33.1 C
Bhubaneswar
Thursday, April 25, 2024
Homeଅପରାଧକ୍ରୋମ ଉପତ୍ୟକା ରେ ଲୁଟେରା ଙ୍କ ଭୁ ସ୍ୱର୍ଗ ପାଲଟିଛି

କ୍ରୋମ ଉପତ୍ୟକା ରେ ଲୁଟେରା ଙ୍କ ଭୁ ସ୍ୱର୍ଗ ପାଲଟିଛି

ଯାଜପୁର : ସୁକିନ୍ଦା ଖଣି ଅଂଚଳ ରେ ଦିନ କୁ ଦିନ ଲୁଟେରା ଙ୍କ ହରିଲୁଟ ବଢିଚାଲିଛି ଟମକା ମଙ୍ଗଳପୁର ରାସ୍ତା ରେ ଗତ କାଲି ଶୁକ୍ରବାର ଦିନ  ଦିବା ଆଲୋକ   ରେ ଲୁଟେରା ମାନେ ବନ୍ଧୁକ ଦେଖାଇ ଫାର୍ମା କମ୍ପାନୀ ର ଦୁଇ  କର୍ମଚାରୀ ଠାରୁ ବନ୍ଧୁକ ଭୁଜାଲି ଦେଖାଇ ୬0 ହଜାର  ରୁ ଉର୍ଦ୍ଧ ଟଙ୍କା ସହ  ସ୍ମାର୍ଟ ଫୋନ ଦୁଇ ଲୁଟେରା ଲୁଟିନେଇଛନ୍ତି ! ମିଳିଥିବା ସୂଚନା ନା ମୁତାବକ ଜାରକା ଅଂଚଳ ରେ ଥିବା ମେଡ଼ିସିନ ଡିସଟ୍ରିବୁଟର କମ୍ପାନୀ ରେ କାମ କରୁଥିବା ଦୁଇ କର୍ମଚାରୀ ରମେଶ ଦାସ ଓ ସଞ୍ଜୟ କୁମାର ଦାସ କେତେକ ମେଡ଼ିସିନ ଷ୍ଟୋର ଠାରୁ ବକେୟା ଅର୍ଥ ଆଦାୟ କରି ବାଇକ ନମ୍ବର OD04 P-୪୨୪୦ରେ ଫେରୁଥିବା ସମୟରେ  ଟମକା ମଂଗଲପୁର ରାସ୍ତା ରେ ସୁକିନ୍ଦା ବ୍ଲକ ର ଦାମୋଦରପୁର  ମଙ୍ଗଳା ମନ୍ଦିର ନିକଟରେ ଏକ ନମ୍ବର ବିହୀନ କଲା ପଲସର ରେ ଯାଉଥିବା ଦୁଇ ଯୁବକ ସେମାନଂକୁ ଅଟକାଇଥିଲେ | ଭୁଜାଲି ବନ୍ଧୁକ    ଦେଖାଇ ସେମାନଙ୍କ ଠାରୁ ୬0 ହଜାର ଟଙ୍କା ସହ ସ୍ମାର୍ଟ ଫୋନ ଓ ଅନେକ ଜରୁରୀ କାଗଜ ପତ୍ର ଲୁଟି ନେଇଥିଲେ ! ଖବର ପାଇଁ ସୁକିନ୍ଦା ପୋଲିସ  ଘଟଣା ସ୍ଥଳ ରେ ପହଂଚି  ଏସଆଇ  ଶ୍ରୀ ଚନ୍ଦନ ଙ୍କ ନେତୃତ୍ୱ ରେ  ଛାନଭିନ ଆରମ୍ଭ କରି ଦେଇଛି | କିନ୍ତୁ ଦୁର୍ବୁତ୍ତ ଙ୍କ କୌଣସି ସୁରାକ ଏପର୍ଯ୍ୟନ୍ତ ମିଳି ନାହିଁ !ଥାନା ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି !ଏହି ଅଂଚଳ ରେ ଅନେକ ଥର ଲୁଟେରା ମାନଙ୍କ ର ଉତପାତ  ଦିନକୁ ଦିନ ବଢ଼ିଚାଲିଛି,କିନ୍ତୁ ପୋଲିସ ଲୁଟେରା ମାନଙ୍କୁ ଧରିବା ରେ ବିଫଳ ହୋଇଛି !
-ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking