39.1 C
Bhubaneswar
Tuesday, April 23, 2024
Homeଓଡିଶାବାଲେଶ୍ୱର, ଭଦ୍ରକ ଓ ଯାଜପୁର ରବିବାର ଯାଏଁ ସଟ ଡାଉନ, ବଙ୍ଗ ଫେରନ୍ତାଙ୍କୁ ଖୋଜି ଖୋଜି...

ବାଲେଶ୍ୱର, ଭଦ୍ରକ ଓ ଯାଜପୁର ରବିବାର ଯାଏଁ ସଟ ଡାଉନ, ବଙ୍ଗ ଫେରନ୍ତାଙ୍କୁ ଖୋଜି ଖୋଜି ବାହାର କରାଯିବ

ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଏବେ ସରକାରଙ୍କ ଚିନ୍ତା ବଢାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ୱିକାର କରିଛନ୍ତି । ଏଥିପାଇଁ ଏହି ୩ ଜିଲ୍ଲାକୁ ଆଜି ରାତି ୧୦ ଟାରୁ ୬୦ ଘଣ୍ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ସଟ ଡାଉନ ଘୋଷଣା କରିଛନ୍ତି । ଆସନ୍ତା ୨୬ ତାରିଖ ରବିବାର ସକାଳ ୧୦ଟା ଯାଏଁ ସଂପୂଣ୍ଣ ସଟ ଡାଉନ ଘୋଷଣା କରାଯାଇଛି । ତେବେ ଏହି ସଟ ଡାଉନ ସମୟରେ କିଏ କାହା ପାଖକୁ ଯାଇ ପାରିବେ ନାହିଁ କି ଆସିପାରିବେ ନାହିଁ । କେବଳ ମେଡିକାଲ କେସ ପାଇଁ ଅନୁମତି ରହିଛି । ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତିମାନେ ଯଦି ସ୍ୱଇଚ୍ଛାରେ ପ୍ରଶାସନକୁ ନଜଣାନ୍ତି ପରେ ଜଣାପଡିଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ସରପଂଚମାନଙ୍କୁ ଅନୁରୋଧ କରାଯାଇଛି, ସେମାନେ ବିଶେଷ କରି ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପ୍ରଶାସନକୁ ଜଣାଇବେ । ବର୍ତମାନ ଦେଖାଯାଇଛି ୬୧ ନମ୍ବର ରୋଗୀଙ୍କଠୁ ଆରମ୍ଭ କରି ୮୯ ପର୍ଯ୍ୟନ୍ତ ରୋଗୀଙ୍କ ଭିତରୁ ସୁନ୍ଦରଗଡରୁ ଜଣଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ଏହି ତିନି ଜିଲ୍ଲାର । ଆଉ ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରିଥିବା ବ୍ୟକ୍ତି ଏବଂ ସେମାନଙ୍କ ସଂପର୍କରେ ଆସିଛନ୍ତି । ତେଣୁକରି ରାଜ୍ୟ ସରକାର ଏହି ତିନି ଜିଲ୍ଲା ପାଇଁ ଏହି ଘୋଷଣା କରିଛନ୍ତି । ଭୁବନେଶ୍ୱର ଭଳି ଏହି ତିନି ଜିଲ୍ଲା ସଟ ଡାଉନ ରହିବ । ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଖୋଜି ଖୋଜି ଠାବ କରାଯିବ । ତେବେ ଏହି ୩ ଜିଲ୍ଲା ପାଇଁ ୩ ବରିଷ୍ଠ ଆଇଏଏସ ଅଫିସରଙ୍କୁ କାର୍ଯ୍ୟ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking