40.1 C
Bhubaneswar
Wednesday, April 24, 2024
Homeଓଡିଶାରାଜ୍ୟ ସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର

ରାଜ୍ୟ ସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର

ଯାଜପୁର : ଜିଲ୍ଲାର ଜୁନିଅର ରେଡ କ୍ରସ ସମିତି ସହାୟତାରେ ତ ୧୬/୦୩/୨୦୨୧ ରିଖ ଅପରାହ୍ନ ୩:୦୦ଘଟିକା ସମୟରେ ବି,ଡି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶ୍ରୀଯୁକ୍ତ ଆଲୋକ କୁମାର ବନ୍ଧ ,ପ୍ରଧାନ ଶିକ୍ଷକ ଯାଜପୁର ଜିଲ୍ଲା ସ୍କୁଲ ତଥା ଭରପ୍ରପ୍ତ ମଣ୍ଡଳ ଶିକ୍ଷାଧିକାରୀ , ଯାଜପୁର ଙ୍କ ଅଧ୍ୟକ୍ଷତାରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ , ଯାଜପୁର ଯୋଗ ଦେଇ ସେବା ଓ ବନ୍ଧୁତା ସମ୍ପର୍କ ରେ ବ୍ୟକ୍ତିଗତ ଅନୁଭୂତି ସହ ଜୁନିଅର ରେଡ କ୍ରସ ର ସମନ୍ଵୟ ସମ୍ପର୍କ ରେ ଆଲୋକପାତ କରି ଜିଲ୍ଲାରେ ଜୁନିଅର ରେଡ କ୍ରସ କୁ ଅଧିକ କ୍ରିୟା ଶିଳା କରିବା ପାଇଁ ପରାମର୍ଶ ଦେଇଥିଲେ।ଉକ୍ତ ଉତ୍ସବ ରେ ସମ୍ମାନିତ ଅତିଥି ରୂପେ ଯାଜପୁର ଜିଲ୍ଲା ପ୍ରାକ୍ତନ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ରାଧାକୃଷ୍ଣ ବୋଷ ବର୍ତ୍ତମାନ ର ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ଶମ୍ଭୁ ନାଥ ଦାଶ ତଥା ଜୁନିଅର ରେଡ କ୍ରସ ଅଧିକାରୀ ଶ୍ରୀଯୁକ୍ତ ଶଙ୍କର୍ଷଣ ବେହେରା , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମତୀ ନିରୁପମା ମହାନ୍ତି ଯୋଗ ଦାନ କରିଥିଲେ।
ଉକ୍ତ କାର୍ଯକ୍ରମ ରେ ରାଜ୍ୟ ସାଧନ କର୍ମୀ ଭାବେ ବାମନ ଚନ୍ଦ୍ର ମହାନ୍ତି ରେଡ କ୍ରସ ର ଇତିହାସ ,ଅଗ୍ରଗତି ,ଲକ୍ଷ୍ୟ ଓ ଉଦ୍ଦେଶ୍ୟ , ଗୁଲସନ ଦାସ ପ୍ରାକୃତିକ ବିପର୍ଜୟ,ପ୍ରଶମନ ତଥା ପ୍ରାଥମିକ ସହାୟତା , ଡ଼ ପାର୍ଥ ସାରଥୀ ମିଶ୍ର ସାଧାରଣ ସ୍ବାସ୍ଥ୍ୟ ସଚେତନତା ଓ ରକ୍ତ ଦାନ ,ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡି ସହକାରୀ ଅଗ୍ନି ସମ ଅଧିକାରୀ ଅଗ୍ନି ନିର୍ବପନ୍ ତଥା ଉଦ୍ଧାର କାର୍ଯକ୍ରମ ,ଡ଼ ରୁଦ୍ର ନାରାୟଣ ପୃଷ୍ଟି ସଭ୍ୟ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶିଶୁ ସୁରକ୍ଷା ,ଶିଶୁ ଶୋଷଣ,ଶିଶୁ ଶ୍ରମିକ ,ବଳିଲ୍ୟ ବିବାହ ତଥା ଶ୍ରୀଯୁକ୍ତ ସଚିନ୍ଦ୍ର ନାଥ ପଣ୍ଡା ଆଞ୍ଚଳିକ ପରିବହନ ଅଧିକାରୀ , ଯାଜପୁର ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ସଭା ଶେଷରେ ରେଡ କ୍ରସ ପତାକା ମୁଖ୍ୟ ଅତିଥିଙ୍କ ଦ୍ଵାରା ଅବତରଣ କରାଯାଇ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଶିବିର ଉଦଯାପିତ ହୋଇଥିଲା।
ଉକ୍ତ ଶିବିର ପରିଚାଳନା ରେ ରାଜେଶ୍ କୁମାର ସେଠୀ,ଅମିୟ କୁମାର ନାୟକ,ବିନୋଦ କୁମାର ଦଳାଇ,ସୁବାସ ବାରିକ, ସ୍ମିତା ରାଣୀ ପରିଡ଼ା,ଜ୍ୟୋତ୍ସ୍ନା ରାଣୀ ବେହେରା,ବିକାଶ ସାହୁ,ଅଜୟ କୁମାର ଦାସ ସହଯୋଗ କରିଥିଲେ।ମଞ୍ଚପରିଚଳନା ନିରଞ୍ଜନ ଶତପଥୀ ସହାୟତା କରିଥିବା ବେଳେ ଶ୍ରୀଯୁକ୍ତ ରାଜ୍ୟ ସାଧନା କର୍ମୀ ତ୍ରିଲୋଚନ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ ଅଭିମନ୍ୟୁ ମିଶ୍ର ଓଏନ ଯାଜପୁର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking