28.1 C
Bhubaneswar
Friday, March 29, 2024
Homeଓଡିଶାରାଜସ୍ବ ବିଭାଗ ର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ରାଜସ୍ବ ବିଭାଗ ର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

 ଯାଜପୁର : ସରକାର ରାଜସ୍ୱ ସଂଗ୍ରହ କୁ ଗୁରୁତ୍ୱ ଦେବା ସହ ସରକାରୀ ସମ୍ପଦ ର ସୁରକ୍ଷା ପାଇଁ ବିବିଧ ନିୟମ କରିଛନ୍ତି !ତେଣୁ ପ୍ରତେକ ରାଜସ୍ବ ଅଧିକାରୀ ଓ କର୍ମଚାରୀ ମାନେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବା କୁ ଜିଲ୍ଲା ପାଳ ଚକ୍ରବର୍ତୀ ସିଂହ ରାଠୋର ପରାମର୍ଶ ଦେଇଛନ୍ତି !ଗୁରୁବାର ପୂର୍ବାହ୍ନ ରେ ଜିଲ୍ଲା ର ସମସ୍ତ ତହସିଲଦାର ମାନଂକୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା !ଏଥି ରେ ଅଧ୍ୟକ୍ଷତା କରି ଜିଲ୍ଲା ପାଳ ଶ୍ରୀ ରାଠୋର ସରକାର ଧର୍ଯ୍ୟ କରୁଥିବା ଲକ୍ଷ କୁ ପୂରଣ ପାଇଁ ପରାମର୍ଶ ଦେଇ ଥିଲେ !ଚଳିତ ବର୍ଷ ଅବଶିଷ୍ଟ ସମୟ ର ରାଜସ୍ବ ଆଦାୟ କୁ ତ୍ୱରାନ୍ୱିତ ସହ ବିଭିନ୍ନ ସାଇରାତ ଉତ୍ସ ଗୁଡିକ ର ନିଲାମ ପ୍ରକ୍ରିୟା ଶେଷ କରିବାକୁ ସେ ନିର୍ଦେଶ ଦେଇଥିଲେ !ବିବିଧ ସଇରାତ ଉତ୍ସ ସହ ଲଘୁ ଖଣିଜ ଦ୍ରବ୍ୟ ଗୁଡିକ ଯେପରି ଚୋରି ନ ହୁଏ ସେଥି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ଥିଲେ !ଅତିରିକ୍ତ ଜିଲ୍ଲା ପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲା ପାଳ ମିହିର ପ୍ରସାଦ ମହାନ୍ତି ଓ ଉପ ଜିଲ୍ଲା ପାଳ ଜ୍ୟୋତିଶଙ୍କର ମହାପାତ୍ର ପ୍ରତେକ ତହସିଲ ଅଂଚଳ ରେ ରାଜସ୍ୱ ଅଧିକାରୀ ଓ କର୍ମଚାରୀ ମାନେ ରାଜସ୍ବ ଉତ୍ସ ଗୁଡିକର ବିଭାଗୀ କରଣ ମାଧ୍ୟମ ରେ ତାଲିକା ପ୍ରସ୍ତୁତ କରିବା ତାହାର ସୁରକ୍ଷା ପାଇଁ ପଦକ୍ଷେପ ନେବା, ସରକାରୀ ନିୟମ ଅନୁଯାଇ ନିଲାମ କରିବା ଓ ପରସ୍ପର ମଧ୍ୟ ରେ ସମନ୍ୱୟ ରଖି କାର୍ଯ୍ୟ କରିବା କୁ ପରାମର୍ଶ ଦେଇଥିଲେ !ଏହି ଅବସର ଅବସର ପ୍ରାପ୍ତ ରାଜସ୍ୱ ବିଭାଗ ଡେପୁଟି କଳଲେକଟର ବୀରକିଶୋର ସାହୁ ଙ୍କୁ ରାଜସ୍ବ କାର୍ଯ୍ୟ ରେ ସହଯୋଗ ପାଇଁ ସମ୍ବର୍ଦ୍ଧନା କରାଯାଇ ଥିଲା !ଏହି ବୈଠକ ରେ ଡେପୁଟି କଳଲେକଟର ପ୍ରଜ୍ଞା ହୋତା, ସହକାରୀ ଜିଲ୍ଲାପାଳ ତିଳତମା ପୃଷ୍ଟି, ଭୂତ୍ବବିତ ସନ୍ତୋଷୀ ପ୍ରଭା ସେଠୀ ଓ ସମସ୍ତ ତହସିଲଦାର ଯୋଗ ଦେଇଥିଲେ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking