27.8 C
Bhubaneswar
Friday, April 19, 2024
Homeଓଡିଶାକେବଳ ଘୋଷଣାରେ ସୀମିତ ନ ରହି ବ୍ୟାସନଗର ତଥା କୋରେଇ ଅଞ୍ଚଳର ପ୍ରକୃତ ବିକାଶକୁ ଧ୍ୟାନ...

କେବଳ ଘୋଷଣାରେ ସୀମିତ ନ ରହି ବ୍ୟାସନଗର ତଥା କୋରେଇ ଅଞ୍ଚଳର ପ୍ରକୃତ ବିକାଶକୁ ଧ୍ୟାନ ଦିଆଯାଉ*

 
କୋରେଇ ତଥା ବ୍ୟାସନଗର ଅଞ୍ଚଳର ପ୍ରକୃତ ବିକାଶକୁ ଧ୍ୟାନ ଦେବାକୁ ବିଜେପି ନେତା ବିଶ୍ୱଜିତ୍ ନାୟକ ଆଜି ପ୍ରେସ ମିଟ୍ କରି ପରୋକ୍ଷରେ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ।
ବ୍ୟାସନଗର କ୍ଷେତ୍ରୀୟ ଚିକିତ୍ସାଳୟ ଉପରେ ପାଖାପାଖି ୫ଲକ୍ଷ ଲୋକ ନିର୍ଭର କରୁଥିବା ବେଳେ ମାତ୍ର ହାତଗଣତି କେଇଜଣ ଡାକ୍ତରଙ୍କୁ   ରୋଗୀସେବା ଚାଲିଛି । ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ  ବିପର୍ଯ୍ୟସ୍ତ। ଆବଶ୍ୟକ ଭିତ୍ତିଭୂମିର ଅଭାବ ।
ଘୋଷଣାରେ ଲଟିକିଛି ଟ୍ରମା କେୟାର୍ ସେଣ୍ଟର୍ । ଏହା ଏବେ କୋମାରେ । ଏଥିପାଇଁ ଜିଲ୍ଲାପାଳ କିମ୍ବା ବିଧାୟକ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେଇ କେବଳ କୋରେଇବାଶୀଙ୍କୁ ଭୂଆଁ ବୁଲାଉଛନ୍ତି ।
ଜାତୀୟ ରାଜପଥ ପାର୍ଶ୍ୱ ପାଣିକୋଇଲିରୁ, ଯାଜପୁରକୁପ୍ରସ୍ତାବିତ ମେଡିକାଲ କଲେଜ ସ୍ଥାନାନ୍ତର କରାଗଲା କାହିଁକି ? ଏହା ଜିଲ୍ଲାର କେନ୍ଦ୍ରସ୍ଥଳ ହେଉଥିବା ବେଳେ, ଆବଶ୍ୟକୀୟ ସରକାରୀ ଜମି ଥିବାବେଳେ ଏଠାରେ କରା ନ ଯାଇ ଯାଜପୁରରେ ଜାଗା ପୋତାଯାଇ ନିର୍ମାଣ କାହା ସ୍ୱାର୍ଥରେ କରା ଯାଉଛି ? ଜଣେ ବିଧାୟକଙ୍କୁ ଖୁସି କରେଇବାକୁ ଯାଇ ସମଗ୍ର କୋରେଇବସିଙ୍କ ସ୍ୱାର୍ଥକୁ ବଳି ଦେଇ ଦିଆଗଲା । ଏହା କଣ ଶାସକ ଦଳର କୋରେଇ ପ୍ରତି ଆନ୍ତରିକତା ?
ଅତୀତରେ ଚକ୍ରାନ୍ତ କରି ଜିଲ୍ଲା ହେଡକ୍ୱାଟର କୋରେଇ ନିର୍ବାଚନ ମଣ୍ଡଳୀରୁ ଯାଜପୁରକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି । ଏବେ କୋରେଇ ପାଇଁ କୁମ୍ବୀର କାନ୍ଦଣା ସମସ୍ତଙ୍କୁ ଜଣା ।
ବିଧାୟକ କାର୍ଯ୍ୟକାଳର ପ୍ରାୟ 17 ମାସ ପରେ ବି କୋରେଇର ବିକାଶ ଶୂନ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ।
ବିଜେଡି ବିକାଶ କରିବା ପରିବର୍ତ୍ତେ ନେତା ଗଢ଼ିବାର କୋରେଇକୁ କରିଛି ପ୍ରୟୋଗଶାଳା       ।
ଯେଉଁ ବିଧାୟକଙ୍କୁ ଆଶା ଭରସା ରଖି କୋରେଇ ବସୀ           ପୂର୍ଣ୍ଣ ବହୁମତ ଦେଇଥିଲେ ସେ ଏବେ ନିଜ ଦାୟିତ୍ୱରୁ ଓହରି ଅନ୍ୟ ଜଣେ ବିଧାୟକଙ୍କୁ ଭରସା କରିଛନ୍ତି।  ତେବେ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠେ କୋରେଇ ର ପ୍ରକୃତ ବିଧାୟକ କିଏ ?
କରୋନା ଅର୍ଥ ହରିଲୁଟ୍
କରୋନା ସଂକ୍ରମିତଙ୍କ ପାଇଁ ଅସ୍ଥାୟୀ ସ୍ୱସ୍ଥ୍ୟ କେନ୍ଦ୍ର ବା TMCରେ ଶହେ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି। ଜିଲ୍ଲାରେ ସମୁଦାୟ 1364ଟି TMC ନିର୍ମାଣ ହୋଇଥିଲା। ସେଠାରେ 42544ଟି ବେଡର ବ୍ୟବସ୍ଥା ହୋଇଥିଲେ ମଧ୍ୟ ପ୍ରାୟ 19 ହଜାର ବେଡ ବ୍ୟବହାର କରି କୋଟି କୋଟି ଟଙ୍କା ଲୁଟି ନେଲେ। କରୋନା ମହାମାରୀ ଲାଗି ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡ଼ିକ ଠାରୁ ମିଳିଥିବା କୋଟି କୋଟି ଟଙ୍କା କେଉଁ ବାଟରେ ଖର୍ଚ୍ଚ ହୋଇଛି ସେ ସବୁର ଜିଲ୍ଲାପାଳ ସଂପୂର୍ଣ୍ଣ ବିବରଣୀ ସାର୍ବଜନୀନ କରନ୍ତୁ।
*ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମାସ୍ୟା ର ସମାଧାନ କୁ ନେଇ ବ୍ୟାସନଗର ବିଜେପି ତରଫ ରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବି ପତ୍ର*
: ଆଜି କୋରାଇ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ ଙ୍କ ନେତୃତ୍ୟ ରେ ବ୍ୟାସନଗର ବିଜେପି କାର୍ଯ୍ୟକର୍ତା ମାନକୁ ନେଇ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ପରିଦର୍ଶନ କରି ବିଭିନ୍ନ ସମାସ୍ୟା କୁ ନେଇ ସ୍ୱାସ୍ତ୍ୟ ଅଧିକାରୀ ଙ୍କ ସାଙ୍ଗରେ ଆଲୋଚନା କରି। ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବ୍ୟାସନଗର ସହର କଳିଙ୍ଗ ନଗର ର ମୁଖଶାଳା ଓ ଏସିଆ ମହାଦେଶ ର ଶିଳ୍ପ ରାଜଧାନୀ ହୋଇଥିବା ସତେ ଏଠାରେ 1୧୦ ଲକ୍ଷ ରୋଗୀଙ୍କର ସେବା ଯୋଗାଉଥିବା ଏବଂ କଲକାରଖାନା ରେ କାର୍ଯ୍ୟ ରତ ଅଧିକାରୀ ମାନେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସେବା ପାଉଥିବା ସତ୍ୟ କାରଖାନା ର ଅନୁଦାନ ଏଠାରେ ଲୁକାଇତ ଅବସ୍ଥାରେ ପରିଗଣିତ ହେଉଛି।ବିଗତ ଦିନରେ ବିଜେପି ଓ ବିଭିନ୍ନ ସଂଗଠନ ତରଫରୁ ଦାବିପତ୍ର ଦିଆ ଯାଇଥିଲେ ମଧ୍ୟ ତାହା କାର୍ଯକାରୀ ହୋଇନାହିଁ। ଏଠାରେ ପ୍ରଶାସନ ତଥା ରାଜ୍ୟ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି।ଏଠାରେ ୧୩ ଜଣ ଚିକିତ୍ସକ ଆବଶ୍ୟକ ଥିବା ସ୍ଥଳେ ୩ ରୁ ୪ ଜଣ ଛିକିସ୍ଛକ କାର୍ଯ୍ୟ କରନ୍ତି। ରକ୍ତଭଣ୍ଡାର କିଛିସମୟ ପାଇଁ କାର୍ଯ୍ୟ କରୁଛି। ପରିକ୍ଷଗାରର ସମସ୍ତ ସରଞ୍ଜାମ ଥିବା ସତ୍ୟ ଗରିବ ଲୋକ ମାନେ ବେସରକାରୀ ପରିକ୍ଷଗାର ରୁ ପରୀକ୍ଷା କରିବାକୁ ବାଧ୍ୟ ହୋଇଥାନ୍ତି। ଏହି ସବୁ ସମାସ୍ୟା କୁ ନେଇ ବିଜେପି ନେତା ଶ୍ରୀ ନାୟକ ମେଡିକାଲ ଅଧିକାରୀ ସନ୍ତୋଷ କୁମାର ପୃଷ୍ଟି ସହିତ ଆଲୋଚନା କରିଥିଲେ। ପରେ ଏହି ସମାସ୍ୟା ର ଆସୁ ସମାଧନ ପାଇଁ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଙ୍କ ଜରିଆରେ ପଦାନ କରିଥିଲେ। ୭ ଗୋଟି ଦାବିପତ୍ର ଥିଲା। ୧. ଯାଜପୁର ଖେତ୍ରିୟ ହସ୍ପିଟାଲ କୁ ସବ୍ସିବିଜନଲ ମେଡିକାଲ ରେ ପରିଣତି କରିବା। ୨. ଚିକିତ୍ସାଳୟ କୁ ୧୦୦ ଶଯ୍ୟା ବିଶିଷ୍ଟ କରାଯାଉ। ୩. ରୋଗୀ ମାନକୁ ସୁଧ ପାନୀୟ ଜଳ ପାଇଁ ମେସିନ ଲଗାଯାଉ। ୪. ସରକାର ଙ୍କର ନିରାମୟ ଯୋଜନା କୁ ୨୪ ଘଣ୍ଟା ପାଇଁ ଖୋଲାଯାଉ।୫. ପରାମେଡିକଲ ଷ୍ଟାଫ ଯୁଦ୍ଧକାଳୀନ ଭିର୍ତି ରେ ଯୋଗ ଯାଉ।୬.ନରବିଛିନ୍ନ ବିଦୂତ ଯୋଗାଣ ଦେବାକୁ ପଦକ୍ଷେପ ନିଆଯାଉ। ୭. D M F ପାଣ୍ଠି ରୁ ଅର୍ଥ ବ୍ୟବସ୍ଥା କରି ଆଇସିୟୁ ର ବ୍ୟବସ୍ଥା କରାଯାଉ। ଏଥିରେ ବ୍ୟାସଦେବ ମଣ୍ଡଳ ସଭାପତି ଅଛୁତାନନ୍ଦ ଦାସ, ବରିଷ୍ଠ ନେତା ଚନ୍ଦ୍ର ଶେଖର ପଣ୍ଡା, ପୂର୍ବତନ ମଣ୍ଡଳସଭାପତି ତଥା ବରିଷ୍ଠ ସାମ୍ୱାଦିକ ନିତ୍ୟାନନ୍ଦ ମହାଳିକ, ଜିଲ୍ଲା ପ୍ରତିନିଧି ତଥା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ଘଡାଇ,ବିଜେପି ନେତା ପ୍ରସନ ସାମଲ,ପ୍ରମୋଦ ନାୟକ, ଯୁବନେତା ତଥା କୋରାଇ ସଂଯୋଜକ ବିକ୍ରମ ବିଶ୍ୱାଳ,ଆଶିଷ ଦାସ,ଅରୁଣ ଦାସ,ସରୋଜ ଦେ, ଶର୍ମିଳା ଦେଓ,ଅସିତ ଦାସ,ସିଦ୍ଧାନ୍ତ ବିଶ୍ୱାଳ,ଅଭିଷେକ ପହି,ପ୍ରଶାନ୍ତ ବୋଇତାଇ, ତରୁଣ ଦାସ,ସନ୍ଦୀପ ପରିଡା,ଅଭିଳାଷ ସାହୁ,ବିଶ୍ୱଜି ରାଉତ ଆଦି ଭୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଉକ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଶ୍ରୀ ନାୟକ ସାମ୍ୱାଦିକ ମାମାନଙ୍କୁ ସୂଚନା ଦେଇଥିଲେ।
ଏଥି ସହ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିଶ୍ୱଜିତ୍ ନାୟକ କୋରେଇ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।
କୋରେଇ ର ଯୋଗ୍ୟ ଲୋକମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଯେପରିକି ପ୍ରଧାନମନ୍ତ୍ରୀ ଆବାସ,  ରାସନ୍ କାର୍ଡ, ମନରେଗା ରେ କାର୍ଯ୍ୟ । ଏ କ୍ଷେତ୍ରରେ ନା ବିଧାୟକ ନା କୌଣସି ସରକାରୀ କର୍ମଚାରୀ ଆନ୍ତରିକତା ଦେଖାଉଛନ୍ତି ବର୍ଂ ହାତଗୁଞ୍ଜ ଦେଇ ଅଯୋଗ୍ୟ ବି ଏଥିରେ ସାମିଲ ହୋଇ ପାରିଛି ।
କୋରେଇ ବ୍ଲକ ରେ ହେଉଥିବା ବିଭିନ୍ନ ମନରେଗା କାର୍ଯ୍ୟରେ ବାହାରୁ ଶ୍ରମିକ ନିୟୋଜିତ କରି ଏବଂ ମେସିନ୍ ରେ କାମ କରାଇ ଶାସକ ଦଳର କୁଜିନେତମନେ ନିଜକୁ ନରେଗା ଶ୍ରମିକ ସଜାଇ ଟଙ୍କା ଉଠାଉଛନ୍ତି ।
ବ୍ଲକ୍ ଅଧ୍ୟକ୍ଷା ଙ୍କ ବିନା ଅଗୋଚରରେ କିମ୍ବା ତାଙ୍କ ସହ ଆଲୋଚନା କରାନଯାଇ ଶାସକ ଦଳକୁ ସୁହାଇଲା ଭଳି ଅନେକ ପ୍ରକଳ୍ପ ମଞ୍ଜୁର କରାଯାଉଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗ ଦ୍ଵାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିମ୍ନ ମାନର ନିର୍ମାଣ କରାଯାଉଛି ଯାହା ଫଳରେ ବର୍ଷେ ନ ପୁରୁଣୁ ରାସ୍ତାର ଅବସ୍ଥା ଶୋଚନୀୟ ହେଉଛି ।ଏଥିରୁ ଜେଇ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ପିସି କାରବାରରେ ବ୍ୟସ୍ତ । ଅନେକ ଗୁପ୍ତ ଟେଣ୍ଡର କାହା ସ୍ୱାର୍ଥରେ ?
ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ଶାସନ ପରେ କୋରେଇ ଅଞ୍ଚଳରେ ବିଜୁଳିର ସମସ୍ୟା ଦୂର ହୋଇପାରୁନାହିଁ । ସାମାନ୍ୟ ବର୍ଷାରେ ଦିନ ଦିନ ଧରି ବିଜୁଳି କାଟ୍ ହେଉଛି । ଏଥିପାଇଁ ଦାୟୀ କିଏ ?
ସରକାରଙ୍କ ଡ୍ରେନେଜ୍ ବିଭାଗ ଥାଇ ମଧ୍ୟ କୋରେଇ ଅଞ୍ଚଳରେ ସାମାନ୍ୟ ବର୍ଷା ହେଲେ ବିଭିନ୍ନ ଜନବସତି ଜଳମଗ୍ନ ହୋଇ ରହୁଛି । ଏଥିପାଇଁ ନା ସରକାର ନା ବିଧାୟକ କୌଣସି ସ୍ଥାୟୀ ସମାଧାନ ପାଇଁ ତତ୍ପର ପ୍ରକାଶ କରିନାହାନ୍ତି ।
ଏହାର ଯଦି ଖୁବ୍ ଶୀଘ୍ର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking