ କରୁଥିବା ବେଳେ ତାଙ୍କ ଦ୍ୱିତୀୟ ପତ୍ନୀ ସାବିନା ସେଠାରେ ପହଞ୍ଚି ବିବାହ କାର୍ଯ୍ୟକୁ ଭଣ୍ଡୁର କରିବାକୁ ଉଦ୍ୟମ ସହ ଇମ୍ରାନଙ୍କ ବିରୋଧରେ ନିର୍ଯ୍ୟାତନା ଓ ହତ୍ୟା ଧମକ ଅଭିଯୋଗ ଆଣିଥିଲେ । ସାବିନାଙ୍କ ଅଭିଯୋଗ ଆଧାରରେ ଇମ୍ରାନଙ୍କୁ ପୂର୍ବରୁ ପୋଲିସ ଗିରଫ କରି ସାରିଛି । ମଙ୍ଗଳପୁର ଓ କୋରେଇ ଥାନାରେ ଇମ୍ରାନଙ୍କ ବିରୋଧରେ ୩ଟି ମାମଲା ରୁଜୁ କରାଯାଇଛି । ତେବେ
ଆହୁରି ତାଙ୍କ ପରିବାର ବିରୋଧରେ ମିଥ୍ୟା ମାମଲା ରୁଜୁ ହେବାର ଆଶଙ୍କା ଥିବାରୁ ସେଥିପାଇଁ ପୋଲିସ ପ୍ରଶାସନ ଆମକୁ ନ୍ୟାୟ ଦେଉ ବୋଲି ଲାଲ୍ ଖାନ ନିବେଦନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଲାଲ୍ ଖାନଙ୍କ ବଡ ବୋହୁ ମଧ୍ୟ ଉପସ୍ଥିତ ଥିଲେ । ସାବିନା ଘଟଣାରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏବେ ଲାଲ୍‌ ଖାନଙ୍କ ପାଲଟା ଅଭିଯୋଗ ମାମଲାର ସମ୍ପୂର୍ଣ୍ଣ ଭିନ୍ନ ମୋଡ ନେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking