34.1 C
Bhubaneswar
Friday, March 29, 2024
Homeଓଡିଶାଜିଲ୍ଲା ସଂସ୍କୃତି ପରିଷଦ ର ବୈଠକ

ଜିଲ୍ଲା ସଂସ୍କୃତି ପରିଷଦ ର ବୈଠକ

 ଯାଜପୁର (ଓଏନଏ):ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲାପାଳ ଙ୍କ ସମ୍ବିଳନୀ ଗୃହ ରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସର୍ବପ୍ରଥମେ ଜିଲ୍ଲା ସଂସ୍କୃତି ପରିଷଦ ର ସମସ୍ତ ସଭ୍ୟ,ସଭ୍ୟା ଓ ଉପଦେଷ୍ଟା ମାନଙ୍କୁ ଜିଲ୍ଲାପାଳ ଶ୍ରୀ ରାଠୋର ସ୍ୱାଗତ କରିଛନ୍ତି।ଏହାପରେ ଗାନ୍ଧୀ କମିଟି ର ସଦସ୍ୟ ଗୁଣନିଧି ଗୁରୁ ଙ୍କ ବିୟୋଗ ପାଇଁ ଏକ ମିନିଟ ନିରବ ପାର୍ଥନା କରାଯାଇଅଛି।ଗାନ୍ଧୀ ଙ୍କ ଓଡିଶା ଆଗମନର ଶତବାର୍ଷିକୀ ପାଳନ ର ବିଭିଧ କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା କରାଯାଇଅଛି।ଏହି ଅବସରରେ ମାର୍ଚ୍ଚ୨୩ତାରିଖରେ ପ୍ରଥମ ଆଗମନ ସମ୍ପର୍କରେ ଏକ ନାଟକ ପ୍ରସ୍ତୁତ କରିବା ପାଇଁ ଚଳଚ୍ଚିତ୍ର ନିର୍ଦେଶକ ନରୋତ୍ତମ ପରିଡ଼ା ଙ୍କ ନିର୍ଦେଶନା ରେ କରାଯିବା ପାଇଁ ନିଷ୍ପତ୍ତି କରା ଗଲା।ଏଥିସହିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ୧୨୫ତମ ଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା କରାଯାଇଅଛି।ସଂସ୍କୃତି ଭବନ ଙ୍କୁ ସୁସଜିତ ଓ ଡେକୋରେଟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।ଜିଲ୍ଲା ପ୍ରଶାସନ ପାଖରେ ପଡି ରହିଥିବା କଳାକାର ଭତା ଓ ପଜିକୃତ ହେବାକୁ ଥିବା ଭାଗବତ ଟୁଙ୍ଗି ଓ କଳାକାର ସଂଘ କୁ କରିବା ପାଇଁ ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ ସାମ୍ବାଦିକ ହରିହର ସ୍ଵାଇଁ ପ୍ରସ୍ତାବ ଦେଇଛନ୍ତି।ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକ ରାସ୍ତା କଡ ରେ ଲାଗିଥିବା ଦିଗ ନିର୍ଣ୍ଣୟ ପାଇଁ ସାଇନ ବୋଡ଼ ଲଗାଇବାକୁ ସଭ୍ୟ ସନ୍ତୋଷ ନନ୍ଦ ପ୍ରସ୍ତାବ ଦେଇଥିଲେ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲ୍ଲିକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ଅଧ୍ୟାପକ ବଟକୃଷ୍ଣ ମହାପାତ୍ର, ସାମ୍ବାଦିକ ପ୍ରିୟ ରଂଜନ କର, ଅଧ୍ୟାପକ ସୁବ୍ରତ କୁମାର ଦାସ, ଡକ୍ଟର ଜ୍ଞାନରଞ୍ଜନ ପତି, ସଙ୍ଗୀତ ନିର୍ଦ୍ଦେଶକ ରମାକାନ୍ତ ସାହୁ, ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ତଥା ବିଜେଡ଼ି ସାଂସ୍କୃତିକ ସମନ୍ୱୟ ଯାଜପୁର ଜିଲ୍ଲା ସଂଯୋଜକ ହରିହର ସ୍ଵାଇଁ ,ହାସ୍ୟ ଅଭିନେତା ତଥା ବ୍ୟଙ୍ଗ କବି ବାଇଧର ମାଝୀ,ସୂର୍ଯ୍ୟମଣି ଖୁଣ୍ଟିଆ, କବି ସଂଯୁକ୍ତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ L

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking