ବ୍ୟାସନଗର ପୈାରପରିଷଦ ଅଳିଆ ଅବର୍ଜନାରେ ପରିପୂର୍ଣ , ସଫେଇ କର୍ମଚାରୀ ୪ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ

ବ୍ୟାସନଗର  : ଯାଜପୁର ଜିଲ୍ଲାର ବ୍ୟାସନଗର ପୈାରପରିଷଦରେ ୪ ଦିନ ହେଲା ପରିମଳ କାର୍ଯ୍ୟ ଠପ୍ ହୋଇଯାଇଛି । ଯାହାଫଳରେ ସମଗ୍ର ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଅଳିଆ ଗୁଡିକ ପଦାରେ ପଡିଥିବାରୁ ବର୍ଷାରେ ତାହା ପଚି ଦୁଗନ୍ଧ ପରିବେଶ ସୃଷ୍ଟି କରୁଛି । ନାଳ ନର୍ଦ୍ଧମା ଗୁଡିକରେ ଅଳିଆ ଆବର୍ଜନା ପଡି ରହିଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ ଏବଂ ଏଥିପ୍ରତି ପୈାରପ୍ରଶାସନର ନିଘା ନାହିଁ । ଏବେ କରୋନା ମହାମାରୀ ଜିଲ୍ଲାରେ କାୟା ବିସ୍ତାର କରିଛି । ପ୍ରଶାସନ ପକ୍ଷରୁ ପରିଷ୍କାର ପରିଛନ୍ନ ମାସ୍କ,ସାମାଜିକ ଦୂରତା ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ପ୍ରଶାସନ ପକ୍ଷରୁ ଲକଡାଉନ,ସଟଡାଉନ ଉପରେ ଗୁରୁତ୍ୱ ଦିଆଯାଉଛି । ଆଇନକୁ ଭଙ୍ଗ କରୁଥିବା ବ୍ୟବସାୟୀ ଅନୁଷ୍ଠାନ,ବାଇକଚାଳକ ଓ ଅମାନିଆଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଫାଇନ ଆଦାୟ କରାଯାଉଛି କିନ୍ତୁ ଏଠାରେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉନାହିଁ । ପୈାରପରିଷଦର ସଫେଇ କାର୍ଯ୍ୟ ବା ପରିମଳକୁ ଠିକା ନେଇଥିବା ଜାଗୃତି କମ୍ପାନୀ ସଫେଇ କର୍ମଚାରୀମାନଙ୍କୁ ୩ ମାସ ହେଲା ସେମାନଙ୍କ ଦରମା ଦେଉନଥିବାରୁ ୪ ଦିନ ହେଲା ସଫେଇ କାର୍ଯ୍ୟ ବନ୍ଦ କଖିଛନ୍ତୀ । ଆଗେ ଦରମା ଦିଅ ପରେ କାର୍ଯ୍ୟ କରିବେ ବୋଲି ରୋକଠୋକ ଜାଗୃତି ଠିକା ସଂସ୍ଥାକୁ ଜଣାଇଦେଇଛନ୍ତି । ଏ ସଂପର୍କରେ ଜାଗୃତି ସଂସ୍ଥାରର କତୃପକ୍ଷଙ୍କୁ ପଚାରିବାରୁ ସେ କହିଲେ ପୈାରପରିଷଦରେ ବିଲ ଦେଇଛୁ ବିଲ ପେମେଣ୍ଟ ହୋଇ ନଥିବାରୁ ଦରମା ଦେଇପାରୁନାହୁଁ । ଏସଂପର୍କରେ ପୈାରପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କୁ ପଚାରିବାରୁ ସେ କହିଲେ ସଫେଇ କାର୍ଯ୍ୟ ପାଇଁ ଜାଗୃତି କମ୍ପାନୀକୁ ଠିକା ଦିଆଯାଇଛି ସଫେଇ କର୍ମଚାରୀମାନଙ୍କୁ ସେ ଦରମା ଦେବେ ଏବେ ଜାଗୃତି କମ୍ପାନୀ ବିଲ ପୈାରପରିଷଦରେ ଦାଖଲ କରିଛି ,ବିଲ ପାସ କରାଯାଇ ଉକ୍ତ କମ୍ପାନୀକୁ ପେମେଣ୍ଟ ଦିଆଯିବ । କରୋନା । ଏହି ସହରର ଲୋକସଂଖ୍ୟା ବେସରକାରୀ ଭାବେ ଏକ ଲକ୍ଷରୁ ଉର୍ଦ୍ଧ ,ଏହି ସହର ଉପରେ କଳିଙ୍ଗନଗର ଶିଳ୍ପାଂଚଳ ଜିଲ୍ଲାର ଅନ୍ୟାନ୍ୟ ଅଂଚଳର ଲୋକେ ନର୍ଭର କରନ୍ତି । ସହର ପରିମଳ ବ୍ୟବସ୍ଥା ଏପରି ଅସ୍ୱାସ୍ଥ୍ୟକର ପରିବେଶ ରହିଲେ ଲୋକମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରିବ ଏଥରେ ତିଳେହେଲେ ଦ୍ୱିମତ ନାହିଁ ।