32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଜମିବାଡି ବିବାଦକୁ ହିଂସାକାଣ୍ଡ, ହୋଇଥିବାକୁ ନେଇ ତଦନ୍ତରେ ଆସିଲେ ଜାତୀୟ ମାନବାଧିକାର ପ୍ରତିରକ୍ଷାକାରୀ

ଜମିବାଡି ବିବାଦକୁ ହିଂସାକାଣ୍ଡ, ହୋଇଥିବାକୁ ନେଇ ତଦନ୍ତରେ ଆସିଲେ ଜାତୀୟ ମାନବାଧିକାର ପ୍ରତିରକ୍ଷାକାରୀ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅମୃତିଆ ଗାଁରେ କିଛିଦିନ ତଳେ ଜମିବାଡି ବିବାଦକୁ କେନ୍ଦ୍ର କରି ଘଟିଥିଲା ହିଂସାକାଣ୍ଡ । ଏହି ହିଂସାକାଣ୍ଡ ରେ ଦୁଇ ଭାଇ ସାରଙ୍ଗ ମହାପାତ୍ର ଓ ତାପସ ମହାପାତ୍ର ଙ୍କ ଉପରେ ହୋଇଥିଲା ସଙ୍ଗବଧ୍ୟ ଭାବେ ମରଣାନ୍ତକ ଆକ୍ରମଣ ଏବଂ ଆହତ ଅବସ୍ଥାରେ ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ମଧ୍ୟ କରାଯାଇଥିଲା । ଏହି ଘଟଣାକୁ ନେଇ ଗାଁରେ ଚାପ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକେ ୨ ଟି ବାଇକ୍ ପୋଡିବା ସହ ବରୁଣ୍ଡେଇ ସଠିପୁର ରାସ୍ତା ମଧ୍ୟ ଅବରୋଧ କରିଥିଲେ। ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ସମୟରେ ଉତ୍ୟକ୍ତ ଲୋକେ ପୋଲିସ କୁ ମଧ୍ୟ ବାଦ ଦେଇନଥିଲେ ଉତ୍ୟକ୍ତ ଲୋକ ପୋଲିସ ଗାଡିକୁ ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ ଯାହା ଫଳରେ କିଛି ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ । ତେବେ ଏନେଇ ପାଣିକୋଇଲି ଥାନାରେ ଇନ୍ଦୁମତୀ ମହାପାତ୍ର ନାମକ ମହିଳା ଅଭିଯୋଗ କରିଥିଲେ।ହେଲେ ଅଭିଯୋଗ ମୁତାବକ ୩ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିବାରେ ସଫଳ ହେଇଥିଲେ ମଧ୍ୟ ମୂଖ୍ୟ ଆସମୀ ମାନେ ଖସି ଯାଇଥିଲେ ଓ ଖୁଲମଖୁଲା ଗାଁରେ ବୁଲି ସାରଙ୍ଗ ମହାପାତ୍ର ପରିବାର କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ । ଶେଷରେ ବାଧ୍ୟ ହୋଇ ଇନ୍ଦୁମତି ମହିପାତ୍ର ଜାତୀୟ ମାନବଧିକାର ପ୍ରତିରକ୍ଷାକାରୀ ଭଜ ମୋହୋନ ବିଶ୍ଵାଳ ଙ୍କୁ ଏହା ସମ୍ପର୍କ ରେ ଜଣାଇଜଣାଇଥିଲେ। ଭଜମୋହନ ବିଶ୍ଵାଳ କହିଥିଲେ ଯେ ମୂଖ୍ୟ ଆସମୀ ମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆ ଯିବ ଓ ପାଣିକୋଇଲି ପୋଲିସ ହିଂସାକାଣ୍ଡ କରିଥିବା ଆସାମୀଙ୍କୁ ଘଣ୍ଟ ଘଡାଉଥିବା ସହ ରାଜନୀତି ଛତ୍ର ଚାୟାତଳେ ରହିକକରି ପାଣିକୋଇଲି ପୋଲିସ ହିଂସାକାଣ୍ଡ କରିଥିବା ଅଭିଯୁକ୍ତ ଙ୍କୁ ସୁରକ୍ଷା ଦେଉଛନ୍ତି। ସେଥିପାଇଁ ପାଣିକୋଇଲି ପୋଲିସ ବିରୋଧରେ ମଧ୍ୟ ଦୃଢ଼ ପଦକ୍ଷେପ ନେବାପାଇଁ ଜାତୀୟ ମାନବାଧିକାର ପ୍ରତିରକ୍ଷାକାରୀ ଭଜ ମୋହନ ବିଶ୍ଵାଳ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking