28.1 C
Bhubaneswar
Friday, March 29, 2024
Homeଓଡିଶାବସନ୍ତ ଋତୁ କୁ କରୋନା କଲା ଘାଇଲା

ବସନ୍ତ ଋତୁ କୁ କରୋନା କଲା ଘାଇଲା

ଯାଜପୁର : ଋତୁ ର ରାଜା ବସନ୍ତ ଆସିଲେ ସଭିଙ୍କ ମନ ରେ ଉଲ୍ଲାସ ଖେଳାଇ ଦିଏ !ଦକ୍ଷିଣ ଦିଗ ରୁ ମଳୟ ପବନ ଆମ୍ବ ଗଛ ରୁ କୋଇଲି ର କୁ କୁ ଗାନ ହଳଦୀ ବସନ୍ତ ର ମନଛୁଆଁ ରାବ ସମସ୍ତ ଙ୍କ ମନରେ ହସ ଉଲ୍ଲାସ ଖେଳାଇ ବା ସହ ରାଧା କୃଷ୍ଣ ଙ୍କ ଫଗୁ ଉତ୍ସବ ଗାଁ ରୁ ସହର ଯାଏ ରଙ୍ଗ ଅଭିର ଖେଳ ନିଜ କୁ ଅନ୍ୟ ମାନଙ୍କୁ ମନ ମୋହାଇ ଦିଏ କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଲୋକମାନଙ୍କ ସମସ୍ତ ସୁଖ ଛଡାଇ ନେଇଛି !ଏହି ରୋଗ ର କବଳ ରୁ ରକ୍ଷା ପାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ୨୧ଦିନ ଲକ ଡାଉନ ଘୋଷଣା କରିଛନ୍ତି !ଏହି ଆଇନ କଡ଼ା କଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ସହର ରୁ ଗାଁ ଯାଏ ପୋଲିସ ର ସାଇରନ ସହ ପାଇତରା ଦେଉଛି !ନିୟମ ଭାଙ୍ଗୁ ଥିବା ରୋଡ ରୋମିଓ ଓ ବିଶୃଙ୍ଖଳା କାରି ଯୁବକ ମାନଙ୍କୁ ପୋଲିସ ଓ ଜିଲ୍ଲା ପ୍ରଶାସନ ସାବାଡ଼ କରୁଛି !ଏପରିକି ଜିଲ୍ଲା ପାଳ ଓ ଏସ ପି ଠେଙ୍ଗା ଧରି ରାଜ ରାସ୍ତା କୁ ଓଲ୍ହାଇଛନ୍ତି !ଏହି ଜିଲ୍ଲା ର ଵରହ୍ମବରଦା ରେ ଜଣେ ଲୋକ ର ରକ୍ତ ନମୁନା ରେ କରୋନା ପଜେଟିଭ ମିଳିବାରୁ ବ୍ରାହ୍ମବରଦା ରେ ଜିଲ୍ଲା ପ୍ରଶାସନ ଓ ପୋଲିସ ମୁଣ୍ଡ ବ୍ୟଥା ହେଉଛି !ଜନସାଧାରଣ ଙ୍କ ମଧ୍ୟ୍ୟ ରେ ଆତଙ୍କ ଖେଳାଇ ଦେଇଛି ଏହି କାରଣ ରୁ ଜିଲ୍ଲା ପାଳ କରୋନା ରୋଗ ରୁ ପ୍ରତିହତ ପାଇଁ ୪୮ଘଣ୍ଟା ସର୍ଟ ଡାଉନ କରିଦେଇଛନ୍ତି ! ଯେଉଁ ଠାରେ ମାଳ ମାଳ ପୋଲିସ ପାଇତରା ଦେଖିବାକୁମିଳୁଛି !ସମସ୍ତେ ଘରେ ରହି ଗୀତ, ଭାଗବତ, କୋରାନ ଓ ନାମ କୀର୍ତନ କରୁଛନ୍ତି !ଏହି ରୋଗ ଅଚ୍ୟୁତା ଙ୍କ ଭବିଷ୍ୟତ ମାଳିକା ଲେଖା ହୋଇଛି, ତାହା ସତ ହେବା କୁ ଯାଉଛି !ଅନେକ ସାଧୁ, ସନ୍ଥ, ଗୁରୁ, ବାବା ସତ ମାର୍ଗ ରେ ଯିବା ପାଇଁ ଉପଦେଶ ଦେଉଛନ୍ତି !ପ୍ରଧାନ ମନ୍ତ୍ରୀ ଙ୍କ ଉପଦେଶ ରେ ଆଜି ରାତି ୯ବେଳେ ଦିପା, ମହମ ବତୀ, ଟର୍ଚ୍ଚ, ମୋବାଇଲ ଜାଳିବା ପାଇଁ ଆହ୍ୱାନ ଦେଇଛନ୍ତି ଓ ବିଜୁଳି ଦଶ ମିନିଟ ପାଇଁ ବନ୍ଦ ରହିବ !ଦୋକାନ ବଜାର ବନ୍ଦ ଥିବା ରୁ ମହମ ବତୀ, ଦୀପ ମାର୍କେଟ ରେ ଅଭାବ ଦେଖାଦେଇଛି !ତେଣୁ ପୁରୁଣା ଘିଅ ଦୀପ କୁ ଲୋକ ମାନେ ଆପଣେଇ ବେ !ସେ ପୁରା ଭାରତ ବାସି ଙ୍କୁ ଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି ! -ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking