34.1 C
Bhubaneswar
Thursday, April 25, 2024
Homeଓଡିଶାମାନବାଧିକାର କର୍ମୀ ଙ୍କ କର୍ତଵ୍ୟ ଦାୟିତ୍ୱ ଜ୍ଞାନ ବିଷୟରେ ଆଲୋଚନା ଚକ୍ର

ମାନବାଧିକାର କର୍ମୀ ଙ୍କ କର୍ତଵ୍ୟ ଦାୟିତ୍ୱ ଜ୍ଞାନ ବିଷୟରେ ଆଲୋଚନା ଚକ୍ର

ଯାଜପୁର :ଯାଜପୁର ଜିଲ୍ଲା ଶଙ୍ଖଚିଲା ର ଠାକୁରପାଟଣା ଛକ ସ୍ଥିତ ମାନବାଧିକାର କାର୍ଯାଳୟ ଠାରେ ମାନବାଧିକାର କର୍ମୀ ଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱଜ୍ଞାନ ବିଷୟରେ ମାନବାଧିକାର କୋର ସଦସ୍ୟ ମନୋଜ କୁମାର ଜେନା ଙ୍କ ଅଧକ୍ଷତା ରେ ଏକ ସଭା ଆୟୋଜିତ ହୋଇଯାଇଛି l ଏହି ସଭାରେ ସେ ମାନବାଧିକାର କର୍ମୀ ଚୟନ ତଥା ବ୍ଲକ ଓ ଜିଲ୍ଲା ସଂଯୋଜକ ଚୟନ ବିଷୟରେ ଆଲୋଚନା ହୋଇଥିଲା l ମହିଳା ସଶକ୍ତିକରଣ ଦିଗରେ ବ୍ୟାଙ୍କସାକ୍ଷୀ ମାନଙ୍କ ର କାର୍ଯ୍ୟ ବିଷୟରେ ମଧରେ ଶ୍ରୀ ଜେନା ଆଲୋଚନା କରିଲେ l ଏହା ଫଳରେ ମହିଳା ସଶକ୍ତି ହୋଇପାରିବ ବୋଲି ବରିଷ୍ଠ ସଦସ୍ୟ ଶ୍ରୀ ଶୁକଦେବ ସାହୁ ଆଶାବ୍ୟକ୍ତ କରିଥିଲେ l ଏହି ଅବସରରେ ସମାଜସେବୀ ଶୁକଦେବ ସାହୁ ଓ ସନ୍ତୋଷ କୁମାର ବେହେରା, ମାନବାଧିକାର କର୍ମୀ ନିରୁପମା ମାଲିକ, ଶାନ୍ତିଲତା ଶତପଥୀ, ସସ୍ମିତା ସାହୁ, ବିଶ୍ୱମ୍ବର ମାଲିକ, ଅୟସକାନ୍ତ ଶତପଥୀ, ଅଞ୍ଜନା ତ୍ରିପାଠୀ, ପ୍ରସନ୍ନ ପେରେଇ, କାଳନ୍ଦୀ ଚରଣ ମାଲିକ, ପିତାମ୍ବର ପେରେଇ, ଚନ୍ଦନ ପେରେଇ ଆଦି ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ l ପରିଶେଷରେ ସମାଜସେବୀ ବିଶ୍ୱମ୍ବର ମାଲିକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking