28.1 C
Bhubaneswar
Wednesday, April 24, 2024
Homeଓଡିଶାନିଆରା ସଚେତନତା : ଯମରାଜ ଓହ୍ଲାଇଲେ ମର୍ତ୍ୟକୁ

ନିଆରା ସଚେତନତା : ଯମରାଜ ଓହ୍ଲାଇଲେ ମର୍ତ୍ୟକୁ

ଯାଜପୁର(ଅଭିମନ୍ୟୁ ମିଶ୍ର) : ବିଶ୍ୱରୁ ମହାମାରୀ କରୋନାକୁ ପ୍ରତିହତକରି ସୁନ୍ଦର ସୃଷ୍ଟି ଗଢିବା ଉଦ୍ଦେଶ୍ୟରେ ଆଜି ସ୍ୱୟଂ ଜମ ରାଜା ନିଜେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।ରାଜାଙ୍କର ଏ ନିର୍ଦ୍ଦେଶକୁ ଯିଏ ନମାନିବ ତା’କୁ ଦଣ୍ଡ ଭୋଗିବାକୁ ପଡ଼ିବ । ସାଧାରଣ ଜନତାର ସୁରକ୍ଷା ପାଇଁ ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାର ପୋଲିସ, ଡାକ୍ତର, ନର୍ସ,ଆଶା କର୍ମୀ ମାନେ ସୁଚାରୁ ରୁପେ କାର୍ଯ୍ୟ ନିର୍ବାହ କରୁଛନ୍ତି।ପ୍ରତ୍ୟେକ ପଂଚାୟତର ସରପଞ୍ଚ ମାନେ ପଂଚାୟତର ସୁରକ୍ଷା ନିମନ୍ତେ ସଜାଗ ରହିବାସହ ଗ୍ରାମରଖୀ ମାନେ ଗାଁ ଗାଁରେ ଆଜକୁ ଦୀର୍ଘ ୫୨ ଦିନ ହେବ ପାଇଁତରା ମାରିବା ଆରମ୍ଭ କରିଦେଲେଣି ।ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ଦଶରଥପୁର ଓ ବିଂଝାରପୁର ବ୍ଳକର ବିଭିନ୍ନ ଗାଁ ଗାଁ ବୁଲି ଯମରାଜା ଲୋକମାନଙ୍କୁ ସଚେତନ କରାଉଥିବାର ଦେଖିବାକୁ ମିଳିଥିଲା।ଏବଂ ଯମରାଜାଙ୍କ ନିର୍ଦ୍ଦେଶ ନମାନିଲେ ତାଙ୍କ ବିରୁଦ୍ଧରେ କଢ଼ା କାର୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା।ରାଜ୍ୟର ଅଗ୍ରଣୀ ସମାଜ କଲ୍ୟାଣକାରୀ ସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ଡ଼ଲଫିନ ଡ଼୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ବାଉନତମ ଦିବସର ସେବାକାର୍ଯ ସହ ସଚେତନତା ସୃଷ୍ଟି ଓ ସତର୍କତା ଅବଲମ୍ବନ କରିବା ପାଇଁ ଗାଁ ଗାଁ ବୁଲି ଏକ ଭିନ୍ନ ନାଟକୀୟ ଢାଞ୍ଚାରେ ପ୍ରଚାର କରାଯାଉଥିବାର ଦେଖିବାକୁ ମିଳିଛି।ଏହା ସହ ଗାଁ ଓ ଛକବଜାର ମାନଙ୍କରେ ବୁଲି ବୁଲି କର୍ମକର୍ତ୍ତାମାନେ ଗରିବ,ଅସହାୟ, ଭିକ୍ଷୁକ, ପାଗଳା ପାଗିଳି, ବୁଲା ଜୀବଜନ୍ତୁ ଆଦିଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ ସହିତ ବିଭିନ୍ନ ଅଞ୍ଚଳରେ ପରିବା,ରାସନ ସାମଗ୍ରୀ,ସାବୁନ,ସାନିଟାଇଜର,ମାକ୍ସ ଆଦି ସାମାଜିକ ଦୂରତା ରକ୍ଷାକରି ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା । ଏଥିରେ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦେଶକ ମିହିର କୁମାର ମଲ୍ଲିକ,ମାନସ କୁମାର ସେଠ,ଜମରାଜ ଭରତ ଚନ୍ଦ୍ର ମଲ୍ଲିକ, ରାଜେନ୍ଦ୍ର କୁମାର ମଲ୍ଲିକ, ବିରେନ୍ଦ୍ର କୁମାର ମଲ୍ଲିକ, ଶ୍ରୀକାନ୍ତ ମଲ୍ଲିକ, ସାଗର କୁମାର ମଲ୍ଲିକ, ଅଶ୍ୱିନୀ କୁମାର ମଲ୍ଲିକ,ଆକାଶ କୁମାର ମଲ୍ଲିକ, ନରହରି ମଲ୍ଲିକ, ତପନ କୁମାର ମଲ୍ଲିକ, ଅକ୍ଷୟ କୁମାର ମଲ୍ଲିକଙ୍କ ସମେତ ବହୁ ସାମାଜିକ କର୍ମୀ ଯୋଗଦାନକରି ଏହି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର କରିବା ସହ ସରକାରୀ ନିୟମ କାନୁନ ବିଷୟରେ ଅବଗତ କରାଉଛନ୍ତି।ଲକଡାଉନ ଅବଧି ଶେଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ପ୍ରତିଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking