40.1 C
Bhubaneswar
Thursday, April 25, 2024
Homeଅପରାଧଅଷ୍ଟପ୍ରହରୀ କୁ କେନ୍ଦ୍ର କରି ସଂଘର୍ଷ : ଯୁବକର ମୃତ୍ୟୁ

ଅଷ୍ଟପ୍ରହରୀ କୁ କେନ୍ଦ୍ର କରି ସଂଘର୍ଷ : ଯୁବକର ମୃତ୍ୟୁ

ଯାଜପୁର (ଓଏନଏ) ହରିନାମରେ ହିଂସା ନାହଁ l.କଳିଯୁଗ ରେ ହରିନାମ ସାର ହରିଙ୍କ ନାମ ନେଲେ ମଣିଷ ସମାଜ ସୁପଥ ଗାମୀ ହୋଇ ଥାଏ ଭାଇ ଚାରା ସୃଷ୍ଟି ହୋଇଥାଏ l କିନ୍ତୁ ପ୍ରେମ ଭକ୍ତି ଅଷ୍ଟପ୍ରହରୀ କରାଯାଉ ନାହଁ, ଜବରସ୍ତ ଚାନ୍ଦା ଆଦାୟ କରାଯାଉଛି Lଅଷ୍ଟପ୍ରହରୀ ନାମ ଯଂଜ୍ଞ ରେ ଭକ୍ତି ଭାବ ବଦଳ ରେ ତାମସିକ ଓ ଆଧୁନିକ ଷ୍ଟାଇଲି ରେ ନାମ ଧରା ଯାଉଛି ହରିନାମ କୁ କଳିସୁତ କରାଯାଉଛି, ରାଜନୀତି କରଣ କରାଯାଉଛି l ନେତା ମାନଂକୁ ଡାକି ସମ୍ବର୍ଧନା ଦିଆ ଯାଉଛି l ହରିନାମ କୁ କଳୁଷିତ କରି ନେତାଙ୍କୁ ପ୍ରଧାନ ଦିଆ ଯାଉଛି l ହରି ନାମକୁ ରାଜନୀତି କରଣ ଓ ଜବରଦସ୍ତ ଚାନ୍ଦା ଆଦାୟ କୁ ନେଇ ସଂଘର୍ଷ ରେ ମୃତ୍ୟୁ ହେବା ଯାଜପୁର ଜିଲ୍ଲର କୁଆଖିଆ ଅଞ୍ଚଳରେ ଦେଖିବାକୁ ମିଳିଛି l
ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତର ସରିଫାବାଦ ଗ୍ରାମରେ ଅଭାବନୀୟ କାଣ୍ଡ। ଗତ ୧୩ ତାରିଖ ରାତିରେ ଅଷ୍ଟପ୍ରହରୀକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ନୀଳମଣି ଦଳେଇ ଓରଫ୍ ଟୁଟୁଆ ନାମରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ। ଯୁବକଙ୍କ ବୟସ ପ୍ରାୟ ୨୫ ବର୍ଷ ହେବ। ସେ ମହେଶ୍ବର ଦଳେଇଙ୍କ ପୁଅ ବୋଲି ଜଣାଯାଇଛି। ପରିବାର ପକ୍ଷରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ମେଡିକାଲରୁ ଫେରିଲା ପରେ ଘରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏ ନେଇ ମୃତକଙ୍କ ପରିବାର ପକ୍ଷରୁ କୁଆଖିଆ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ଘଟଣାର ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking