30.1 C
Bhubaneswar
Sunday, July 20, 2025
Homeଓଡିଶାନବ ଉତୁକଲ ମହିଳା ସମିତି ପକ୍ଷରୁ ନିହାର ଡଙ୍ଗ ରେ ବିଶ୍ୱ ମହିଳା ଦିବସ ଆଜି

ନବ ଉତୁକଲ ମହିଳା ସମିତି ପକ୍ଷରୁ ନିହାର ଡଙ୍ଗ ରେ ବିଶ୍ୱ ମହିଳା ଦିବସ ଆଜି

ଯାଜପୁର (ଓଏନଏ) :ଯାଜପୁର ଜିଲ୍ଲାର ଯାଜପୁର ରୋଡରେ ଥିବା ନବ ଉତୁକଲ ମହିଳା ସମିତ ପକ୍ଷରୁ ନିହାର ଡଙ୍ଗ ରେ ବିଶ୍ୱ ମହିଳା ଦିବସ ପାଳନ ହୋଇଛି l
ବିଶ୍ୱ ମହିଳାଦିବସ ଉପଲକ୍ଷେ ନବ ଉତ୍କଳ ମହିଳା ସମିତି ପକ୍ଷରୁ ବ୍ୟାସନଗର ସ୍ଥିତ ବ୍ରହ୍ମ ଜ୍ୟୋତି ପାଦୁକା ଆଶ୍ରମ ରେ କେନ୍ଦୁଝରର ତ୍ରିଲୋଚନ ପାତ୍ର ଙ୍କ ସହିତ ଡ଼ଲି ବେହେରା ଏବଂ ମୁଣ୍ଡମାଳର ସଙ୍ଗୀତା ପାତ୍ରଙ୍କ ସହିତ ବିକ୍ରମ ଦାସଙ୍କର ବୈଦିକ ମତରେ ଶୁଭ ବିବାହ ଅନୁଷ୍ଠିତ ହୋଇ ଯାଇଛି। ପ୍ରତିବର୍ଷଭଳି ଚଳିତବର୍ଷ ମଧ୍ୟ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବାହାଘରର ଆୟୋଜନ କରା ଯାଇଥିଲା। ସମାଜରେ ଅନଗ୍ରସର ପରିବାରର ପୁଅ ଝିଅ ମାନେ ଅର୍ଥ ଅଭାବରୁ ବୈଦିକ ମତରେ ବିବାହ ଭଳି ପବିତ୍ର ସମ୍ପର୍କରେ ବାନ୍ଧିହେବାକୁ ଚାହିଁଲେ ମଧ୍ୟ ଅର୍ଥ ବାଧକ ସାଜିଥିବା ବେଳେ ନବ ଉତ୍କଳ ମହିଳା ସମିତିର ଏଇ ନିଆରା ପଦକ୍ଷେପ ସ୍ୱାଗତ ଯୋଗ୍ୟ। ବାହାଘରର ସମସ୍ତ ରୀତି ନିୟମକୁ ମାନି ସମସ୍ତ ଖର୍ଚ ବହନ କରିଥାଏ ସମିତି। ଆଜିର ଏହି କାର୍ଯ୍ୟକ୍ରମ ରେ ସମିତିର ଉପଦେଷ୍ଟା ଶାନ୍ତିଲତା ମାଝୀ, ସଭାନେତ୍ରୀ ଅମୁଲି ପହି, ସାଧାରଣ ସମ୍ପାଦିକା ଜୟନ୍ତୀ ଜେନାଙ୍କ ସମେତ ଯେମାମଣୀ କଂର, କବିତା ପାତ୍ର, ସୁଜାତା ବାରିକ, ମମତା ବର୍ଦ୍ଧନ, ଦୀପ୍ତି ପଣ୍ଡା, ମଲ୍ଲିକା ମାରାଣ୍ଡି , ସୁନିତା ଦାସ, ରିନାସ୍ବାଇଁ, ରୁନୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking