37.1 C
Bhubaneswar
Saturday, April 20, 2024
Homeଓଡିଶାଅହେତୁକ ଦର ଦାମ ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦ ରେ ଓଡିଶା...

ଅହେତୁକ ଦର ଦାମ ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦ ରେ ଓଡିଶା ବନ୍ଦ

ଯାଜପୁର(ଓଏନଏ)   :  4ଗୋଟି ବାମପନ୍ଥୀ ଦଳ ଓଡିଶା ବନ୍ଦ ଡାକରା ଓ କଂଗ୍ରେସ ସମର୍ଥନ ରେ ଆଜି ବ୍ୟାସନଗର ଅଣ ସଂଗଠିତ ଶ୍ରମିକ କଂଗ୍ରେସ, ଆଇ ଏନ ଟି ୟୁ ସି,ସି ଆଇ ଟି ୟୁ ଓ ସି ପି ଏମ ଓ କଂଗ୍ରେସ ର ମିଳିତ ଭାବେବନ୍ଦ ପାଳନ କରାଯାଇଛି l ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଏକତ୍ରିତ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରି କେନ୍ଦ୍ରର ବି ଜେ ପି ସରକାର ଅହେତୁକ ଦର ଦାମ ବୃଦ୍ଧି ଯଥା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଖାଇବା ତେଲ ଉପରେ ସରକାରଙ୍କ ଲଗାମ ନଥିବାରୁ ବାରମ୍ବାର ଦର ବୃଦ୍ଧି କରି ଜନସାଧାରଣ ଙ୍କ ଆର୍ଥିକ ମେରୁଦଣ୍ଡ ଉପରେ କୁଠାରଘାତ କରିଛନ୍ତି!ଏପରିକି କରୋନା ମହାମାରୀ ର ସୁଯୋଗ ନେଇ ସଂସଦ ଓ ବିଧାନସଭାରେ ବିତର୍କ ନ କରି ଉଦ୍ଦେଶ୍ୟମୂଳକ ଭାବେ ଅଧ୍ୟାଦେଶ ଦ୍ୱାରା ଆଦାନୀ ଅମ୍ବାନୀ ଙ୍କ ଭଳି ବଡ଼ ବଡ଼ କର୍ପୋରେଟ ହାଉସ ଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ଆଇନ ପାରିତ କରାଯାଉଛି!

ମିଳିତ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ମୋଦି ସରକାର ଙ୍କ ବିରୁଦ୍ଧରେ ବିଭିନ୍ନ ଧ୍ଵନି ଦେଇ ଯାଜପୁର ରେଳ ଷ୍ଟେସନ ସମ୍ମୁଖରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି!ଏହି ସଭାରେ ସି ଆଇ ଟି ୟୁ ର ରାଜ୍ୟ ଉପ ସଭାପତି ତଥା ସି ପି ଏମ ନେତା ପ୍ରଫୁଲ୍ଲ ନାୟକ, ବ୍ୟାସନଗର କଂଗ୍ରେସ କମିଟି ସଭାପତି ଦିଲ୍ଲୀପ ମଲ୍ଲିକ, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ପଦ୍ମନାଭ ନାୟକ, କଂଗ୍ରେସ ର ହୃଦାନନ୍ଦ ସାମଲ, ପ୍ରମୋଦ ରାଉତ, ସନ୍ତୋଷ ମହାନ୍ତି, ଅନୁପ କୁମାର ନାୟକ, ରାଜକିଶୋର ପ୍ରଧାନ, ପଦ୍ମନାଭ ସ୍ୱାଇଁ, ନୃସିଂହ ପହି, ରବୀନ୍ଦ୍ର ଥାନ୍ଦାର, ଜଗବନ୍ଧୁ ନାୟକ, ବିଶ୍ୱନାଥ ସେଠୀ, ସୁନାରାମ ଟୁଡୁ, ସି ପି ଏମ ପକ୍ଷରୁ ଗୟାଧର ବେହେରା, ଲାଳମଣୀ ମୁଣ୍ଡା, ବେବିନା ଜେନା, ସନ୍ତୋଷ ବରାଳ, ମାଧବ ବେହେରା, ଏସ କେ ଇମତାଜ, ମାଳତୀ ଟୁଡୁ, ସୀତା ସୋରେନ, ଅମ୍ବିକା ନାୟକ, କୁନି ହେମ୍ବ୍ରମ ପ୍ରମୁଖ ବକ୍ତବ୍ୟ ରେ କହିଲେ କି କେନ୍ଦ୍ର ସରକାର 104ଗୋଟି ରେଳ ଷ୍ଟେସନ କୁ ଘରୋଇକରଣ କରି ଆଦାନୀ ହାତରେ ଟେକିଦେବା, ଦୀର୍ଘ ଦିନ ଧରି ଦାବିକରି ଆସୁଥିବା ଯାଜପୁର ରୋଡ଼ ରେଳ ଷ୍ଟେସନ କୁ ରେଳ ଡିଭିଜନ ଘୋଷଣା କରବା ଏବଂ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ନକରିବା,ରାଜଧାନୀ ଏକ୍ସପ୍ରେସ କୁ ସବୁଦିନିଆ ରହଣି ନକରିବା ଘଟଣା କୁ ଦୃଢ଼ ସମାଲୋଚନା କରିବା ସହିତ ସରକାର ତୁରନ୍ତ ଦରଦାମ ନିୟନ୍ତ୍ରଣ କରିବା, ସମସ୍ତ ନିର୍ମାଣ ଶ୍ରମିକ, ଅଣ ସଂଗଠିତ ଶ୍ରମିକ ଓ ପ୍ରବାସୀ ଶ୍ରମିକ ଙ୍କ ଜମା ଖାତା ରେ 6500ଟଙ୍କା ଯୋଗାଇ ଦେବା, ରାଜ୍ୟରେ ସମସ୍ତ ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ଅଞ୍ଚଳ ରେ କର୍ମସଂସ୍ଥାନ ଯୋଗାଇ ଦେବା, ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକ ଙ୍କୁ ନିସର୍ତ୍ତ ରେ କରୋନା ସହାୟତା ଯୋଗାଇ ଦେବା ସମେତ ବିଭିନ୍ନ ଦାବି ନେଇ ମିଳିତ ଭାବେ ଆନ୍ଦୋଳନ କୁ ବ୍ୟାପକ କରିବା ପାଇଁ ବକ୍ତାମାନେ ଦାବି କରିଥିଲେ!

ଅନ୍ୟ ପକ୍ଷ ରେ

–ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ଓଡିଶା ରାଜ୍ୟ କମିଟି ପକ୍ଷରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଓ ନିତ୍ୟ ବ୍ୟବହାରିକ ଜିନିଷପତ୍ର ର ଆକାଶ ଛୁଆଁ ଦରବୃଦ୍ଧି ବନ୍ଦକରିବା ଦାବୀ ରେ ସାରା ଓଡିଶା ପ୍ରତିବାଦ ଦିବସ ପାଳିତ ହୋଇ ଯାଇଛି l ଏହି ପରି ପ୍ରେକ୍ଷୀରେ ଯାଜପୁର ରୋଡ ଠାରେ ଦଳୀୟ କର୍ମୀମାନେ ହାତରେ ପ୍ଲାକlଡ଼ ବ୍ୟାନର ଧରି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ର ମୂଲ୍ୟ ବୃଦ୍ଧି ବନ୍ଦ କରିବା ଆଦି ସ୍ଲୋଗାନ ଦେଇ ବଜାର ପରିକ୍ରମା କଲାପରେ ଗୋପବନ୍ଧୁ ଛକ ଠାରେ ମିଳିତ ହୋଇଥିଲେ l ସେଠାରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ଓଡିଶା ରାଜ୍ୟ କମିଟି ସଭ୍ୟ କମ୍ରେଡ ବିଜୟ ମଲ୍ଲିକ ଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ରାଜ୍ୟ କମିଟି ସଭ୍ୟ କମ୍ରେଡ ସୁରେଶ ପ୍ରଧାନ, କମ୍ରେଡ କେଦାରନାଥ ସାହୁ, ଜିଲ୍ଲା କମିଟି ସଭ୍ୟ କମ୍ରେଡ ନୃସିଂହ ମହାନ୍ତ, ନିରୁପମା ବେହେରା, କୋରେଇ ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ମେଘନାଦ ମଲ୍ଲିକ, ଦାନଗଦି ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ବିଜୟ ଜେନା, କମ୍ରେଡ ରାଧାକାନ୍ତ ଜେନା ପ୍ରଭୃତି ସରକାର ଙ୍କ ଜନମାରଣ ନୀତି ର ତୀବ୍ର ସମାଲୋଚନା କରିବା ସଙ୍ଗେ ସଙ୍ଗେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ର ମୂଲ୍ୟବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରି ଜନଗଣଙ୍କୁ ସୁଲଭ ମୂଲ୍ୟରେ ଯୋଗେଇ ଦେବାକୁ ଦାବୀ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking